1. କୃଷି ଖବର

ବଜେଟ 2022-23: ଚାଷୀଙ୍କୁ ମିଳିବ 50 ହଜାର ଋଣ

22 ବର୍ଷରେ ବଜେଟ 17 ଗୁଣ ବଢିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହା ପ୍ରଗତିଶୀଳ ଏବଂ ବିକାଶମୂଳକ ବଜେଟ ବୋଲ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Shuvanshu Kar
Shuvanshu Kar
Odisha presents Rs 2 lakh crore budget for 2022-23

Odisha presents Rs 2 lakh crore budget for 2022-23

ଚଳିତ ମୌସୁମୀ ଅଧିବେଶନରେ ୨୦୨୨-୨୩(budget 2022-23) ପାଇଁ ୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ଫୋକସରେ ରହିଛି ମିଶନ ଶକ୍ତି(Mission Shakti) । ଏହାସହିତ ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।

22 ବର୍ଷରେ ବଜେଟ 17 ଗୁଣ ବଢିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହା ପ୍ରଗତିଶୀଳ ଏବଂ ବିକାଶମୂଳକ ବଜେଟ ବୋଲ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) । ଏଥର ବଜେଟରେ ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର ‘ବଜେଟ ଷ୍ଟାବିଲାଇଜେସନ ଫଣ୍ଡ’ ଗଠନ କରିଛନ୍ତି ।

ବଜେଟରେ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ୧୨ ହଜାର ୬୨୪ କୋଟି ଟଙ୍କାର ବ୍ୟୟଅଟକଳ କରିଛନ୍ତି ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨,୬୬୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨,୧୫୬ କୋଟି, ପରିବାର କଲ୍ୟାଣ ଯୋଜନାକୁ ୫୧୪ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨,୩୨୫ କୋଟି ଆବଣ୍ଟିତ ହୋଇଛି ।

ସେହିପରି କୃଷି ବଜେଟରେ ମୋଟ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ ହୋଇଛି । ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖିଛନ୍ତି ସରକାର । ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ ହୋଇଛି । ସେହିପରି କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ ଦିଆଯିବାକୁ ଘୋଷଣଣା ହୋଇଛି ସରକାର ।

ସେପଟେସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ପାଇଁ ୧୪, ୪୫୪ କୋଟି, ସଡକ ରକ୍ଷଣାବେକ୍ଷଣ ପାଇଁ ୨,୯୭୦ କୋଟି, ପୂର୍ତ୍ତ ବିଭାଗ ପାଇଁ ୮, ୩୮୩ କୋଟି, ବିଜୁ ସେତୁ ଯୋଜନା ପାଇଁ ୧ ହଜାର ୬୮୮ କୋଟି ଟଙ୍କର ବ୍ୟୟ ଅଟକଳ କରାଯାଇଛି ।

ଅନ୍ତରୀଣ ବଜେଟ କଣ??

budget 2022 : ଚାଷୀଙ୍କୁ ମିଳିଲା ଉପହାର ; ବଜେଟରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା,ଜାଣନ୍ତୁ କଣ ରହିଛି...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments