1. କୃଷି ଖବର

ଆଜି ଠୁ ମୋଦି ସରକାର ବିକୁଛନ୍ତି ଶସ୍ତା ସୁନା, ଜାନୁଆରୀ ୧୪ ଯାଏଁ ମିଳିବ କିଣିବାର ସୁଯୋଗ

ଯଦି ଆପଣ ନୂଆବର୍ଷ( New year)ଆରମ୍ଭରେ ସୁନା (Gold) କିମ୍ବା ରୂପା (Silver) କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜି (ସୋମବାର) ଠାରୁ ଆପଣମାନଙ୍କୁ ଏକ ବଡ଼ ସୁଯୋଗ ମିଳିବ । ବାସ୍ତବରେ ମୋଦି ସରକାର ଆଜି ଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି ।

Sudesna Nayak
Sudesna Nayak

ଯଦି ଆପଣ ନୂଆବର୍ଷ( New year)ଆରମ୍ଭରେ ସୁନା (Gold) କିମ୍ବା ରୂପା (Silver) କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜି (ସୋମବାର) ଠାରୁ ଆପଣମାନଙ୍କୁ ଏକ ବଡ଼ ସୁଯୋଗ ମିଳିବ । ବାସ୍ତବରେ ମୋଦି ସରକାର ଆଜି ଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି ।

କହି ରଖୁଛୁ ଯେ, ଆପଣମାନେ ଏହି ସୁନାକୁ ଫିଜିକାଲ ରୂପରେ ପାଇବେ ନାହିଁ । ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme)୨୦୨୧-୨୦୨୨ ଅଧୀନରେ ଆପଣମାନେ ଜାନୁଆରୀ ୧୦ ରୁ ୧୪ ପର୍ଯ୍ୟନ୍ତ ସୁନାରେ ନିବେଶ କରିବାର ସୁଯୋଗ ପାଇବେ ।

ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ କେନ୍ଦ୍ରର ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) । ଏହି ଯୋଜନା ଅଧୀନରେ କେନ୍ଦ୍ରର ମୋଦି ସରକାର (Narendra Modi Government) ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣମାନଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସ୍ଥିର କରିଥାଏ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ଏହି ସୁନାର ମୂଲ୍ୟ (Gold Rate) ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଓ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଚାଲନ୍ତୁ ଜାଣିବା...

ସରକାରୀ ଗୋଲ୍ଡ ବଣ୍ଡ ଯୋଜନା (Sovereign Gold Bond Scheme) ଅନ୍ତର୍ଗତ ଡିଜିଟାଲ ସୁନା ମୂଲ୍ୟ ରିଜର୍ଭ ବ୍ୟାଙ୍କ (RBI) ସ୍ଥିର କରିଥାଏ । ବଣ୍ଡର ନୂତନ ମୂଲ୍ୟ ଗ୍ରାମ ପିଛା ୪,୭୮୬ ଟଙ୍କା ଧାର୍ଯ୍ୟ କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ, ଯେଉଁମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ପରାମର୍ଶ କରି ଅନଲାଇନ୍ କ୍ରୟ କରନ୍ତି ସେମାନଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିପରି ନିବେଶକମାନଙ୍କ ପାଇଁ ୪,୭୩୬ ଟଙ୍କା ମୂଲ୍ୟରେ ହିଁ ଗୋଟିଏ ଗ୍ରାମ ସୁନା ବଣ୍ଡ ଜାରି କରାଯିବ ।

ଏହି ବଣ୍ଡର ଅତିକମରେ ଗୋଟିଏ ଗ୍ରାମ କ୍ରୟ କରିବା ବାଧ୍ୟତାମୂଳକ ଅଟେ । ଜଣେ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ କ୍ରୟ ସୀମା ହେଉଛି ୪ କିଲୋଗ୍ରାମ । ଏହି ବଣ୍ଡର ଅବଧି ୮ ବର୍ଷ ରହିବ ଏବଂ ପଞ୍ଚମ ବର୍ଷ, ଷଷ୍ଠ ବର୍ଷ ଏବଂ ସପ୍ତମ ବର୍ଷରେ ଏହାକୁ ବାହାର କରିବାର ବିକଳ୍ପ ମଧ୍ଯ ରହିବ । ଏହାର ବ୍ୟବହାର ସୁଧ ଦେବାର ତାରିଖରେ ହିଁ କରାଯାଇପାରିବ ।

ଏହାର ଅର୍ଥ ହେଉଛି ଯେ, ଆପଣମାନେ ଏହି ସମୟ ମଧ୍ୟରେ ସୁନା କିଣି ପାରିବେ । ଅତିକମରେ ଗୋଟିଏ ଗ୍ରାମ କିଣାଯାଇପାରିବ । ଏହାକୁ କିଣିବା ପାଇଁ ଆପଣମାନଙ୍କୁ ଆପଣମାନଙ୍କର ବ୍ୟାଙ୍କ, BSE,NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ । ସେଠାରୁ ହିଁ ଏହାକୁ ଡିଜିଟାଲ୍ କ୍ରୟ କରାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ କାରଣ ଶୁଦ୍ଧତା ପାଇଁ କୌଣସି ଚିନ୍ତା ରହିବ ନାହିଁ କି ସୁରକ୍ଷା ସମସ୍ୟା ମଧ୍ୟ ରହିବ ନାହିଁ ।

ପ୍ରକାଶ ଥାଉ ଯେ, ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୨୫,୭୦୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ୨୦୨୦-୨୦୨୧ ମଧ୍ୟରେ ରିଜର୍ଭ ବ୍ୟାଙ୍କ (RBI) ସମୁଦାୟ ୧୬,୦୪୯ କୋଟି ଟଙ୍କା (୩୨.୩୫ ଟନ୍) ପାଇଁ ୧୨ ଟି ସିରିଜ୍ SGB ଜାରି କରିଥିଲା ​। ସୁନା ପାଇଁ ଶାରୀରିକ ଚାହିଦା ହ୍ରାସ କରିବା ଓ ଏହାର କ୍ରୟରେ ବ୍ୟବହୃତ ଘରୋଇ ସଞ୍ଚୟକୁ ଆର୍ଥିକ ସଞ୍ଚୟକୁ ସ୍ଥାନାନ୍ତର କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଥିଲା ।

Today Gold Price: ଭୁବନେଶ୍ବରରେ ଶସ୍ତା ହେଲା ସୁନା ଦର; ଜାଣନ୍ତୁ କେତେ...

PM Kisan: ଯଦି ଏଯାବତ ପାଇନାହାଁନ୍ତି ଦଶମ କିସ୍ତି ଟଙ୍କା, ତାହାଲେ ଏମିତି କରନ୍ତୁ ଯାଞ୍ଚ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments