
Odisha Weather Report
ରାଜ୍ୟରେ ୪ଦିନ ହେବ କିଛି କିଛି ସ୍ଥାନରେ ଝଡବର୍ଷା ଯୋଗୁଁ ଖରା ତାତିରୁ ରକ୍ଷା ମିଳିଛି । ଏହାପରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ରହୁଛି । ତେବେ ପାଣିପାଗ(Weather) ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ ପ୍ରଭାବରେ ୪ ଜିଲ୍ଲାରେ ଝଡବର୍ଷା ହେବାର ସମ୍ଭାବନା ରହିବା ସହ କୂଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ସେହି ୪ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର। ସେଠାରେ ବିଜୁଳି ଘଡଘଡି ସହ ଝଡ ପବନ ଏବଂ କୂଆପଥର ବର୍ଷାର ସମ୍ଭାବନା ରହିଛି। ଏନେଇ ଏହି ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି । ଘଡଘଡି ସମୟରେ ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।
ଏହା ପୂର୍ବରୁ ରାଜ୍ୟରେ ଅନେକ ଜିଲ୍ଲାରେ ସକାଳ ୮.୩୦ ବେଳର ତାପମାତ୍ରା ୩୦ ଡିଗ୍ରୀ ରହୁଥିବା ବେଳେ ଦ୍ୱିପ୍ରହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରି ଲୋକଙ୍କୁ ଛଟପଟ କରୁଥିଲା । କିଛିଦିନ ହେବ ଏହି କାଳ ବୈଶାଖୀରେ ଝଡବର୍ଷା ଯୋଗୁଁ ଏହି ତାତିରୁ ରକ୍ଷା ମିଳୁଛି ।
୨୬ ତାରିଖରେ ପଶ୍ଚିମା ଝଡ଼ ସକ୍ରିୟ ହେବ। ଫଳରେ ଅଭାନ୍ତରୀଣ ଓଡ଼ିଶାରେ ବର୍ଷା ଓ ପବନ ହେବ,ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। ୨୭ରେ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କୁଆପଥର ବର୍ଷା ହେବ। ୨୮ ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଆସିବ ନାହିଁ। ୨୮ ତାରିଖ ପରେ ତାପମାତ୍ରା ପୁଣି ବୃଦ୍ଧି ପାଇବ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।
ପ୍ରବଳ ବର୍ଷା ପାଇଁ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କତା ଜାରି ହୋଇଛି।
ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି । ଝଡ଼ବର୍ଷା ବେଳେ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ହିମାଳୟ ପାଦଦେଶରୁ ପଶ୍ଚିମବଙ୍ଗ ଓ ସିକିମ୍ ଦେଇ ଛତିଶଗଡ଼ ଯାଏଁ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପକୂଳ ନିକଟରେ ମଧ୍ୟ ଏକ ନିମ୍ନ ଚାପରେଖା ଘୂର୍ଣ୍ଣିବଳୟ ଆକାରରେ ପ୍ରଭାବ ପକାଇଛି।
ଆହୁରି ୪ ଦିନ କାଳବୈଶାଖୀ,୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Share your comments