1. କୃଷି ଖବର

ଚାଷୀଙ୍କ ସୁବିଧା ପାଇଁ ‘କୃଷକ ଓଡ଼ିଶା ପୋର୍ଟାଲ’

କୃଷି ଅର୍ଥନୀତିକୁ ଆହୁରି ସୁଦୃଢ କରିବା ସହ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘କୃଷକ ଓଡ଼ିଶା ପୋର୍ଟାଲ’ ପ୍ରସ୍ତୁତ କରାଯାଇଛି । ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ କୃଷି ପଦ୍ଧତିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ପ୍ରସ୍ତୁତ ଏହି ପୋର୍ଟାଲ ଦ୍ଵାରା ରାଜ୍ୟର ସବୁ ବର୍ଗର ଚାଷୀ ଉପକୃତ ହେବେ ।

Sudesna Nayak
Sudesna Nayak
Krushak Odisha Portal Registration 2022

Krushak Odisha Portal Registration 2022

କୃଷି ଅର୍ଥନୀତିକୁ ଆହୁରି ସୁଦୃଢ କରିବା ସହ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘କୃଷକ ଓଡ଼ିଶା ପୋର୍ଟାଲ’(Krushak Odisha Portal)ପ୍ରସ୍ତୁତ କରାଯାଇଛି । ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ କୃଷି ପଦ୍ଧତିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ପ୍ରସ୍ତୁତ ଏହି ପୋର୍ଟାଲ ଦ୍ଵାରା ରାଜ୍ୟର ସବୁ ବର୍ଗର ଚାଷୀ(Farmers) ଉପକୃତ ହେବେ ।

ଚାଷୀଙ୍କ ସୁବିଧା ପାଇଁ ‘କୃଷକ ଓଡ଼ିଶା ପୋର୍ଟାଲ’ର ଲକ୍ଷ୍ଯ,ଜାଣନ୍ତୁ...

1. ପୋର୍ଟାଲରେ ପଞ୍ଜୀକରଣ ପରେ ଅନଲାଇନରେ ମିଳିବ କୃଷିଭିତ୍ତିକ ସମସ୍ତ ସେବା ।
2.ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ କୃଷି ପଦ୍ଧତିର ରୂପାନ୍ତରଣ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ଯ ।
3.ଉପକୃତ ହେବେ ସାରା ରାଜ୍ୟର ଚାଷୀ ସମୂହ ।

Krushak Odisha Registration Online Apply କୃଷକ ଓଡ଼ିଶା ପଞ୍ଜୀକରଣ (Krushak Odisha Registration) କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ କୃଷକ ଓଡ଼ିଶା ପୋର୍ଟାଲ ମାଧମରେ ଏକ Data Base ପ୍ରସ୍ତୁତ କରାଯାଉଅଛି । ଏହା ଦ୍ଵାରା କୃଷି,ଉଦ୍ୟାନ କୃଷି,ପ୍ରାଣୀ ସମ୍ପଦ, ମତ୍ସ୍ୟ ବିଭାଗ ଟାଟା ଆନୁସଙ୍ଗିକ କୃଷି ସମ୍ବଦ୍ଧିୟ ସମସ୍ତ ସୁବିଧା ସୁଯୋଗ ହାସଲ କରିବା ପାଇଁ କୃଷକ ଭାଇ ଓ ଭଉଣୀ ମାନେ କୃଷକ ଓଡ଼ିଶା ପୋର୍ଟାଲରେ ନାମ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ହିଁ ଅଟେ ।

ଚାଷୀମାନଙ୍କୁ କୃଷିଭିତ୍ତିକ ଆବଶ୍ୟକ ସେବା ଓ ପରାମର୍ଶ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ (cm naveen patnaik) ‘କୃଷକ ଓଡ଼ିଶା’ (Krushak Odisha Portal)ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଏଥିସହ କୃଷକ ଓ କୃଷି ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଛି ।

ରାଜ୍ୟକୁ ଘାରିଛି ଚାଷୀମାନଙ୍କ ଚିନ୍ତା । କୃଷକ ଓଡ଼ିଶା ପୋର୍ଟାଲରେ (Farmer portal) ସମସ୍ତ ଚାଷୀଙ୍କ ନାମ ପଞ୍ଜୀକରଣ (Farmer registration)ବାଧ୍ୟତା ମୂଳକ ହୋଇଥିଲେ ମଧ୍ୟ ଉଚିତ ପ୍ରଚାର ପ୍ରସାର ଅଭାବରୁ ବର୍ତ୍ତମାନ ସୁଦ୍ଧା କେବଳ ୪୯ ଲକ୍ଷ ଚାଷୀ (Farmers)ନିଜ ନାମ ପଞ୍ଜୀକୃତ କରିଛନ୍ତି । ୨୦୧୫ ମସିହାର ସର୍ଭେ ଅନୁସାରେ ଓଡ଼ିଶାରେ ଚାଷୀ (Farmers)ମାନଙ୍କ ସଂଖ୍ୟା ୪୮.୬୬ ଲକ୍ଷ ।

ରାଜ୍ୟର ଚାଷୀ (FARMERS)ମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଛି 'କୃଷକ ଓଡ଼ିଶା' ପୋର୍ଟାଲ (Krushak Odisha Portal) । ଏଥିରେ ସମସ୍ତ ଚାଷୀ (Farmers)ଭାଇମାନେ ତାଙ୍କର ନାମ ପଞ୍ଜିକରଣ କରାଇବା ସହ ସେମାନଙ୍କୁ ସମସ୍ତ ପ୍ରକାରର ହିଁ କୃଷିଭିତ୍ତିକ ସେବା ଯୋଗାଇବାରେ ସହାୟକ ହେବ ।

କୃଷିର ବିକାଶ ପାଇଁ ବିଭିନ୍ନ କୃଷି କଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ (cm naveen patnaik)। ୩୬୪୪ କୋଟି ବ୍ୟୟବରାଦରେ ପଣସ ମିଶନ,ଓଡ଼ିଶା ମିଲେଟ ମିଶନ, ସମନ୍ୱିତ କୃଷିର ପ୍ରୋତ୍ସାହନ,କୃଷକ ଓଡ଼ିଶା ପୋର୍ଟାଲ ଆଦି କାର୍ଯ୍ୟକ୍ରମ କୃଷିଭିତ୍ତିକ ଅର୍ଥନୀତି ବ୍ୟାପକ ନିମନ୍ତେ ଆରମ୍ଭ କରାଯାଇଛି ।

କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ସେମାନଙ୍କୁ ଆହୁରି ସମୃଦ୍ଧ ଓ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଛି 'କୃଷକ ଓଡ଼ିଶା' (Krushak Odisha Portal)ପୋର୍ଟାଲ ।

ପ୍ରକାଶ ଥାଉ ଯେ, ଏହି ପୋର୍ଟାଲରେ ପଞ୍ଜୀକୃତ ଚାଷୀ (Farmers)ମାନଙ୍କୁହିଁ ପ୍ରକୃତ ଚାଷୀ (Farmers)ର ମାନ୍ୟତା ଦିଆଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଆଧାର କାର୍ଡ ଭଳି ଏହା ମଧ୍ୟ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱ ପୁର୍ଣ ଅଂଶ ବିଶେଷ ହେବ ।

ଓଡିଶା ପାଳୁଛି mandia divas

ଆଉ ଗୋଟିଏ ଦିନ ପରେ ରାଜ୍ୟ ପାଳିବ ମାଣ୍ଡିଆ ଦିବସ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments