1. କୃଷି ଖବର

ରାଜ୍ୟରେ ବଢ଼ିବ ତାପମାତ୍ରା, କମିବ ଶୀତ

ଏଣିକି ବଦଳୁଛି ପାଣିପାଗର ମିଜାଜ । ବଢ଼ିବ ତାପମାତ୍ରା, କମିବ ଶୀତ । ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Sudesna Nayak
Sudesna Nayak
odisha weather update 3 to 4 degree temperature to increase

odisha weather update 3 to 4 degree temperature to increase

ଏଣିକି ବଦଳୁଛି ପାଣିପାଗର ମିଜାଜ । ବଢ଼ିବ ତାପମାତ୍ରା, କମିବ ଶୀତ । ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନା ଅନୁସାରେ, ୭ ତାରିଖ ପରେ ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ (3 to 4 degree) ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି (temperature increase) ହେବ । ଫଳରେ ଜାଡ କମିବ । ବଢ଼ିବ ତାପମାତ୍ରା (temperature increase) ।

ଆସନ୍ତା 4 ଦିନ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଜାଡ କମିବା ସହ ଘନ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିବ ।

ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ କାଲି ସକାଳ ୮ଟା ୩୦ ମଧ୍ୟରେ ୬ଟି ଜିଲ୍ଲା କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଆସନ୍ତା ୩ ଦିନ ଯାଏଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରକାଶ ଥାଉ ଯେ, ଏହାପରେ ମଧ୍ୟ ଆସନ୍ତା ୭ ତାରିଖ ସକାଳ ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ଘନ କୁହୁଡି ଜାରି ରହିବ । ବିଶେଷ କରି ଏହି ସବୁ ଜିଲ୍ଲାରେ ୨ ଶହ ମିଟରରୁ କମ ଦୃଶ୍ୟମାନ ରହିବା ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ଗାଡି ଚାଳକମାନଙ୍କୁ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।

ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ କିନ୍ତୁ ଏହାପର ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ (3 to 4 degree) ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଆହୁରି ୩ ଦିନ ହାଡଥରା ଶୀତ, ୧୦ରେ ବର୍ଷା

ଫେରିବ ଶୀତ, ୫ ଡିଗ୍ରୀ ଯାଏଁ ଖସିବ ପାରଦ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments