
Mfoi vvif kisan bharat yatra reached agra
ଉତ୍ତର ଭାରତ ଜୋନ୍ ପାଇଁ ଆରମ୍ଭ ହୋଇଥିବା କୃଷି ଜାଗରଣ ଦ୍ୱାରା 'MFoI, VVIF କିସାନ୍ ଭାରତ ଯାତ୍ରା' ବର୍ତ୍ତମାନ ଭାରତର ଉତ୍ତର ଅଞ୍ଚଳ ଦେଇ ଗତି କରୁଛି । କୃଷି ବିଜ୍ଞାନ କେନ୍ଦ୍ର ଆଗ୍ରା, ସୋରାଇ, ଖେରାଗଡ ଏବଂ ଖାଲୋହା ସମେତ ଯାତ୍ରା ଆଗ୍ରାର ଅନ୍ୟାନ୍ୟ ଗ୍ରାମ ଦେଇ ଯାଉଛି ।
ଏହି ଅବଧି ମଧ୍ୟରେ, ରୋଡ୍ ସୋ କୃଷି ସମ୍ପ୍ରଦାୟ ଉପରେ ଏକ ପ୍ରଭାବଶାଳୀ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଥିଲା l ପ୍ରତ୍ୟେକ ଷ୍ଟପ୍ରେ ଏହା କେବଳ କୃଷକମାନଙ୍କୁ 'MFOI ପୁରସ୍କାର'ର ଗୌରବ ସହିତ ପରିଚିତ କରାଉନାହିଁ ବରଂ ପ୍ରଗତିଶୀଳ କୃଷକଙ୍କ ସହ ନେଟୱାର୍କିଂ ପାଇଁ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରୁଛି l
ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ସ୍ଥାନଗୁଡିକରେ 'MFOI, VVIF କିସାନ୍ ଭାରତ ଯାତ୍ରା'ର ସଫଳତା ପାଇଁ ଆଗ୍ରା କେ.ଭି.କେ ପ୍ରମୁଖ ଡଃ. ରାଜେନ୍ଦ୍ର ସିଂ ଚୌହାନଙ୍କ ସହ କେ.ଭି.କେ ରବି କରଣ ବର୍ମା, ଧୁରଜ ଏବଂ ନରେନ୍ଦ୍ର ଚହରଙ୍କ ଭଳି ଚାଷୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା ।
MFOI କିସାନ ଭାରତ ଯାତ୍ରା କ’ଣ ?
ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ରେ ଗ୍ରାମଗୁଡିକର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଚି ଯେଉଁଥିରେ ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ । ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l
ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ :-
MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଚିହ୍ନିବା ଦିଗରେ ଏବଂ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏତେ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି ଯାତ୍ରାରେ ସେମାନଙ୍କର ସଫଳତାର କାହାଣୀକୁ ବିଶ୍ୱକୁ ଆଣିବା ପାଇଁ ପ୍ରତିଶୃତିବଦ୍ଧ କୃଷି ଜାଗରଣ ଟିମ l
ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ 'MFOI ପୁରସ୍କାର' ସମ୍ପର୍କରେ ସଂକ୍ଷେପରେ :-
ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ମିଲେନିୟର୍ ଫାର୍ମର୍ (MFOI) ପୁରସ୍କାର ସେହି ଭାରତୀୟ କୃଷକମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିନାହାଁନ୍ତି ବରଂ ସେମାନଙ୍କର ନିରନ୍ତର ଉଦ୍ୟମ ଏବଂ ଅଭିନବ କୃଷି ଅଭ୍ୟାସ ମାଧ୍ୟମରେ ମଧ୍ୟ ସଫଳତା ହାସଲ କରିଛନ୍ତି l ଏହା ହେଉଛି ଧନୀ ତଥା ପ୍ରଗତିଶୀଳ କୃଷକ ତଥା କେତେକ କୃଷି କର୍ପୋରେଟରଙ୍କୁ ଏକ ଛାତ ତଳେ ଏକାଠି କରି ଭାରତର କୃଷି ତଥା ସହଯୋଗୀ କ୍ଷେତ୍ରର ପ୍ରକୃତ ହିରୋ ମାନଙ୍କୁ ସମ୍ମାନିତ କରିବ l ଆହୁରି ମଧ୍ୟ, ଏହି କୃଷକମାନେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିବେ ଯାହା କୃଷି ଜାଗରଣ ଟିମ ଆଶା କରିଛି l
ଅଧିକ ପଢ଼ନ୍ତୁ
Share your comments