1. କୃଷି ଖବର

MFOI, VVIF Kisan Bharat Yatra: ଚାଷୀ ପାଇଲେ ଆଧୁନିକ ଚାଷ ପ୍ରଣାଳୀ ସୂଚନା

ଚାଷୀଙ୍କ ସହ ଆଧୁନିକ ଚାଷ ଉପକରଣ ସମ୍ପର୍କରେ ଆଲୋଚନା

Tanushree Mahapatra
Tanushree Mahapatra
Mfoi vvif kisan bharat yatra reached seoni district of madhya Pradesh

Mfoi vvif kisan bharat yatra reached seoni district of madhya Pradesh

STIHL ସହଭାଗିତାରେ 'MFOI, VVIF କିସାନ୍ ଭାରତ ଯାତ୍ରା' ପଶ୍ଚିମ ଏବଂ ମଧ୍ୟ ଭାରତ ଦେଇ ଗତି କରୁଛି l କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଖୁବ ପ୍ରଶଂସା ପାଇଛି l

ବର୍ତ୍ତମାନ ମଧ୍ୟପ୍ରଦେଶର ସିୱନି ଜିଲ୍ଲାରେ ଅବସ୍ଥିତ ଧାନୋରା ଏବଂ ପାଣ୍ଡିୱାଡା ଗ୍ରାମରେ ଏହି ଯାତ୍ରା ପହଞ୍ଚିଥିଲା  ଏବଂ ସେହି ଗାଁର ଚାଷୀଙ୍କୁ ଚାଷ କ୍ଷେତ୍ରରେ ନୂତନ କୌଶଳ ବିଷୟରେ ସୂଚନା ଦେଇଥିଲା କୃଷି ଜାଗରଣ ଟିମ ଏବଂ ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର ' ସମ୍ପର୍କରେ  ସୂଚନା ମଧ୍ୟ ପ୍ରଦାନ କରିଥିଲା l କେଉଁ ଉଦ୍ଦେଶ୍ୟ ଓ ଆଶା ନେଇ ଏହି ପୁରସ୍କାର ଆୟୋଜିତ ହୋଇଛି ସେ ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲା କୃଷି ଜାଗରଣର ଟିମ l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ରୋଡ଼ ସୋ ରେ ସହଯୋଗ ରହିଛି  STIHL ଇଣ୍ଡିଆର l ଏକ ନିରନ୍ତର ସାଥୀ ହୋଇ କୃଷକମାନଙ୍କୁ ଆଧୁନିକ କୃଷି ଉପକରଣ ସହିତ କୃଷି ପ୍ରଣାଳୀକୁ ଶୃଙ୍ଖଳିତ କରିବା ପାଇଁ ଚାଷୀଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ସହିତ ଅବଗତ କରାଉଛି l

ଏହି ଯାତ୍ରା ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ :

ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ ଅବସ୍ଥିତ ଧାନୋରା ଏବଂ ପାଣ୍ଡିୱାଡା ଗ୍ରାମରେ 'MFOI, VVIF କିସାନ୍ ଭାରତ ଯାତ୍ରା'ର ସଫଳତା ସୀତାରାମ ଯାଦବ ପରି କୃଷକ ଏବଂ ଧାନୋରା ପ୍ରଗତିଶୀଳ କୃଷକ ଉତ୍ପାଦକ ଭଳି ସଂଗଠନର ବିପୁଳ ସମର୍ଥନ ଏବଂ ସହଯୋଗ ମିଳିଥିଲା । ତାଙ୍କର ପ୍ରତିବଦ୍ଧତା ଏବଂ ଉତ୍ସାହ କୃଷି ସମ୍ପ୍ରଦାୟ ମଧ୍ୟରେ ଆଶାବାଦୀ ଏବଂ ଅଭିଳାଷର ଏହି ଯାତ୍ରାକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଥିଲା l

MFOI କିସାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ । ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବ :

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ନୂତନ ପରିଚୟ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ l ୪,୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬ ,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ। ଅଧିକ ରୁ ଅଧିକ ଚାଷୀଙ୍କ ସହିତ ସଂଯୋଗ ହୋଇ ଚାଷୀଙ୍କ ସଫଳତାର କାହାଣୀକୁ ବିଶ୍ୱ ଆଗକୁ ଆଣିବ l ଚାଷୀଙ୍କୁ ସମ୍ମାନିତ କରି ଚାଷ କ୍ଷେତ୍ରରେ ଆହୁରି ଉତ୍ସାହିତ କରିବା ହେଉଛି ଏହାର ଉଦ୍ଦେଶ୍ୟ l

ଅଧିକ ପଢ଼ନ୍ତୁ

Rootin' For Radish: ମୂଳାଚାଷୀଙ୍କ ପାଇଁ ନୂଆ ପଦକ୍ଷେପ

Rootin' For Radish: ଏକ ବିଶେଷ ଆଲୋଚନା ଚକ୍ର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments