ସମୟ ସହ ତାଳ ଦେଇ କୃଷକ ମାନେ ନୂତନ କୃଷି ପଦ୍ଧତି ଆପଣେଇଥାନ୍ତି। ପ୍ରାକୃତିକ କୃଷି (natural farming) ଏପରି ଏକ ନୂତନ ଦିଗ ଯାହାକୁ ଅବଲମ୍ବନ କରି ଚାଷୀ ଅମଳ ବୃଦ୍ଧି ସହ ଚାଷରୁ ଅଧିକ ଲାଭ ବି ପାଇପାରୁଛନ୍ତି। ପ୍ରାକୃତିକ ଚାଷ (natural farming) ରେ ଖର୍ଚ୍ଚ କମ୍ ହୋଇ ଲାଭ ବେଶ ଅଧିକ ହୋଇଥାଏ । ଅନେକଙ୍କ ମନରେ ଏଇ ପ୍ରଶ୍ନ ଥାଏ, ଜୈବିକ କୃଷି ଓ ପ୍ରାକୃତିକ କୃଷି ସମାନ କି ? ଆଜି ଆମେ ଏହି ଆର୍ଟିକିଲରେ, ଜୈବିକ କୃଷି (Organic Farming) ଏବଂ ପ୍ରାକୃତିକ କୃଷି (Natural Farming) ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଜାଣିବା |
ଆଜି କୃଷି ଜାଗରଣର ଏକ ସ୍ବତନ୍ତ୍ର live session କାର୍ଯ୍ୟକ୍ରମ ମାଧ୍ଯମରେ କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡ଼ାରୁ ବରିଷ୍ଠ ବୈଜ୍ଞାନିକ, ଡଃ ଅରବିନ୍ଦ ଦାସ (Dr. Aurovinda Das, Senior Scientist and Head) ଙ୍କ ସହିତ ଯୋଡି ହୋଇଥିଲୁ । ତାଙ୍କ ମତ ଅନୁଯାୟୀ, ଉଭୟ କୃଷି ପଦ୍ଧତିରେ ଜୈବିକ ଉତ୍ସରୁ ଉତ୍ପାଦିତ ପଦାର୍ଥ ବ୍ୟବହାର ଉପରେ ଗୁରୁତ୍ତ୍ଵ ଦିଆଯାଉଥିଲେ ମଧ୍ୟ, ଅନେକ ପରିଚାଳନା ଜନିତ ପାର୍ଥକ୍ୟ ରହିଛି । ଉପରୋକ୍ତ ଦୁଇଟି, ରାସାୟନିକ ମୁକ୍ତ କୃଷି ପଦ୍ଧତି ଯେଉଁଥିରେ କୌଣସି ପ୍ରକାର ରାସାୟନିକ ସାର ଓ କୀଟନାଶକର ବ୍ୟବହାର ବର୍ଜ୍ଜନ କରାଯାଇଛି । ଜୈବିକ କୃଷିରେ ବାହ୍ୟ ପଦାର୍ଥ ବ୍ୟବହାର ହେଉଥିବାବେଳେ ପ୍ରାକୃତିକ କୃଷିରେ କେବଳ ଫାର୍ମ ଜାତ ଇନ୍ପୁଟ ପ୍ରୟୋଗ କରାଯାଏ ।
ଚାଷରୁ ମିଳିବ ଅନେକ ଲାଭ ବିଷୟରେ ଜାଣନ୍ତୁ...
-କେବଳ ପ୍ରାକୃତିକ ପଦାର୍ଥ ହିଁ ବ୍ୟବହାର କରି ଖାଦ୍ୟ ଉତ୍ପାଦନ କରିବା ।
-ପୃଷ୍ଟିକର ଓ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ ହୋଇପାରିବ ।
-ଜଳ ,ମୃତ୍ତିକା ଓ ପରିବେଶ ସଂରକ୍ଷଣ ହୋଇପାରିବ ।
ପ୍ରାକୃତିକ ଚାଷର ସୁବିଧା ବିଷୟରେ....
କହିବାକୁ ଗଲେ , ପ୍ରାକୃତିକ ଚାଷ (natural farming) ବିଷୟରେ ବର୍ଣ୍ଣନା କରି ବରିଷ୍ଠ ବୈଜ୍ଞାନିକ -ଡ଼କ୍ଟର ଅରବିନ୍ଦ ଦାଶ (Dr. Aurovinda Das,Senior Scientist and Head) କହିଛନ୍ତି ଯେ ଏହି ପଦ୍ଧତି ମାଟିର ଭୌତ୍ତିକ, ରାସାୟନିକ ଓ ଜୈବିକ ଗୁଣର ଉନ୍ନତି ସହ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖେ । ଏପରି ସ୍ଥଳେ ଆମକୁ ରାସାୟନିକ ସାର ଉପରେ ନିର୍ଭର କରିବାକୁ ପଡିନଥାଏ |
ପ୍ରକାଶ ଥାଉ ଯେ, ପ୍ରାକୃତିକ ଚାଷ (Natural farming) ହେଉଛି ଏକ ରାସାୟନିକ ମୁକ୍ତ, ବାହ୍ୟ ପଦାର୍ଥରୁ ଆବଦ୍ଧ ଓ କୃଷି ପରିବେଶ ଅନୁକୂଳ ଏକ ଚିରନ୍ତନ ଚାଷ ପ୍ରଣାଳୀ । ଏହା କୃଷକମାନଙ୍କୁ ରାସାୟନିକ ସାର ଏବଂ କୀଟନାଶକ ଠୁ ଦୂରରେ ରଖି ସ୍ୱଳ୍ପ ମୂଲ୍ୟର ପ୍ରାକୃତିକ ଇନପୁଟ ବ୍ୟବହାର କରିବାକୁ ଉତ୍ସାହିତ କରେ ।
Share your comments