1. କୃଷି ଖବର

ଓଡ଼ିଶା ବଜେଟ୍‌: ଦରମା, ପେନ୍‌ସନ୍‌, ଶିକ୍ଷା ପାଇଁ କେତେ ଖର୍ଚ୍ଚ କରିବେ ସରକାର ଜାଣନ୍ତୁ...

ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି ।

Sudesna Nayak
Sudesna Nayak
Odisha Budget 2022-2023 read all details here

Odisha Budget 2022-2023 read all details here

ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ (Niranjan Pujari)ବୁଧବାର ବିଧାନସଭାରେ କାମଚଳା ବଜେଟ୍ (Budget)ଉପସ୍ଥାପନ କରିଛନ୍ତି । ବଜେଟ୍ (Budget 2022-2023) ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି ।

କୋରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି । ଏଥି ମଧ୍ୟରେ ଅଭିବୃଦ୍ଧି ହାର ଭଲ ରହିଥିବା ମନ୍ତ୍ରୀ କହିଛନ୍ତି । ଏଥି ସହିତ ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି ।

୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ନିମନ୍ତେ ମୋଟ ୮୯,୬୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ଦରମା ବାବଦକୁ ୨୯,୨୪୮ କୋଟି, ପେନସନ ବାବଦକୁ ୧୮୨୨୧ କୋଟି, ସୁଧ ଦେୟ ବାବଦକୁ ୮୪୬୭ କୋଟି, ପୁଞ୍ଜି ସମ୍ପତ୍ତିର ରକ୍ଷାଣବେକ୍ଷଣ ପାଇଁ ୫୮୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବେସରକାରୀ ଅନୁଦାନପ୍ରାପ୍ତ ମହିବିଦ୍ୟାଳୟ ପାଇଁ ୧୨୮୩ କୋଟି, ସମଗ୍ର ଶିକ୍ଷା ପାଇଁ ୩୫୫୨କୋଟି ଖର୍ଚ୍ଚ କରାଯିବ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି, ଉଚ୍ଚଶିକ୍ଷାକୁ ସୁଦୃଢ କରିବାକୁ ୨୫୮ କୋଟି, ରୁସା ପାଇଁ ୧୮୨ କୋଟି ବ୍ୟୟବରାଦ ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ନଜର ପକାନ୍ତୁ କେଉଁ ବିଭାଗକୁ କେତେ ଟଙ୍କା ଆବଣ୍ଟନ କରାଯାଇଛି,ଜାଣନ୍ତୁ...

-କାଳିଆ ଯୋଜନା ପାଇଁ ୧ ହଜାର ୮୭୪ କୋଟି ଟଙ୍କା
-ପଞ୍ଚାୟତିରାଜ ପାଇଁ ୧୧ ହଜାର ୧୨୩ କୋଟି
-ଶକ୍ତି ବିଭାଗ ପାଇଁ ୧ ହଜାର ୭୩୯ କୋଟି
-ବିଜୁ ସେତୁ ଯୋଜନାରେ ୧ ହଜାର ୬୮୮ କୋଟି
-ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବାବଦରେ ୬୭୫ କୋଟି
-କୃଷି ପାଇଁ ୬ ହଜାର ୧୩୮ କୋଟି

-ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା
-ବିପର୍ଯ୍ୟୟ ପରିଚାଳନା ପାଇଁ ୬ ହଜାର ୪୪୪ କୋଟି
-ଉଚ୍ଚଶିକ୍ଷା ବିଭାଗ ପାଇଁ ୧ ହଜାର ୪୦୩ କୋଟି ଟଙ୍କା
-ଗଣଶିକ୍ଷା ବିଭାଗ ପାଇଁ ୧୦ ହଜାର ୧୬୫ କୋଟି
-ବିଶ୍ୱବିଦ୍ୟାଳୟ ପାଇଁ ଶହେ ୬୫ କୋଟି ଟଙ୍କା
-ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା
-କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ହିଁ ୨ ହଜାର ୩ଶହ ୪୪ କୋଟି ଟଙ୍କା
-ମହିଳା ଓ ଶିଶୁ ବିଭାଗ ପାଇଁ ହିଁ ୧ ହଜାର ୭୮୩ କୋଟି
-ଅବଢ଼ା ଯୋଜନା ପାଇଁ ୧ ହଜାର ୪୦୮ କୋଟି
-ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଶହେ ୫୦ କୋଟି
-ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୨ ଶହ କୋଟି

Budget 2022: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ; ପିଏମ ଆଓ୍ୱାସ ଅଧୀନରେ ନିର୍ମାଣ ହେବ ୮୦ ଲକ୍ଷ ଘର

budget 2022 : ଚାଷୀଙ୍କୁ ମିଳିଲା ଉପହାର ; ବଜେଟରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା,ଜାଣନ୍ତୁ କଣ ରହିଛି...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments