1. କୃଷି ଖବର

ରାଜ୍ୟରେ ୧୦ ରୁ ୫ ନାଇଟ୍‌ କର୍ଫ୍ୟୁ

ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ରାତି ୧୦ ଟା ରୁ ଭୋର ୫ଟା ଯାଏଁ ସବୁ ବନ୍ଦ ରହିବ ।

Sudesna Nayak
Sudesna Nayak
night curfew returned to odisha

night curfew returned to odisha

ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ରାତି ୧୦ ଟା ରୁ ଭୋର ୫ଟା ଯାଏଁ ସବୁ ବନ୍ଦ ରହିବ ।

ଏଣିକି ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ (night curfew) । ଓମିକ୍ରନର ଭୟାବହତା ଏବଂ ନୂଆ ବର୍ଷ (new year) ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ବଢ଼ିବାରେ ଲାଗିଛି । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁଁ ରାତି ୧୦ ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ଲାଗୁହେବ ନାଇଟ କର୍ଫ୍ୟୁ ।

ସୂଚନା ଅନୁଯାୟୀ, ଜାନୁଆରୀ ୧ (january 1 ) ତାରିଖ ନୂଆବର୍ଷରୁ ହିଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି କୁହାଯାଇଛି । ଏହି ନିୟମ ପୁରା ପୁରି ମାସେ ପାଇଁ ଅର୍ଥାତ ୨୦୨୨ ଜାନୁଆରୀ ୧ (january 1 ) ତାରିଖରୁ ୨୦୨୨ ଫେବୃଆରୀ ୧ (feb 1 )ତାରିଖ ଯାଏଁ କଡାକଡି ଭାବେ ଲାଗୁ ରହିବ । ଏଥି ପାଇଁ ଭୋର ୫ ଟା ରୁ ରାତି ୧୦ ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।

ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଜାନୁଆରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସାମାଜିକ ତଥା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ମାତ୍ର ୧୦୦ ଜଣଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ । ଏହି କଟକଣା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ବାଣିଜ୍ୟ ମେଳା, ପ୍ରଦର୍ଶନୀ, ଏବଂ ଅନନ୍ଯା ସବୁ ମେଳା ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉ କି, ରାଜ୍ୟରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୫ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କୋରୋନା ଆକ୍ରାନ୍ତ । ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ୍‌ ଭୟାନକ ଭାବେ ବୃଦ୍ଧି ପାଉଥିବା ବେଳେ ଓଡିଶାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଲେଣି । ଏହାକୁ ଦୃଷ୍ଟିରେ ରଖି ଏବଂ ଆଗକୁ ନୂଆ ବର୍ଷ ଆସୁଥିବାରୁ ଭିଡ ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ହିଁ ନାଇଟ୍‌ କର୍ଫ୍ୟୁ (night curfew)ଲାଗୁ କରାଯାଇଛି ।

ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା​‌ ଅଧିକ ଥିବାରୁ ରାତି ୧୦ ଟାରୁ ଭୋର ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ(night curfew)କୁ କଡାକଡି ଭାବେ ଲାଗୁ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ରାଜଧାନୀରେ ଲାଗିଲା ଲକଡାଉନ; ଜାଣନ୍ତୁ କଣ ରହିବ ବନ୍ଦ

ଫେରିବ ଶୀତ, ୫ ଡିଗ୍ରୀ ଯାଏଁ ଖସିବ ପାରଦ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments