1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଦେହ ପାଇଁ ଉପକାରୀ ହଳଦୀ କଫି, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

ହଳଦିରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଇନଫ୍ଲେମେଟରୀ ଗୁଣ ଭରପୁର ରହିଛି। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।ହଳଦି କଫି ପିଇବା ଦ୍ୱାରା ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ।

Priyambada Rana
Priyambada Rana
benefits of drinking turmeric coffee

benefits of drinking turmeric coffee

କଫି ପାଟିକୁ ଯେତିକି ସୁଆଦିଆ, ଠିକ୍ ଉପାୟରେ ବ୍ୟବହାର କଲେ ଏହା ଶରୀର ଓ ତ୍ୱଚା ପାଇଁ ମଧ୍ୟ ଖୁବ ଉପକାରୀ ।ଅଧିକାଂଶ ଲୋକଙ୍କୁ କଫି ପିଇବା ବେଶ ପସନ୍ଦ। କିଛି ଲୋକଙ୍କ ଦିନର ଆରମ୍ଭ କଫି(Coffee) ପିଇବାରୁ ହୋଇଥାଏ ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ। ସେହିଭଳି କେତେକ ଲୋକ ବିଛଣାରୁ ଉଠିବା ମାତ୍ରେ କଫି ପିଇ ଥାଆନ୍ତି।

ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ କିମ୍ବା ଅଧିକ ମାତ୍ରାରେ କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ(Harmful for health) ହୋଇଥାଏ। କଫିରେ କାଫିନ୍‌‌ ରହିଥାଏ, ତେଣୁ ଏହାକୁ ପିଇବା ପରେ ସତେଜ ଅନୁଭବ ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ କାଫିନ୍‌(caffeine) ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଆପଣଙ୍କୁ ଯଦି କଫି ପିଇବା ପସନ୍ଦ, ତେବେ ଏକ ବିଶେଷ କଥା ଜାଣି ରଖନ୍ତୁ। ରିପୋର୍ଟ ଅନୁଯାୟୀ, ହଳଦି କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ। ଜାଣନ୍ତୁ..

ହଳଦି(Turmeric)ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଇନଫ୍ଲେମେଟରୀ ଗୁଣ ଭରପୁର ରହିଛି। ଯାହା ପାଚନ ତନ୍ତ୍ର(digestive system )କୁ ସୁସ୍ଥ ରଖିଥାଏ।ହଳଦି କଫି ପିଇବା ଦ୍ୱାରା ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି(Immunity)କୁ ବୃଦ୍ଧି କରିବା ସହ ମଜଭୂତ କରିଥାଏ। ଫଳରେ ଆପଣଙ୍କୁ ଏହା ଅନେକ ସମୟରେ ରୋଗରୁ ରକ୍ଷା କରିଥାଏ।

ହଳଦି କଫି ପିଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏସିଡିଟି ଦୂର କରିଥାଏ।
ହାଡରେ ଯନ୍ତ୍ରଣା ଅନୁଭବ ହେଉଥିଲେ ମଧ୍ୟ ଏହା ଦୂର କରିଥାଏ।
ଏପରି କରନ୍ତୁ ପ୍ରସ୍ତୁତ..
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ କଫି ଗୁଣ୍ଡକୁ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଆଉ ଏକ ପାତ୍ରରେ ୧ କପ କ୍ଷୀର ନିଅନ୍ତୁ,ଏଥିରେ ୧ ଚାମଚ ହଳଦି ମିଶାନ୍ତୁ। ଏହାପରେ ଗ୍ୟାସ ଲଗାଇ ଏହି ୨ଟି ମିଶ୍ରଣକୁ ଭଲ ଭାବେ ଫୁଟାନ୍ତୁ। ଏବେ ଏଥିରେ କଫି ଗୁଣ୍ଡ ମିଶାଇ ଫୁଣି କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ହଳଦି କଫି।  ନିଜ ପସନ୍ଦ ଅନୁଯାୟୀ ଏଥିରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ।

ତେବେ ହଳଦୀ ଏବଂ କଫିକୁ ଆପଣ କେବଳ ଖାଇବା ପାଇଁ ନୁହେଁ ବରଂ ଏହାକୁ ଆପଣଙ୍କ ତ୍ୱଚାରେ ମଧ୍ୟ ବ୍ୟବହାର କରିପାରିବେ ।ପୂର୍ବରୁ ଶରୀର ପାଇଁ କଫି ଏକ ଭଲ ସ୍କ୍ରବ ଭାବେ ପ୍ରମାଣିତ ହୋଇଥିବା ବେଳେ ଏହାକୁ ଏକାଠି ମିଶାଇ ମୁହଁ ଏବଂ ଶରୀରର ବିଭିନ୍ନ ଅଙ୍ଗରେ ବ୍ୟବହାର କରାଯାଏ । ଏହା ଆମ ଚର୍ମରୁ ଟ୍ୟାନ ଓ ମଇଳା ବାହାର କରି ତ୍ୱଚାକୁ ପରିଷ୍କାର ଓ ସୁସ୍ଥ କରିଥାଏ । ଏକ ସପ୍ତାହରେ ଅତି କମରେ ୨-୩ ଥର ଏହି ସ୍କ୍ରବ ବ୍ୟବହାର ଦ୍ୱାରା ଆମ ତ୍ୱଚାର ଚମକ ଦ୍ୱୀଗୁଣିତ ହୋଇଥାଏ । ବିଶେଷ କରି ଶୀତ ଦିନେ ଆମ ଶରୀର ପାଇଁ ଏହା ଖୁବ୍ ଲାଭଜନକ ହୋଇଥାଏ ।

ହଳଦୀ ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହିସବୁ ଉପକାର,ଜାଣନ୍ତୁ

ଚମତ୍କାରୀ ହଳଦୀ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments