1. କୃଷି ବିଶ୍ବକୋଷ

ପଶୁପାଳକଙ୍କ ପାଇଁ ଖୁସି ଖବର, ଏବେ ଆଇଭିଏଫରୁ ଉନ୍ନତମାନର ଜନ୍ମ ନେବେ ବାଛୁରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ଆଇଭିଏଫ ଏକ ଉନ୍ନତମାନର ପ୍ରଜନନ ପ୍ରଣାଳୀ ଅଟେ ।ଏହା ପଶୁମାନଙ୍କ ପ୍ରଜନନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଆଇଭିଏଫ ସାହାଯ୍ୟରେ ଅତ୍ୟାଧୁନିକ ପ୍ରଣାଳୀରେ ନୂତନ ସନ୍ତାନ ଉତ୍ପାଦ ପ୍ରକ୍ରିୟାକୁ ବୃଦ୍ଧି କରାଯାଇପାରିବ ।ଉନ୍ନତମାନର ପଶୁ ଉତ୍ପାଦରେ ଏହି ମୋବାଇଲ ଭ୍ୟାନ୍ ଖୁବ ପ୍ରଭାବଶାଳୀ ପ୍ରତିପାଦିତ ହେବ ।

Priyambada Rana
Priyambada Rana
India gets its first IVF mobile unit for animals

India gets its first IVF mobile unit for animals

ପଶୁମାନଙ୍କ ପାଇଁ ଲୋକାର୍ପିତ ହୋଇଛି ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ(In Vitro fertilisation) ଭ୍ୟାନ୍ । ପ୍ରଥମ ଥର ପାଇଁ ଗୁଜୁରାଟ ସରକାର ଏହାର ଲୋକାର୍ପଣ କରିଛନ୍ତି । ଗୁଜୁରାଟର ଆମରେଲିରେ ସନ୍ଥ ମୁରାରୀ ବାପୁ ଓ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ ପାଇଁ ପ୍ରଥମ ଲ୍ୟାବର ଲୋକାର୍ପଣ କରିଛନ୍ତି ।ଏହା ମାଧ୍ୟମରେ ସର୍ବୋତ୍ତମ ପ୍ରଜାତିର ସାହିୱାଲ ଗାଈଙ୍କ(Sahiwal Cow ) ପ୍ରଜନନ ତଥା ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀମାନଙ୍କ ପ୍ରଜନନ ଉପରେ ଗୁରୁତ୍ୱ ଦିଆଯିବ ।

ଗତକାଲି ରବିବାର ଆମରେଲିରେ ସାରହି ତପୋବନ ଆଶ୍ରମର ଭୂମିପୂଜା କାର୍ଯ୍ୟକ୍ରମରେ ଏହି ମୋବାଇଲ ଆଇଭିଏଫ ଭ୍ୟାନର ଉଦଘାଟନ କରାଯାଇଛି। କେନ୍ଦ୍ର ସରକାର ଓ ଅମର ଡେୟରିର ମିଳିତ ଉଦ୍ୟମରେ ଏହା ପରିଚାଳିତ ହେବ । ପ୍ରାଣୀମାନଙ୍କ ପାଇଁ ଏହା ହେଉଛି ଦେଶର ପ୍ରଥମ ଆଇଭିଏଫ ଭ୍ୟାନ ।ଏନେଇ କେନ୍ଦ୍ରମନ୍ତ୍ରୀ ରୂପାଲା କହିଛନ୍ତି କି ଏହା ଭାରତର ପ୍ରଥମ ଆଇଭିଏଫ ମୋବାଇଲ ୟୁନିଟ୍। ଏହି ୟୁନିଟ୍ ସାହାଯ୍ୟରେ ଅମରୋଲିର ପଶୁପାଳକମାନଙ୍କୁ ଆଇଭିଏଫ ଟେକ୍ନୋଲୋଜି(, IVF Technology )ର ବ୍ୟବହାର ଓ ଫାଇଦା ସମ୍ପର୍କରେ ବୁଝାଯିବ । ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।ଏହା ପଶୁପାଳକଙ୍କୁ ପଶୁପାଳନ ଓ ବ୍ୟବସାୟର ସମୃଦ୍ଧି କ୍ଷେତ୍ରରେ ସହାୟପୂର୍ଣ୍ଣ ହୋଇପାରିବ ବୋଲି ଆଶା କରିଛନ୍ତି ସରକାର ।

ଆଇଭିଏଫ କ?

ଅନେକ ଲୋକଙ୍କ ମନରେ ଏକ ଦ୍ୱନ୍ଦ ସୃଷ୍ଟି ହେଉଥିବ ଯେ ପ୍ରକୃତରେ ଏହି ଆଇଭିଏଫ କ’ଣ ? ଆଇଭିଏଫ ଏକ ଉନ୍ନତମାନର ପ୍ରଜନନ ପ୍ରଣାଳୀ ଅଟେ ।ଏହା ପଶୁମାନଙ୍କ ପ୍ରଜନନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଆଇଭିଏଫ ସାହାଯ୍ୟରେ ଅତ୍ୟାଧୁନିକ ପ୍ରଣାଳୀରେ ନୂତନ ସନ୍ତାନ ଉତ୍ପାଦ ପ୍ରକ୍ରିୟାକୁ ବୃଦ୍ଧି କରାଯାଇପାରିବ ।ଉନ୍ନତମାନର ପଶୁ ଉତ୍ପାଦରେ ଏହି ମୋବାଇଲ ଭ୍ୟାନ୍ ଖୁବ ପ୍ରଭାବଶାଳୀ ପ୍ରତିପାଦିତ ହେବ ।ବିଶେଷ କରି ସାହିୱାଲ ପ୍ରଜାତିର ଗାଈ ବା ଅଧିକ ମାତ୍ରାରେ ଦୁଗ୍ଧ ଦେଉଥିବା ଗାଈମାନଙ୍କ ବଂଶ ବୃଦ୍ଧି କରିବାରେ ଆଇଭିଏଫ ଭ୍ୟାନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ଜାଣନ୍ତୁ ସାହିୱାଲ ଗାଈ ବିଷୟରେ

ସାହିୱାଲ ଏକ ଦେଶୀ ଗାଈର ପ୍ରଜାତୀ ଅଟେ ।ଏହାର ମୁଣ୍ଡର ଆକାର ଚଉଡ଼ା, ସିଂହ ମୋଟା ଏବଂ ଶରୀରର ଆକାର ମଧ୍ୟମ ଧରଣର ହୋଇଥାଏ ।ସାହିୱାଲ ଗାଈର ରଙ୍ଗ ବିଶେଷ ଭାବରେ ଲାଲ ବା ଗାଢ଼ ମାଟିଆ ହୋଇଥାଏ । କିଛି ଗାଈଙ୍କ ଶରୀରରେ ଧଳା ରଙ୍ଗର ଛିଠା ଦାଗ ଥିବା ମଧ୍ୟ ଦେଖିବାକୁ ମିଳିଥାଏ ।ଏହି ପ୍ରଜାତିର ଗାଈମାନେ ପ୍ରଜନନ ପରେ ୯ ରୁ ୧୦ ମାସ ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ।ଏମାନେ ପ୍ରତିଦିନ ୧୦ ରୁ ୧୬ ଲିଟର କ୍ଷୀର ଦେବାରେ ସକ୍ଷମ ହୋଇଥାନ୍ତି । ଅନ୍ୟ ଦେଶୀ ଗାଈମାନଙ୍କ ତୁଳନାରେ ଏମାନଙ୍କ ଦୁଗ୍ଧ ଦେବାର କ୍ଷମତା ଅଧିକ ରହିଥାଏ ।

ତେବେ ଗୁଜୁରାଟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପ ନିଶ୍ଚିନ୍ତ ଭାବେ ପଶୁପାଳକଙ୍କ ପାଇଁ ଲାଭବାନ ହୋଇପାରିବ । ଯଦି ଏଭଳି ପଦକ୍ଷେପ ଆମ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଏ ତେବେ ଆମ ରାଜ୍ୟର ପଶୁପାଳକମାନଙ୍କୁ ଏହା ପ୍ରୋତ୍ସାହନ ଯୋଗାଇବା ସହ କୃଷି କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ ।

ଚାକିରି ଯୋଗାଇବାରେ ଓଡ଼ିଶା ୧ନଂ !

ଦେହ ପାଇଁ ଉପକାରୀ ହଳଦୀ କଫି, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments