1. କୃଷି ଖବର

ଆଜିଠୁ ପାଣିପାଗରେ ପରିବର୍ତ୍ତନ, ଲାଗି ରହିବ ବର୍ଷା...

ଦୀର୍ଘ ଦିନ ଧରି ଖରା ତାତି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ଆଜିଠୁ ପାଣିପାଗ ଶାନ୍ତ ପଡ଼ିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏ ନେଇ ରାଜ୍ୟବାସୀ ଟିକେ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଲାଗି ରହିଥିବା ଡହ ଡହ ଖରା ଯୋଗୁ ପିଲା ଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଥିବା ବେଳେ ଆଜିଠୁ ପାଗ ବଦଳିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି କରିଛି ।

Priyambada Rana
Priyambada Rana
Odisha Weather Report

Odisha Weather Report

ଦୀର୍ଘ ଦିନ ଧରି ଖରା ତାତି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ଆଜିଠୁ ପାଣିପାଗ ଶାନ୍ତ ପଡ଼ିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏ ନେଇ ରାଜ୍ୟବାସୀ ଟିକେ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଲାଗି ରହିଥିବା ଡହ ଡହ ଖରା ଯୋଗୁ ପିଲା ଠୁ ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଥିବା ବେଳେ ଆଜିଠୁ ପାଗ ବଦଳିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି କରିଛି ।

ଗୁରୁଚାପ ବଳୟ ପ୍ରଭାବ ହ୍ରାସ ହେବା ଯୋଗୁଁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ତାତିର ପରିମାଣ ମଧ୍ୟ କମ୍ ହୋଇପାରେ । ସେହିପରି ଆଗାମୀ ୩ରୁ ୪ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ । ତେବେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହେବାର ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଖୁବଶୀଘ୍ର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ ।  ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବ । ୨୪ରୁ ବଢିବ ବର୍ଷାର ବିସ୍ତୃତି । ପ୍ରଭାବରେ ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବ । ୨୬ ତାରିଖ ଯାଏଁ ତାପମାତ୍ରା ସାମାନ୍ୟ କମ ରହି ୨୭ରୁ ପୁଣି ବଢିବାନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ଗତ ତିନି ଦିନ ହେଲା କୋରାପୁଟ ଜିଲ୍ଲାରେ ଭୀଷଣ ବଜ୍ରପାତ ଘଟୁଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ। କୋରାପୁଟ ଜିଲ୍ଲାରେ ୭ ମିନିଟ ମଧ୍ୟରେ ୫ ହଜାର ୩୯୫ ଥର ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପରୁ ଏହି ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ବୈପାରିଗୁଡା, କୋରାପୁଟ, ଜୟପୁର, ସେମିଳିଗୁଡା, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ୫ ହଜାର୩୯୫ରୁ ଅଧିକ ବଜ୍ରପାତ ହୋଇଥିବା ବେଳେ ଏହା କେତେ ଘାତକ ହୋଇପାରେ ତାହା ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଆସନ୍ତା ୨୪ ଘଣ୍ଟା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments