1. କୃଷି ଖବର

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଆସିଲା ବଡ ଖବର । ଆଜିଠୁ +୨ ପାଇଁ ଆବେଦନ । samsodisha ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜି ବୁଧବାରଠୁ ଆବେଦନ କରିପାରିବେ ।

Sudesna Nayak
Sudesna Nayak
odisha plus2 admission online application process begins

odisha plus2 admission online application process begins

ଆସିଲା ବଡ ଖବର । ଆଜିଠୁ +୨ ପାଇଁ ଆବେଦନ । samsodisha ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜି ବୁଧବାର (Wednesday)ଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ ଉପଲବ୍ଧ ହେବ କମନ ଆପ୍ଲିକେସନ ଫର୍ମ । ଅଗଷ୍ଟ (August)10 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଠାରୁ +୨ ରେ ଶତ ପ୍ରତିଶତ ସିଲାବସ୍ ଆଧାରରେ ହିଁ ପିଲାମାନଙ୍କ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦିନ 3ଟାରେ August 17ଦିନ ତାରିଖ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ପ୍ରଥମ ପର୍ଯ୍ୟାୟ ନାମଲେଖା August 19ରୁ ଆରମ୍ଭ ହେବ ଏବଂ 25 ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ହିଁ ଚାଲିବ ।

-ସେପ୍ଟେମ୍ବର 9 ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ।

-ସେପ୍ଟେମ୍ବର 5 ରୁ 7 ତାରିଖ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 13 ତାରିଖରେ ପ୍ରକାଶ ପାଇବ ସ୍ପଟ୍ ସିଲେକ୍ସନ ପାଇଁ ବଳକା ସିଟ୍ ତାଲିକା ।

-ସେପ୍ଟେମ୍ବର 13 ଓ ସେପ୍ଟେମ୍ବର 14 ତାରିଖରେ ସ୍ପଟ୍ ନାମଲେଖା ପାଇଁ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ ।

-ସେପ୍ଟେମ୍ବର 15ରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ । ଏହାପରେ 15 ଓ 16 ଦୁଇ ଦିନ ହେବ ସ୍ପଟ ଆଡ଼ମିଶନ ।

୧୦ମ ପାସ କରିଥିଲେ ମିଳିବ ପୋଲିସ ଚାକିରି,ଶୀଘ୍ର କରନ୍ତୁ ଆବେଦନ

ଆସନ୍ତାକାଲି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments