1. କୃଷି ଖବର

ଆଗକୁ ରାଜ୍ୟରେ ପ୍ରବଳ ବର୍ଷା, ଏକା ସାଙ୍ଗରେ ୨ଟି ଳଘୁଚାପ..

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଣି ପାଗରେ ପରିବର୍ତ୍ତନ ଆସିବା ସହିତ ବର୍ଷା ଆଗମନ ହୋଇଛି। ରାଜ୍ୟକୁ ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରିଥିବା ଦେଖାଦେଇଛି। ଯାହା ଫଳରେ ଗତ କିଛିଦିନ ହେଲେ ଲାଗି ରହିଥିବା ପାଗରେ ଏବେ ପରିବର୍ତ୍ତନ ଆସିବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ରାଜ୍ୟରେ ଏବେ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି।

Priyambada Rana
Priyambada Rana
Odisha Weather: 2 low pressure is coming in Odisha...pic credit: www.pexels.com

Odisha Weather: 2 low pressure is coming in Odisha...pic credit: www.pexels.com

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଣି ପାଗରେ ପରିବର୍ତ୍ତନ ଆସିବା ସହିତ ବର୍ଷା ଆଗମନ ହୋଇଛି। ରାଜ୍ୟକୁ ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରିଥିବା ଦେଖାଦେଇଛି। ଯାହା ଫଳରେ ଗତ କିଛିଦିନ ହେଲେ ଲାଗି ରହିଥିବା ପାଗରେ ଏବେ ପରିବର୍ତ୍ତନ ଆସିବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ରାଜ୍ୟରେ ଏବେ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି।

ଅନ୍ୟପଟେ ଏହି ପାଗରେ ପରିବର୍ତ୍ତନ ଆସିବା ସହିତ ତୃତୀୟ ଓ ଚତୁର୍ଥ ସପ୍ତାହରେ କ୍ରମାଗତ ଭାବରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏଥିପାଇଁ ଜୁଲାଇ ୧୬ ତାରିଖ ପରେ ରାଜ୍ୟରେ ପାଗ ବଦଳିବା ସହିତ ଦ୍ୱିତୀୟାର୍ଦ୍ଧରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଜୁଲାଇ ଦ୍ୱିତୀୟ ସପ୍ତାହର ବାକି ୩ ଦିନରେ ରାଜ୍ୟରେ ବିଚ୍ଛୁରିତ ବର୍ଷା ହେବାର ସମ୍ଭାବନା ରହିଛି । ତୃତୀୟ ସପ୍ତାହରେ ୧୫-୧୭ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଓ ଉପକୂଳରେ ସ୍ୱଳ୍ପ ବର୍ଷା ହୋଇପାରେ।

ହେଲେ ୧୮-୨୧ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହିତ ମୌସୁମୀ ଟ୍ରଫ୍ ସ୍ୱାଭାବିକ ସ୍ଥିତିକୁ ଫେରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ।ଯେଉଁଥି ପାଇଁ ରାଜ୍ୟରେ ମଧ୍ୟମରୁ ବଡ଼ ବର୍ଷା ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି। ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ସମୁଦାୟ ବର୍ଷା ୯୦-୧୧୦ ମିଲିମିଟର ହେବାକୁ ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ ।

ସେପଟେ ମୌସୁମୀ ଜନିତ ନିମ୍ନ ଚାପରେଖା ଉତ୍ତରଦିଗକୁ ଗତି କରୁଥିବା ବେଳେ ରାଜ୍ୟରେ ବର୍ଷାର ପରିମାଣ ସ୍ୱଳ୍ପ ରହିଛି । ଜୁନ୍‍ ଆରମ୍ଭରୁ ଗତକାଲି ମଧ୍ୟରେ ସମୁଦାୟ ୨୭ ପ୍ରତିଶତ କମ୍‍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।୧୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‍ ବର୍ଷା ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ ୬୬ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୧୮ ତାରିଖରେ ଓଡ଼ିଶା ସଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଅନୁମାନ କରାଯାଇଛି ।

୧୧ରୁ ରାଜ୍ୟରେ ବଢ଼ିବ ବର୍ଷା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments