1. କୃଷି ଖବର

ଟମାଟୋ କିଲୋ ୧ଟଙ୍କା

ଟମାଟୋ ଦାମ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଏଭଳି କଥା ଆପଣ ଅନେକ ଥର ଶୁଣିଥିବେ । ହେଲେ ଆପଣ କେବେ ଶୁଣିଛନ୍ତି ଟମାଟୋ କିଲୋ ୧ ଟଙ୍କା । ବୋଧ ହୁଏ ବହୁତ କମ୍ ଶୁଣିଥିବେ । ଏଠି ଆମେ ଆପଣଙ୍କୁ କହି ଦେବାକୁ ଚାହୁଁଛୁ ଯେ ମଧ୍ୟ ପ୍ରଦେଶରେ ଏବେ ଟଙ୍କାଏରେ ମିଳୁଛି ୧ କି.ଗ୍ରା ଟମାଟୋ ।

Priyambada Rana
Priyambada Rana
Tomatoes at 1 Rupee per kg

Tomatoes at 1 Rupee per kg

 ଟମାଟୋ(Tomato) ଦାମ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଏଭଳି କଥା ଆପଣ ଅନେକ ଥର ଶୁଣିଥିବେ । ହେଲେ ଆପଣ କେବେ ଶୁଣିଛନ୍ତି ଟମାଟୋ କିଲୋ ୧ ଟଙ୍କା । ବୋଧ ହୁଏ ବହୁତ କମ୍ ଶୁଣିଥିବେ । ଏଠି ଆମେ ଆପଣଙ୍କୁ କହି ଦେବାକୁ ଚାହୁଁଛୁ ଯେ ମଧ୍ୟ ପ୍ରଦେଶରେ ଏବେ ଟଙ୍କାଏରେ ମିଳୁଛି ୧ କି.ଗ୍ରା ଟମାଟୋ ।ଆଜ୍ଞା ହଁ ମଧ୍ୟପ୍ରଦେଶ(Madhya Pradesh)ରେ ଏବେ କୃଷକମାନେ(Farmers) କିଲୋ ପ୍ରତି ୧ ଟଙ୍କାରେ ଟମାଟୋ ବିକିବାକୁ ବାଧ୍ୟ ହେଉଛନ୍ତି ।

ମଧ୍ୟପ୍ରଦେଶରେ ଏବେ ଦୁର୍ଦଶା ଭୋଗୁଛନ୍ତି ଟମାଟୋ ଚାଷୀ । ପରିଶ୍ରମ ପରେ ଲାଭ ଶୂନ । କିଲୋ ପିଛା ୧ ଟଙ୍କାରେ ଟମୋଟୋ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।ଏହାର ବଡ଼ କାରଣ ହେଉଛି, ପ୍ରତି ଥର ଭଳି ମଧ୍ୟପ୍ରଦେଶରେ ଏଥର ମଧ୍ୟ ଟମାଟୋ ଚାଷ କରିଛନ୍ତି ଚାଷୀ । ମାତ୍ର ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ମାତ୍ରାରେ ଟମାଟୋ ଅମଳ ହୋଇଥିବା ବେଳେ ଖାଉଟି(Consumer) ବଜାରରେ ଏହାର ଚାହିଦା କମ୍ ରହିଥିବା ଦେଖିବାକୁ ମିଳିଛି । ଚଳିତ ଥର ମଧ୍ୟ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଗଦା ଗଦା ଟମାଟୋ ଉତ୍ପାଦନ ହେଉଥିବା ବେଳେ କିଣିବା ପାଇଁ ଗ୍ରାହକ ନଥିବା ଦେଖିବାକୁ ମିଳିଛି ।ତେଣୁ ବାଧ୍ୟ ହୋଇ ଚାଷୀ କିଲୋ ପ୍ରତି ଟମାଟୋକୁ ୧ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।କେବଳ ସେତିକି ନୁହେଁ ଚାଷୀ ଟମାଟୋ ବିକ୍ରୀ ନ କରି ପାରି କ୍ୱିଣ୍ଟାଲ କ୍ୱିଣ୍ଟାଲ ଟମାଟୋ ନାଳ ନର୍ଦ୍ଦମାରେ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳୁଛି ।

ମିଳିଥିବା ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ଛିନ୍ଦବାଡ଼ାରେ ଅଞ୍ଚଳରେ କୃଷକମାନେ ଟମାଟୋ କିଲୋ ପ୍ରତି ୧ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଟମାଟୋ ଚାଷୀମାନେ ଲାଭ ତ ଦୂରର କଥା ମୂଳ ଅଂଶ ଧନ ମଧ୍ୟ ପାଇ ପାରୁ ନଥିବା ଅଭିଯୋଗ କରିଛନ୍ତି । ସେହିପରି ଉମରେଠ କ୍ଷେତ୍ର, ସାରଣ ଗାଁ ଏବଂ ମୋହଖେଡ଼ ଅଞ୍ଚଳର କୃଷକମାନେ ସମାକନ ସ୍ଥିତି ଦେଇ ଗତି କରୁଥିବା ଦେଖିବାକୁ ମିଳିଛି ।

ତେବେ ରାଜ୍ୟରେ ଟମାଟୋ କିଲୋ ପ୍ରତି ୧୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଧିକାଂଶ ଅଞ୍ଚଳର ଲୋକେ ୧ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ।ଯେଉଁଥି ପାଇଁ ଟମାଟୋ ଚାଷୀମାନେ ଲାଭ କମାଇବେ କ’ଣ ଶ୍ରମିକମାନଙ୍କୁ ମଜୁରି ଦେବା କାଠିକର ପାଠ ହୋଇପଡ଼ିଛି ।ଯେଉଁ କାରଣରୁ ଅଧିକାଂଶ ସ୍ଥାନରେ ଲୋକେ ଟମାଟୋ ଫୋପାଡ଼ିବାକୁ ବାଧ୍ୟ ହେଉଛନ୍ତି ।

ଯଦି ଆମେ ପୂର୍ବ ବର୍ଷ ଅଥବା ୨୦୨୧ ଡିସେମ୍ବର ମାସର କଥା କହିବା, ତେବେ ଏହି ମାସରେ ଟମାଟୋ ଦର ସତେ ଯେପରି ଆକାଶ ଛୁଆଁ ଥିଲା । ଖାଉଟି କିଲୋ ପ୍ରତି ୪୦ ରୁ ୫୦ ଟଙ୍କାରେ କିଣୁଥିଲେ ଟମାଟୋ। ମାତ୍ର ଏବେ ପରିସ୍ଥିତି ସମ୍ପର୍ଣ୍ଣ ବିପରୀତ ଥିବା ଦେଖିବାକୁ ମିଳିଛି ।

ସେହିପରି ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଟମାଟୋ ମୂଲ୍ୟ କିଲୋ ପ୍ରତି ୧୫-୨୦ ଟଙ୍କା ଥିବା ଦେଖିବାକୁ ମିଳିଛି ।

ପଶୁପାଳକଙ୍କ ପାଇଁ ଖୁସି ଖବର, ଏବେ ଆଇଭିଏଫରୁ ଉନ୍ନତମାନର ଜନ୍ମ ନେବେ ବାଛୁରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

କିପରି କରିବେ ଅଙ୍ଗୁର ଚାଷ......?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ