1. କୃଷି ଖବର

ଯାନ୍ତ୍ରିକ କୃଷିର ସମାଧାନ ପାଇଁ ବଜାରରେ Code

Code ହେଉଛି ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ବହୁ ପ୍ରୟୋଗ ମେସିନି । କୋଡ ସିଙ୍ଗଲ ଆପ୍ଲିକେସନ ମେସିନ ନୁହେଁ, ଏହା ଏକ ମିଲ୍ଟି ଆପ୍ଲିକେସନ ।

Shuvanshu Kar
Shuvanshu Kar
Mahindra arm bets big on mechanised farming solutions

Mahindra arm bets big on mechanised farming solutions

ଯାନ୍ତ୍ରିକ କୃଷି(farm mechanisation) ମାଧ୍ୟମରେ 1 ବିଲିୟନ ଡଲାର ଉପାର୍ଜନ କରିବାର ଏକ ଅଂଶ ଭାବରେ ବିଶ୍ୱର ସର୍ବବୃହତ ଟ୍ରାକ୍ଟର ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା(Mahindra & Mahindra) ଏହାର ସହାୟକ ସ୍ୱରାଜ ଟ୍ରାକ୍ଟର ମାଧ୍ୟମରେ ଯାନ୍ତ୍ରିକ ଉଦ୍ୟାନ କୃଷି ଉପକରଣ ଯୋଗାଇ ଏକ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ।

Code ହେଉଛି ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ବହୁ ପ୍ରୟୋଗ ମେସିନି । କୋଡ ସିଙ୍ଗଲ ଆପ୍ଲିକେସନ ମେସିନ ନୁହେଁ, ଏହା ଏକ ମିଲ୍ଟି ଆପ୍ଲିକେସନ ବୋଲି କହିଛନ୍ତି କୃଷି ଉପକରଣ ବ୍ୟବସାୟ ଅଧ୍ୟକ୍ଷ ହେମନ୍ତ ସିକ୍କା ।

ଏହା ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରିବ । ବିଶେଷକରି ଉଦ୍ୟାନ କୃଷି ପାଇଁ, ଏବଂ ଆନ୍ତଃ ଧାଡି ଚାଷ କାର୍ଯ୍ୟ ଏହି ଟ୍ରାକ୍ଟର ମେସିନ ଶ୍ରମ ଶକ୍ତିର ଆବଶ୍ୟକତାକୁ ଦୂର କରିବାରେ ସହାୟକ ହେବ ।

ଏହା ଦେଶର 80,000 ରୁ ଅଧିକ ପାୱାର ଟିଲର ସେଗମେଣ୍ଟ ପାଇଁ ଏକ ବିକଳ୍ପ ଭାବରେ ଦେଖାଯାଇପାରେ । ନଭେମ୍ବର 2021ରେ ଆରମ୍ଭ ହେବା ପରଠାରୁ ଫୁଲ, ଡାଳିମ୍ବ, ଡ୍ରାଗନ୍ ଫ୍ରୁଟ, ବାଦାମ, ନଡିଆ, ଆମ୍ବ ସମେତ ବିଭିନ୍ନ ଉଦ୍ୟାନ କୃଷି ଫସଲରେ ଏହାକୁ ପ୍ରୟୋଗ କରାଯାଇଆସୁଛି । ବହୁମୁଖୀ ଯନ୍ତ୍ରର ମୂଲ୍ୟ ପ୍ରାୟ 3.5 ଲକ୍ଷ ଟଙ୍କା ରହିଛି ।

ନିକଟରେ ହିଁ ମୋହାଲିରେ ଅବସ୍ଥିତ ସ୍ୱରାଜ କାରଖାନା କୋଡ୍ ତିଆରି କରାଯାଇଛି । ଯଦି ଚାହିଦା ବୃଦ୍ଧି ହୁଏ, ତେବେ କମ୍ପାନୀ ଏହାର ଅଧିକ ୟୁନିଟ ସ୍ଥାପନ କରିବ ବୋଲି ଜଣାପଡିଛି ।

ITOTY ଆଓ୍ବାର୍ଡ 2022: ଜାଣନ୍ତୁ କେଉଁ ଟ୍ରାକ୍ଟର ହେଲା ସର୍ବଶ୍ରେଷ୍ଠ ବିଜେତା

ପ୍ରିମିୟମ ଷ୍ଟାଇଲିଂରେ ବଜାରକୁ ଆସିଲା କୁଵତା ଟ୍ରାକ୍ଟର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments