1. କୃଷି ଖବର

କଡ଼ାକଡ଼ି ହେବ ମାଟ୍ରିକ ପରୀକ୍ଷା, ପରୀକ୍ଷା ହଲରେ ଲାଗିବ CCTV…

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ(Matric Exam) ଶୃଙ୍ଖଳିତ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସମ୍ପୃକ୍ତ ସ୍କ୍ୱାଡ୍ ବିଭିନ୍ନ ପରୀକ୍ଷା ସେଣ୍ଟର ଗୁଡ଼ିକୁ ଅଚାନକ ଗସ୍ତ କରିବେ। ଯାହାର ଗତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି। ସେହିପରି ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ଅଧିକାଂଶ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି(CCTV) ଲଗାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ(Samir Ranjan Das) ଦାଶ ସୂଚନା ଦେଇଛନ୍ତି

Priyambada Rana
Priyambada Rana
Odisha Matric exam 2023

Odisha Matric exam 2023

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ(Matric Exam) ଶୃଙ୍ଖଳିତ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସମ୍ପୃକ୍ତ ସ୍କ୍ୱାଡ୍ ବିଭିନ୍ନ ପରୀକ୍ଷା ସେଣ୍ଟର ଗୁଡ଼ିକୁ ଅଚାନକ ଗସ୍ତ କରିବେ। ଯାହାର ଗତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି। ସେହିପରି ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ଅଧିକାଂଶ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି(CCTV) ଲଗାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ(Samir Ranjan Das) ଦାଶ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ୍ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହେବ ।ତେଣୁ ଏବେ ଠାରୁ ପ୍ରଶ୍ନପତ୍ର ପ୍ରତିଜିଲ୍ଲାର ହବ୍‌ରେ ପହଞ୍ଚି ସାରିଛି। ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି । ପ୍ରଶ୍ନପତ୍ର ହବରୁ ପରୀକ୍ଷା କେନ୍ଦ୍ର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଶୃଙ୍ଖଳା ସହ ପରୀକ୍ଷା ହେବ । ଏହା ଶେଷ ପରୀକ୍ଷା ନୁହେଁ, ବରଂ ପିଲାମାନଙ୍କ ପ୍ରଥମ ପରୀକ୍ଷା ।ତେଣୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି।

ମାଟ୍ରିକ ପରୀକ୍ଷାକୁ ନିର୍ଭୁଲ ଓ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି ବୋର୍ଡ। ଚଳିତ ଥର ୫ ଲକ୍ଷ ୩୨ ହଜାର ୬୦୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୩୦୩୧ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ୩୧୬ ଗୋଟି ନୋଡାଲ ସେଣ୍ଟର ହୋଇଥିବାବେଳେ ସେଥିମଧ୍ୟରୁ ୨୨ ଗୋଟି ପୁଲିସ ଷ୍ଟେସନରେ ଏହି ସେଣ୍ଟର କରାଯାଇଛି । କନ୍ଧମାଳର ୭, କୋରାପୁଟର ୫, ମାଲକାନାଗିରିର ୧୦ ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍‌ସାଇଟ ଏବଂ ସ୍କୁଲରୁ ଆଡମିଟ୍ କାର୍ଡ ନେଇପାରିବେ। ସେହିପରି କପି ରୋକିବା ପାଇଁ ବିଭିନ୍ନ ସ୍ତରରେ ସ୍କ୍ୱାଡ୍ କରାଯାଇଛି।

ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସେଣ୍ଟର ସୁପରିଟେଣ୍ଡେଣ୍ଟମାନଙ୍କ ପାଖରେ ପରୀକ୍ଷକମାନେ ମୋବାଇଲ ରଖିବେ ବୋଲି ବୋର୍ଡପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା ସକାଳ ୮ଟା ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ଦିନ ୧୫ ମିନିଟ ସମୟ ଅଧିକ ଦିଆଯିବ । ପରୀକ୍ଷା ସମୟରେ ବିଦ୍ୟୁତ କାଟ୍ ହେବ ନାହିଁ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।ପରୀକ୍ଷା ଶେଷ ପରେ ୫୬ ମୂଲ୍ୟାଙ୍କନ କେନ୍ଦ୍ରରେ ମୂଲ୍ୟାଙ୍କନ କରାଯିବାକୁ ଥିବାବେଳେ ନୂଆ ଢାଞ୍ଚାରେ ଫଳ ପ୍ରକାଶ ପାଇବ ।ଏସଏ-୧ରୁ ୪୦ ପ୍ରତିଶତ, ଏସଏ-୨ରୁ ୪୦ ପ୍ରତିଶତ, ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ମାର୍କ ମିଶି ଫଳ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି ।

କିପରି ଉଠାଇବେ E-Shram କାର୍ଡରେ ଲାଭ ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments