1. କୃଷି ଖବର

ବାତ୍ୟା ସମୟରେ କେମିତି କରିବେ ଫସଲ ଓ ପ୍ରାଣୀ ସମ୍ପଦର ସୁରକ୍ଷା, ଜାଣନ୍ତୁ...

KJ Staff
KJ Staff
Know how to protect crops during Cyclone

Know how to protect crops during Cyclone

ବାତ୍ୟା ଅସାନି ପ୍ରଭାବରେ ରାଜ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତା 3 ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ଏହି ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି । ସେପଟେ ବାତ୍ୟା ଯୋଗୁଁ ଚିନ୍ତାରେ ଅଛନ୍ତି ରାଜ୍ୟର ଚାଷୀ ।

ଦକ୍ଷୀଣ ଆଣ୍ଡାମାନ ସାଗର ତଥା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାସହ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଉପକୂଳ ଓଡିଶାର ଜିଲ୍ଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ଗୋଟିଏରୁ 2ଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ପରିପ୍ରକ୍ଷୀରେ ଫସଲ ସୁରକ୍ଷା ତଥା ପରିଚାଳନା ପାଇଁ ପରାମର୍ଶ ଦେଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ।

ବାତ୍ୟା ସମୟରେ ଫସଲ ଓ ପ୍ରାଣୀ ସମ୍ପଦର ସୁରକ୍ଷା

-ଡାଳୁଅ ଧାନ 85 ପ୍ରତିଶତ ପାକଳ ହୋଇ ଯାଇଥିଲେ ଏହାକୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ ଏବଂ ବିଳମ୍ବରେ ଲଗାଯାଇଥିବା ଧାନ ଫସଲରୁ ଅତ୍ୟଧିକ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ । ବର୍ଷାର ଆଶଙ୍କା ଥିବାରୁ ଫସଲରେ ରୋଗ ନାଶକ ଏବଂ କୀଟନାଶକ ଆଦି ପ୍ରୟୋଗ କରନ୍ତୁ ନାହିଁ ।

-ମୁଗ, ବିରି, ଚିନାବାଦାମ ଆଦି ଫସଲକୁ ଅମଳ କରି ସୁରକ୍ଷିତ ରଖନ୍ତୁ ।

-ପନିପରିବା ଫସଲରୁ ଅତ୍ୟଧିକ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ ଏବଂ ଲତା ଜାତୀଯ ପନିପରିବାରେ ରଞ୍ଜା ଦିଅନ୍ତୁ ।

-କଦଳୀ, ଅମୃତଭଣ୍ଡା ଆଦି ଗଛରେ ଢେରା ଦିଅନ୍ତୁ ।

-ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ଚରିବାକୁ ଛାଡନ୍ତୁ ନାହିଁ । ସ୍ବଚ୍ଛ ପାନୀୟ ଜଳ ଏବଂ ଖାଦ୍ୟ ମହଜୁଦ ରଖନ୍ତୁ ଏବଂ ଗୁହାଳର ଆବଶ୍ୟକୀୟ ମାରାମତି କରନ୍ତୁ ।

ଲଘୁଚାପର ପରବର୍ତ୍ତୀ ସମୟରେ ଫସଲର ଯତ୍ନ

-ଲଘୁଚାପ ପରବର୍ତ୍ତୀ ସମୟରେ ଓ 305 ଦିନ ପରେ ଫସଲର ସମ୍ଭାବ୍ୟ ବୃଦ୍ଧି କ୍ଷମତା ମୂଲ୍ୟାଙ୍କନ କରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।

-ଫଳ ବଗିଚାରେ ଭାଙ୍ଗି ଯାଇଥିବା ଡାଳ ଆଦିକୁ ସଫା କରନ୍ତୁ ଏବଂ ଉପୁଡି ଯାଇଥଇବା ଅମୃତଭଣ୍ଡା ଏବଂ କଦଳୀ ଗଛକୁ ସମ୍ପୂର୍ଣ୍ଣ ଭାବେ ଓପାଡି ନୂଆ ଗଛ ଲଗାନ୍ତୁ । ଭାଙ୍ଗି ଯାଇଥିବା ଅନ୍ୟ ଗଛଗୁଡିକୁ ଢେରା ଦିଅନ୍ତୁ ।

-ବର୍ଷା ସମୟରେ ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଏବଂ ଧଳା ପିଠିଆ ମାଟିଆ ଗୁଣ୍ଡି ପୋକ ଲାଗିବାର ସମ୍ଭାବନା ରହିଛି । ଏହାର ପରିଚାଳନା ପାଇଁ ଯବକ୍ଷାରଯ଼ାନ ସାର ପ୍ରୟୋଗକୁ ସୀମିତ କରିବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ । ଏହି ପୋକମାନଙ୍କ ଦମନ ପାଇଁ ଏକର ପ୍ରତି 120 ଗ୍ରାମ ପାଇ ମେଟ୍ରୋଜେନ କିମ୍ବା 80 ଗ୍ରାମ ଡାଇନୋଟ ଫୁରାନ କିମ୍ବା 60 ଗ୍ରାମ ଫ୍ଲୋନିକାମିଡ 200 ଲିଟର ପାଣିରେ ମିଶାଇ ବୁଦା ମୂଳରେ ସିଞ୍ଚନ କରନ୍ତୁ ।

-ସାମାନ୍ୟ କ୍ଷତି ହୋଇଥିବା କଦଳୀଫସଲରେ ଏମ.ଓ.ପି ସିଞ୍ଚନ କରନ୍ତୁ ଏବଂ ନୂଆ କରି ବାହାରୁଥିବା କାନ୍ଦିରେ 5 ଗ୍ରାମ ପୋଟାସିୟମ ସଲଫେଟ ଏବଂ 10 ଗ୍ରାମ ଯୁରିଆ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଆଖୁ ଫସଲ ପବନରେ ନଇଁ ପଡିଥିଲେ ଉଠାଇ ଦିଅନ୍ତୁ

ବର୍ଷା ପରେ ବିଲାତି ବାଇଗଣ ଫସଲରେ 1 ପ୍ରତିଶତ ପୋଟାସିୟମ ନାଇଟ୍ରେଟ ପ୍ରୟୋଗ କରନ୍ତୁ ଏବଂ ତରଭୁଜ ଫସଲରେ ଧଳାମାଛି ପୋକର ପ୍ରାଦୁର୍ଭାବ ଦେଖାଦେଲେ, ସଙ୍ଗ ଆକର୍ଷଣ ଯ଼ନ୍ତା ହେକ୍ଟର ପିଛା 10ଟି ଲେଖାଏଁ ଲଗାନ୍ତୁ

୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷିବ । ସେହିଭଳି ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ। ଏହା ସହ ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀଠାରୁ ପ୍ରାୟ ୫୯୦ କିଲୋମିଟର ଦୂରରେ ଅସାନି । ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ଏହା ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମରେ ୫୧୦ କିଲୋମିଟରେ ଦୂରରେ ରହିଛି । ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Cyclone Updates:୧୬ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା 'ଅସାନି', ଆଜିଠୁ ପ୍ରବଳ ବର୍ଷା

ଭୀଷଣ ବାତ୍ୟାରେ ପରିଣତ ହେଲା 'ଅସାନି', ତିନି ରାଜ୍ୟକୁ ଚାରି ଦିନ ଆଲର୍ଟ ଜାରି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News