1. କୃଷି ଖବର

Utkala Dibasa; ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବର ଦିନ

ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବର ଦିନ । 1936 ମସିହା ଏପ୍ରିଲ ମାସ 1 ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଏହାରି ଭିତରେ 87 ବର୍ଷ ପୂର୍ଣ୍ଣ ହୋଇଛି ।

Sudesna Nayak
Sudesna Nayak
Odisha Foundation Day and Utkala Dibasa

Odisha Foundation Day and Utkala Dibasa

ଆଜି ହେଉଛି ପବିତ୍ର ଉତ୍କଳ ଦିବସ (Utkala Dibasa)। ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବର ଦିନ । 1936 ମସିହା ଏପ୍ରିଲ ମାସ 1 ତାରିଖରେ ଓଡ଼ିଶା (Odisha)କୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଏହାରି ଭିତରେ 87 ବର୍ଷ ପୂର୍ଣ୍ଣ ହୋଇଛି ।

ସୂଚନା ଅନୁଯାୟୀ, ଓଡ଼ିଶାବାସୀଙ୍କୁ ପବିତ୍ର ଉତ୍କଳ ଦିବସ (Utkala Dibasa) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (pm narendra modi)କହିଛନ୍ତି ଯେ, ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ହିଁ ଜାଣିବାର ଅବସର । ଓଡିଆବାସୀମାନଙ୍କ ସୁସ୍ଥ ଜୀବନ କାମନା କରୁଛି ।

ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସ (Utkala Dibasa)ର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (rashtrapati droupadi murmu)ଓଡ଼ିଶାର ଭାଇ ଭଉଣୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ମଧ୍ୟ ଓଡ଼ିଶା ଦିବସ (Utkala Dibasa)ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି ।

ପ୍ରକାଶ ଥାଉ ଯେ, ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ (Governor of Odisha Ganeshi Lal) ମଧ୍ୟ ଉତ୍କଳ ଦିବସ (Utkala Dibasa) ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଓଡ଼ିଶା (Odisha)କୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ।

କୃଷକଙ୍କ ପାଇଁ ଦିନ ଟିଏ

Kalia scheme: ଆଜି ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments