1. କୃଷି ଖବର

ପ୍ରଗତିକୁ ମିଳିଲା ବିଶ୍ଵ ଜଳ ସଂରକ୍ଷଣ ପୁରସ୍କାର

ବିଶ୍ବ ଦରବାରରେ ଚମକିଲା ପ୍ରଗତି ସଂଗଠନ, ହାତେଇଲା ବିଶ୍ବ ଜଳ ସଂରକ୍ଷଣ ସମ୍ମାନ ।

Sudesna Nayak
Sudesna Nayak
koraput pragati charitable trust got world water conservation award

koraput pragati charitable trust got world water conservation award

ବିଶ୍ବ ଦରବାରରେ ଚମକିଲା ପ୍ରଗତି ସଂଗଠନ, ହାତେଇଲା ବିଶ୍ବ ଜଳ ସଂରକ୍ଷଣ ସମ୍ମାନ (world water conservation award)।

ସୂଚନା ଅନୁଯାୟୀ, କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଚଳିତ ବର୍ଷର କ୍ୟୋଟୋ ବିଶ୍ୱ ଜଳ ସଂରକ୍ଷଣ ପୁରସ୍କାର (world water conservation award)ରେ ସମ୍ମାନିତ ହୋଇଛି । ଆଫ୍ରିକା ମହାଦେଶର ସିନେଗଲ ଠାରେ ଆୟୋଜିତ ବିଶ୍ୱ ସ୍ତରୀୟ ସମାବେଶରେ ଯୋଗଦେଇ ପ୍ରଗତି ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ପ୍ରଭାକର ଅଧିକାରୀ ଓ ପ୍ରମୁଖ ସଦସ୍ୟ ଲୁନା ପଣ୍ଡା ବିଶ୍ୱ ନେତୃବର୍ଗଙ୍କ ଉପସ୍ଥିତିରେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି କୋରାପୁଟ ତଥା ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି ।

କହିବାକୁ ଗଲେ ହିଁ, ପ୍ରତି ତିନି ବର୍ଷରେ ଥରେ ଦିଆଯାଉଥିବା ଏହି ଆନ୍ତର୍ଜାତିକ ପୁରସ୍କାର ପାଇଁ ଜଳକୁ ନେଇ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକର ଜଳ ସଂରକ୍ଷଣ ଦିଗରେ ଅବଦାନକୁ ପରୀକ୍ଷା ନିରୀକ୍ଷା କରିବା ପରେ ମନୋନୀତ କରାଯାଇଛି ବୋଲି ହିଁ ସିନେଗଲରୁ କୋରାପୁଟ ଫେରିଆସିଥିବା ଶ୍ରୀ ଅଧିକାରୀ ଜଣାଇଛନ୍ତି ।

ପ୍ରଗତି ସଂଗଠନ (pragati charitable trust) ଦ୍ଵାରା ହଜାର ହଜାର ଚାଷୀ (Farmers)ଙ୍କ ସହିତ କମ୍ ଜଳ ବ୍ୟବହାର କରି କିପରି ଶ୍ରୀ ପଦ୍ଧତିରେ ଧାନ ଅମଳ କରାଯାଇପାରିବ ତଥା ଅଧା ଏକର ମଡେଲରେ କମ୍ ଜାଗା ଓ ଜଳକୁ ବ୍ୟବହାର କରି ମଧ୍ୟ ଚାଷୀ (Farmers)କିପରି ନିଜ ଉତ୍ପାଦନରେ ବୃଦ୍ଧି କରିପାରିବ ସେଦିଗରେ କରାଯାଇଥିବା କାର୍ଯ୍ୟକୁ ଆଧାର କରି ଏହି ଆନ୍ତର୍ଜାତିକ ପୁରସ୍କାର ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ ଯେ, ସଂସ୍ଥାକୁ ମିଳିଥିବା ଏହି ସମ୍ମାନ କୋରାପୁଟର ସମସ୍ତ ଚାଷୀ (Farmers)କୁଳକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ସହାୟକ ହୋଇପାରିଥିବା ଶ୍ରୀ ଅଧିକାରୀ ପ୍ରକାଶ କରିଛନ୍ତି ।

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୬ ମାସ ମିଳିବ ମାଗଣା ଚାଉଳ

ଓଡ଼ିଶା ବଜେଟ୍‌: ଦରମା, ପେନ୍‌ସନ୍‌, ଶିକ୍ଷା ପାଇଁ କେତେ ଖର୍ଚ୍ଚ କରିବେ ସରକାର ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments