
Garlic price hike...pic credit: www.pexels.com
ରାଜସ୍ଥାନରେ ରସୁଣ ମୂଲ୍ୟ ଲଗାତାର ଭାବେ କମିବାରେ ଲାଗିଛି ।ଏଭଳି ପରିସ୍ଥିତିରେ ମଣ୍ଡିରେ ରସୁଣର ଆଗମନ ବୃଦ୍ଧି ପାଇଛି। ଯେଉଁ କାରଣରୁ ଏବେ ଅଧିକ ମାତ୍ରାରେ ଚାଷୀ ନିଜ ରସୁଣ ସହ ମଣ୍ଡିରେ ବିକ୍ରି ପାଇଁ ଭିଡ଼ ଲଗାଉଥିବା ଦେଖିବାକୁ ମିଳୁଛି । ଏଥି ସହିତ ଆଗାମୀ ଦିନରେ ମଧ୍ୟ ରସୁଣ ମୂଲ୍ୟ ଆହୁରି ହ୍ରାସ ପାଇପାରେ ବୋଲି କୁହାଯାଉଛି। ବିଶେଷ କଥା ହେଉଛି, ରସୁଣ ମୂଲ୍ୟରେ ଏହି ବୃଦ୍ଧି ପ୍ରତାପଗଡ଼ ବଜାରରେ ଅଧିକ ଦେଖିବାକୁ ମିଳିଛି । ରସୁଣ ଉତ୍ପାଦନ କରୁଥିବା କୃଷକମାନେ ଏଥିରେ ଖୁବ୍ ଖୁସି ଅଛନ୍ତି।
ରିପୋର୍ଟ ଅନୁଯାୟୀ ବଜାର କମିଟିର ସଚିବ ମଦନ ଲାଲ ଗୁଜ୍ଜର କହିଛନ୍ତି ଯେ ରସୁଣ ମୂଲ୍ୟରେ ଏହି ବୃଦ୍ଧି ଗତ ଏକ ସପ୍ତାହରୁ ଦେଖାଯାଉଛି। ମଙ୍ଗଳବାର ଦିନ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି। ବର୍ତ୍ତମାନ ବଜାରରେ ଗୋଟିଏ କ୍ୱିଣ୍ଟାଲ ରସୁଣର ମୂଲ୍ୟ ୧୩,୦୦୦କୁ ବୃଦ୍ଧି ପାଇଛି । କୃଷକମାନେ ସେମାନଙ୍କର ଫସଲ ବିକ୍ରୟ ପାଇଁ ବହୁ ସଂଖ୍ୟାରେ ବଜାରକୁ ଆସୁଛନ୍ତି । ବଜାରରେ ପ୍ରାୟ ୧,୫୦୦ ବ୍ୟାଗ ରସୁଣ ଆସୁଛି । ରସୁଣ ବ୍ୟବସାୟୀ ନିତିନ ଚାନ୍ଦଲିଆ କହିଛନ୍ତି ଯେ ଆଗାମୀ ଦିନରେ ରସୁଣର ହାର ଆହୁରି ବୃଦ୍ଧି ପାଇବ। ଏଥିସହିତ ଅନ୍ୟ ରାଜ୍ୟରେ ମଧ୍ୟ ରସୁଣ ରପ୍ତାନି ଆରମ୍ଭ ହୋଇଛି।
କୃଷକମାନେ ୩୦ ହଜାର ୪୨୦ ହେକ୍ଟରରେ ରସୁଣ ଚାଷ କରିଛନ୍ତି-
ଏଥି ସହିତ, ଗତ ବର୍ଷ ରାଜସ୍ଥାନର ରସୁଣ ଉତ୍ପାଦ କୃଷକମାନେ ଭଲ ମୂଲ୍ୟ ପାଇ ନଥିଲେ। ସରକାର ବଜାର ହସ୍ତକ୍ଷେପ ଯୋଜନାର ଅନୁମୋଦନ ପାଇବା ପରେ ମଧ୍ୟ କୃଷକମାନେ ରସୁଣ ପାଇଁ ଉଚିତ ମୂଲ୍ୟ ପାଇପାରି ନାହାଁନ୍ତି ।କୃଷକମାନେ କିଲୋଗ୍ରାମ ପିଛା ୧୪ ଟଙ୍କାରେ ରସୁଣ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ରାଜସ୍ଥାନର କୃଷକମାନେ ୧.୩୧ ଲକ୍ଷ ହେକ୍ଟରରେ ରସୁଣ ଚାଷ କରୁଛନ୍ତି । ବୁଣ୍ଡି, ହଲାୱାର, କୋଟା, ବାରା ଏବଂ ହାଡାଉଟି ଅଞ୍ଚଳରେ କୃଷକମାନେ ସର୍ବାଧିକ ରସୁଣ ଚାଷ କରନ୍ତି। ପ୍ରତିବର୍ଷ ୯୦ ପ୍ରତିଶତ ରସୁଣ ଏହି ଅଞ୍ଚଳରୁ ଉତ୍ପାଦିତ ହୋଇଥାଏ । ଏଥର କୃଷକମାନେ ବାରା ଜିଲ୍ଲାର ୩୦ ହଜାର ୪୨୦ ହେକ୍ଟରରେ ରସୁଣ ଚାଷ କରିଛନ୍ତି।
ଟମାଟୋ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି-
ଆପଣଙ୍କୁ କହିରଖୁଛୁ ଯେ ରାଜସ୍ଥାନରେ ରସୁଣର ମୂଲ୍ୟରେ ହ୍ରାସ ଘଟୁଥିବାବେଳେ ମହାରାଷ୍ଟ୍ରରେ ଟମାଟୋ ମଧ୍ୟ ମହଙ୍ଗା ହୋଇଛି। କେଜି ପିଛା ୩୦ ଟଙ୍କାରେ ଉପଲବ୍ଧ ଟମାଟୋର ହାର ବର୍ତ୍ତମାନ ୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଟମାଟୋ ଚାଷୀମାନେ ଖୁବ୍ ଖୁସି ଥିବା କହିଛନ୍ତି । ବର୍ତ୍ତମାନ ବ୍ୟବସାୟୀମାନେ ଅଧିକ ମୂଲ୍ୟରେ ଚାଷୀଙ୍କଠାରୁ ଟମାଟୋ କିଣୁଛନ୍ତି । ପୂର୍ବରୁ, ଯେଉଁଠାରେ କୃଷକମାନେ ଏକ କିଲୋଗ୍ରାମ ଟମାଟୋ ପାଇଁ ୨ ରୁ ୩ ଟଙ୍କା ପାଉଥିଲେ, ବର୍ତ୍ତମାନ ସେମାନେ ବହୁତ ଅଧିକ ହାର ପାଉଛନ୍ତି ।
Share your comments