1. କୃଷି ଖବର

ରାଜ୍ୟରେ କାଳବୈଶାଖୀ ଜାରି, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

ଆସନ୍ତା ତିନିଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ଥିବାରୁ ତାତିରୁ ଆଶ୍ୱସ୍ତି ମିଳିବ; କିନ୍ତୁ ୪ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ମାଡ଼ ହୋଇପାରେ।

Priyambada Rana
Priyambada Rana
Odisha Weather Report

Odisha Weather Report

ଏପ୍ରିଲ ୧୪ରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଶୁକ୍ରବାର ପ୍ରଚଣ୍ଡ ତାତି ପ୍ରକୋପରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ରାଜ୍ୟର ସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ଆସିଛି। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କୋହଲା ପବନ ବହିବା ଯୋଗୁଁ ତାତିରୁ ମୁକ୍ତି ମିଳିଛି। ୮ସ୍ଥାନରେ ଘୂର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ଏବଂ ରାଜ୍ୟବ୍ୟାପି ଦିନ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ୨୬ତାରିଖ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇପାରେ ​ବୋଲି ସୂଚନା ମିଳିଛି ।

ଆସନ୍ତା ତିନିଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ଥିବାରୁ ତାତିରୁ ଆଶ୍ୱସ୍ତି ମିଳିବ; କିନ୍ତୁ ୪ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ମାଡ଼ ହୋଇପାରେ। ବିଶେଷକରି ୨୨ ଓ ୨୩‌‌ରେ କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ବର୍ଷା ଏବଂ କୁଆପଥର ବୃଷ୍ଟିର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିପାରେ। ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।ଗୁରୁଚାପର ପ୍ରଭାବ ହ୍ରାସ ହେବା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ଏହାଫଳରେ ତାପମାତ୍ରା ହ୍ରାସପାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଶୁକ୍ରବାର ରାଜ୍ୟର ସର୍ବାଧିକ ତାପମାତ୍ରା ନୂଆପଡ଼ାରେ ସବୁଠୁ ଅଧିକ ୩୯.୪ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୩୮.୬, ବାରିପଦା ୩୭.୪, ବଲାଙ୍ଗୀର ୨୯.୩ ଏବଂ କଟକରେ ୩୪ ଡିଗ୍ରୀକୁ ଖସି ଆସିଛି ।

ବାରିପଦା, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର ଏବଂ ଭୁବନେଶ୍ୱରରେ ଦିନ ତାପମାତ୍ରା ପ୍ରାୟ ୭ରୁ ୮ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି। ଗତକାଲି ରାଜଧାନୀରେ ପାରା ୪୩.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆଜି ୭.୧ଡିଗ୍ରୀ ହ୍ରାସ ପାଇଛି।
ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ଚାନ୍ଦବାଲି, ପାରାଦ୍ୱୀପ, ଭୁବନେଶ୍ୱର, କେନ୍ଦୁଝର, ସମ୍ବଲପୁର, ଟିଟିଲାଗଡ଼, ରାୟଗଡ଼ା, ଯାଜପୁର, କୋରାପୁଟ ଏବଂ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି।

ଆଜିଠୁ ପାଣିପାଗରେ ପରିବର୍ତ୍ତନ, ଲାଗି ରହିବ ବର୍ଷା...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments