1. କୃଷି ଖବର

ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି

ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି I

Sudesna Nayak
Sudesna Nayak
nirf list released

nirf list released

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଗତକାଲି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ନାସନାଲ ଇନ୍ଷ୍ଟିଟ୍ୟୁସନାଲ ରାଙ୍କୀଙ୍ଗ ଫ୍ରେମୱାର୍କ (NIRF) ଫଳାଫଳ ଘୋଷଣା ହୋଇଛି I ଏଥିରେ ଦେଶର ଉଚ୍ଚସ୍ତରୀୟ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ସାମିଲ ହୋଇଛନ୍ତି I

ଏହି ଫଳାଫଳ ଅନୁଯାୟୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଦେଶରେ ଥିବା କୃଷି ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୯ମ ସ୍ଥାନ ଅଧିକାର କରିଛି I ସେହିପରି ୭୬ଟି କୃଷି ଓ ଆନୁସଙ୍ଗିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୫ ତମ ସ୍ଥାନରେ ରହିଛି I

ତେବେ ଏହି ରାଙ୍କ ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଗବେଷଣା, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ, ଗବେଷଣା ଲବ୍ଧ ଜ୍ଞାନର ପ୍ରସାରଣ ତଥା ଅନ୍ୟାନ୍ୟ ସୁଚକାଙ୍କ ଉପରେ ପର୍ଯ୍ୟବେସିତ I NIRF ରାଙ୍କୀଙ୍ଗରେ ୧୩ଟି ବିଭାଗରେ ରାଙ୍କ ପ୍ରଦାନ କରାଯାଇଥାଏ I

ଉଚ୍ଚସ୍ତରୀୟ ଶିକ୍ଷାନୁଷ୍ଠାନର ରାଙ୍କ ନିର୍ଦ୍ଧାରଣ ପରେ ଓୟୁଏଟିର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏହାର ଶ୍ରେୟ ସମସ୍ତ ଅଧ୍ୟକ୍ଷ, ନିର୍ଦେଶକ, ଅଧ୍ୟାପକ, କର୍ମଚାରୀ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି I

ଆରମ୍ଭ ହେଲା ଓୟୁଏଟି କୃଷି-ଶିକ୍ଷା ମେଳା-୨୦୨୩

ଓୟୁଏଟି ପ୍ରଫେସର ପ୍ରଭାତ ରାଉଳ ପାଇବେ ‘ପ୍ରାଣକୃଷ୍ଣ ପରିଜା’ ସମ୍ମାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ