1. କୃଷି ଖବର

ରାଜ୍ୟରେ ୧୨ ଘଣ୍ଟା ମିଳିବ ନାହିଁ ପେଟ୍ରୋଲ-ଡିଜେଲ

ଦୁଇଦିନ ପାଇଁ ସେବାବନ୍ଦ କରି ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍(petroleum dealers association) |

Rajashree
Rajashree
Odisha petroleum dealers association strike for 12 hours

Odisha petroleum dealers association strike for 12 hours

ନିକଟରେ ପେଟ୍ରୋଲ ଓ ଡିଜେଲ (fuel rate)ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ | କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଗ୍ରାହକ ମାନଙ୍କୁ କିଛି ମାତ୍ରାରେ ଅସ୍ବସ୍ତି ମିଳିଥିଲା | ସରକାରଙ୍କ ଏହି ନିଷ୍ପତି ଉପରେ ସାଧାରଣ ଲୋକ ଖୁସି କିଛି ପରିମାଣରେ ସନ୍ତୋଷ ଲାଭ କରିଥିବା ବେଳେ ତେଲ ବ୍ୟବସାୟୀଙ୍କ ଉପରେ ଭାରି ପଡିଛି ସରକାରଙ୍କ ଏହି ନିଷ୍ପତ୍ତି |

ଦୁଇଦିନ ପାଇଁ ସେବାବନ୍ଦ କରି ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍(petroleum dealers association) | ମେ' ୨୭ ଓ ୨୮ ତାରିଖରେ ସନ୍ଧ୍ଯା ୬ରୁ ସକାଳ ୬' ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ (Petrol Station close)ରହିବ | ସାରା ଓଡ଼ିଶାରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ଓଡିଶା ପେଟ୍ରୋଲ ପମ୍ପ ଡିଲର ସଂଘ ଏକ ପ୍ରେସ ରିଲିଜ ଜରିଆରେ ଦର୍ଶାଇଛି | ଏହି ସମୟରେ ପେଟ୍ରୋଲ ପମ୍ପ ଗୁଡିକ ତେଲ ମଧ୍ୟ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି | ଏହି ବନ୍ଦକୁ ଇଣ୍ଡିଆନ ଓଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ସମର୍ଥନ କରିଛନ୍ତି |

ସରକାରଙ୍କ ଅଚାନକ ଭାଟ୍ କମାଇବା ନିଷ୍ପତି ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସ ମାନେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିଛନ୍ତି | ଅଧିକ ଦାମରେ କିଣି କମ୍‌ ଦାମରେ ପେଟ୍ରୋଲ ବିକ୍ରି ଯୋଗୁଁ ଏହି କ୍ଷତି ସହିଛନ୍ତି ପେଟ୍ରୋଲ ପମ୍ପ ଡିଲର୍ସ | ତେଣୁ ତୈଳ କମ୍ପାନୀମାନଙ୍କଠାରୁ କ୍ଷତିପୂରଣ ଦାବିରେ ହେଉଛି ଧର୍ମଘଟ | ଏହାସହ ୨ଦିନ ଧରି ତୈଳ କମ୍ପାନୀମାନଙ୍କଠାରୁ ତୈଳ କିଣା ଯିବନି (Petrol Station close) ବୋଲି କହିଛନ୍ତି ପେଟ୍ରୋଲ ଡିଲର୍ସ ଆସୋସିଏସନ୍ (petroleum dealers association) | ଦାବି ପୁରଣ ନହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି କହଛି ପେଟ୍ରୋଲିୟମ ଡିଲର୍ସ ଆସୋ

ସଂଘ ତେଲ ଦର କମ୍ ହେବାକୁ ନେଇ ସ୍ୱାଗତ କରିଛି, ହେଲେ ସରକାର ଏପରି ନିଷ୍ପତ୍ତି ନେବା ବେଳେ ତେଲ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ଏବଂ ପେଟ୍ରୋଲ ପମ୍ପ ମାଲିକଙ୍କ କ୍ଷତି ଉପରେ ଧ୍ୟାନ ଦେବାର ଥିଲା ବୋଲି କହିଛନ୍ତି ଓଡ଼ିଶା ପେଟ୍ରୋଲିୟମ ସଂଘର ସଭାପତି|

ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକଇବ: ପ୍ରଧାନମନ୍ତ୍ରୀ

Fuel Price Hike:ମୁଦ୍ରାସ୍ଫୀତିର ବଡ଼ ଝଟକା; ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments