
Ladli bahan yojana Madhya Pradesh women will get 1000 rupees every month
ରାଜ୍ୟ ହେଉ କି କେନ୍ଦ୍ର ସରକାର ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଛି l ଯେଉଁଥିରେ ଅନେକ ଲୋକ ଫାଇଦା ନେଇପାରୁଛନ୍ତି l ମହିଳାଙ୍କୁ ଅନେକ ସୁବିଧା ମିଳୁଛି ଯାହାଦ୍ୱାରା ସେମାନେ ରୋଜଗାର କ୍ଷମତା ହୋଇ ପାରୁଛନ୍ତି l ମହିଳାଙ୍କୁ ଏପରି ଅନେକ ସୁବିଧା ମିଳୁଛି ସରକାରଙ୍କ ଦ୍ୱାରା ଯାହା ପାଇଁ ସେମାନେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି l
ମହିଳାଙ୍କ ସ୍ୱାଭିମାନ, ମହିଳାଙ୍କ ଆତ୍ମବିଶ୍ୱାସ ଏବଂ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସରକାରଙ୍କ ଏପରି ଯୋଜନା ଅଛି ଯାହାଦ୍ୱାରା ଯୋଜନା ଅଧୀନରେ ଥିବା ସମସ୍ତ ଗରିବ ଏବଂ ମଧ୍ୟବିତ୍ତ ପରିବାର ଏଥିରୁ ଲାଭ ଉଠାଇପାରୁଛନ୍ତି l ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଘୋଷଣା କରିଥିଲେ ଯେଉଁଥିରେ ମହିଳା ଙ୍କ ସୁବିଧା ପାଇଁ ଅନେକ ଅର୍ଥ ବଜେଟ ରେ ଘୋଷଣା କରାଯାଇଥିଲା l ସେହିପରି ରାଜ୍ୟ ବଜେଟ ଘୋଷଣାରେ ବି ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିଲା l
ବର୍ତ୍ତମାନ ମହିଳାଙ୍କ ପାଇଁ ହୋଲି ପୂର୍ବରୁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି l ଯେଉଁଥିରେ ମହିଳାଙ୍କୁ ପ୍ରତି ମାସ ୧୦୦୦ ଟଙ୍କା ତଥା ବର୍ଷକୁ ୧୨ ହଜାର ଟଙ୍କା ମିଳିବ l ଅର୍ଥାତ୍ ସେମାନଙ୍କୁ ପ୍ରତିବର୍ଷ ସରକାରଙ୍କ ତରଫରୁ ୧୨ ହଜାର ଟଙ୍କା ମିଳିବ । ମଧ୍ୟପ୍ରଦେଶ ସିଏମ କହିଛନ୍ତି ଯେ ଲାଡଲୀ ଲକ୍ଷ୍ମୀ ଯୋଜନା, ଲାଡଲୀ ଲକ୍ଷ୍ମୀ ଯୋଜନା-୨ ପରେ ସରକାର ଲାଡଲୀ ବହନା ଯୋଜନା ଆରମ୍ଭ କରୁଛନ୍ତି। ଏଥିରେ ରାଜ୍ୟର ପ୍ରତ୍ୟେକ ବର୍ଗର ଭଉଣୀମାନଙ୍କୁ ଏକ ହଜାର ଟଙ୍କା ଦିଆଯିବ। ପ୍ରତି ମାସରେ ପ୍ରତ୍ୟେକ ଯୋଗ୍ୟ ଭଉଣୀଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ଜମା ହେବ। ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ତ୍ତମାନ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁଯାୟୀ, ଏହି ସ୍କିମ୍ ଆରମ୍ଭ ହେବାର ଦିନରୁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ଏହି ଯୋଜନା ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଚାର କରାଯିବ। ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମ ଓ ୱାର୍ଡ ପରିଦର୍ଶନ କରି ଫର୍ମଗୁଡ଼ିକ ପୂରଣ କରାଯିବ। ଲାଡଲୀ ବହନା ଯୋଜନା ଅଧୀନରେ ଗରିବ ଓ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦିଆଯିବ।
ସାରା ଦେଶରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା ଚାଲୁଛି ଯେଉଁ ଯୋଜନା ଅନ୍ତର୍ଗତ ସାଧାରଣ ଜନତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପ୍ରତି ମହିଳାମାନେ ସରକାରଙ୍କ ଠାରୁ ପ୍ରତିମାସରେ ୧୦୦୦ ଟଙ୍କା ପାଇବେ ଯାହା ପ୍ରତି ମହିଳାଙ୍କ ପାଇଁ ଏକ ଖୁସି ଖବର । ସରକାର ପ୍ରତି ବର୍ଷ ସମୟ ସମୟରେ ମହିଳାମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହାର ଫାଇଦା ମହିଳାଙ୍କୁ ମିଳୁଛି । ଆସନ୍ତୁ ଜାଣିବା ବର୍ତ୍ତମାନଠାରୁ କେଉଁ ମହିଳା ପ୍ରତି ମାସରେ ୧୦୦୦ ଟଙ୍କା ପାଇବେ l
ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଯାହାକୁ ମହିଳା ମାନେ ଶୁଣିଲେ ଖୁବ ଖୁସି ହେବେ । ଯେଉଁଥିରେ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ ତଥା ପ୍ରତି ବର୍ଷ ୧୨୦୦୦ ଟଙ୍କା ମିଳିବ । ମହିଳାମାନଙ୍କ ପାଇଁ ସରକାର 'ଲାଡଲି ବହାନା ଯୋଜନା' (Ladli Bahan Yojana) ଲାଗୁ କରିଛନ୍ତି ଯାହା ଏହି ଯୋଜନା ମୁତାବକ ମହିଳା ଲାଭ ଉଠାଇପାରିବେ । ଯେଉଁଥିପାଇଁ କି ମହିଳାମାନେ ଖୁବ ଉପକୃତ ହେବେ । ତେବେ ଅନ୍ତର୍ଜାତୀୟ ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ ୮ରେ ଏହି ଯୋଜନା ଆରମ୍ଭ ହେବ ।
ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି, ସେ ଅନୁଯାୟୀ ଏହି ସ୍କିମ୍ ଆରମ୍ଭ ହେବା ଦିନରୁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ଯାହା ର ଫାଇଦା ଏଥିପାଇଁ ଉପଯୁକ୍ତ ଥିବା ସମସ୍ତ ମହିଳା କରିପାରିବେ । ଏହାପୂର୍ବରୁ ଏହି ଯୋଜନା ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଚାର କରାଯିବ ଯେପରି କୌଣସି ମହିଳା ଏଥିପ୍ରତି ଅଜଣା ରହିବେ ନାହିଁ । ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରତି ଗ୍ରାମ ଓ ୱାର୍ଡ ପରିଦର୍ଶନ କରି ଫର୍ମଗୁଡ଼ିକ ପୂରଣ କରାଯିବ । ଲାଡଲି ବହନା ଯୋଜନା ଅଧୀନରେ ଥିବା ପ୍ରତି ଗରିବ ଓ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦିଆଯିବ ।
ଏ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଲାଡଲି ଲକ୍ଷ୍ମୀ ଯୋଜନା, ଲାଡଲି ଲକ୍ଷ୍ମୀ ଯୋଜନା-୨ ପରେ ସରକାର ଲାଡଲି ବହନା ଯୋଜନା ଆରମ୍ଭ କରୁଛନ୍ତି । ଏଥିରେ ରାଜ୍ୟର ପ୍ରତ୍ୟେକ ବର୍ଗର ଭଉଣୀମାନଙ୍କୁ ଏକ ହଜାର ଟଙ୍କା ଦିଆଯିବ । ପ୍ରତି ମାସରେ ପ୍ରତ୍ୟେକ ଯୋଗ୍ୟ ଭଉଣୀଙ୍କ ଆକାଉଣ୍ଟରେ ୧,୦୦୦ ଟଙ୍କା ଜମା ହେବ । ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।"
Share your comments