1. କୃଷି ଖବର

ଶୁକ୍ରବାର ଠୁ ଛେଚିବ ବର୍ଷା : କମିବ ଶୀତ

ଶୁକ୍ରବାର ଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତର ଚାରି ଦିନ ପ୍ରବଳ ଶୀତ (Cold)ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରେ ବର୍ଷାରେ ଭିଜିବ ଓଡିଶା ।

Sudesna Nayak
Sudesna Nayak
Odisha weather update rainfall in odisha

Odisha weather update rainfall in odisha

ଶୁକ୍ରବାର ଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତର ଚାରି ଦିନ ପ୍ରବଳ ଶୀତ (Cold)ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରେ ବର୍ଷାରେ ଭିଜିବ ଓଡିଶା

ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତ (Cold) ଅନୁଭୂତ ହେଉଥିଲା । ଏପରିକି ଘନ କୁହୁଡି (Fog)ର ଚାଦରରେ ଅନେକ ସହର ରହୁଥିଲା । ବିଶେଷକରି କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ପଡିବା ନେଇ ୟେଲୋ ଆଲର୍ଟ (Yellow Alert) ଜାରି କରାଯାଇଥିଲା । ଦକ୍ଷିଣ ଓ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି (Fog) ନଜର ଆସିଥିଲା । କିନ୍ତୁ ଏବେ ବର୍ଷା (Rain) ହେବ ।

ସୂଚନା ଅନୁୟାୟୀ, ତେବେ ଶୁକ୍ରବାର ଠୁ କୁହୁଡି କମିବା ସହ ବର୍ଷା (Rain)ହେବ । ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରି କହିଛି ।

ସେପଟେ ଅଦିନିଆ ବର୍ଷା (Rain) ଯୋଗୁଁ ଚାଷୀମାନଙ୍କ (Framers) ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ଏହି ଅଦିନିଆ ବର୍ଷା ପୁଣି ଥରେ ଧାନ ଓ ପନିପରିବା ଚାଷ ଉପରେ ପାହାର ପକାଇଛି । ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ଭିଜି ଯାଇଛି । ଦୁଇ ଦିନ ଧରି ଚାଲିଥିବା ବର୍ଷାରେ ସବୁ ଧାନ ଭିଜିଯାଇଛି । ଏହା ଗଜା ହେବାର ଆଶଙ୍କା ଥିବାରୁ ଏହାକୁ କେମିତି ବିକ୍ରି କରିବ ଚିନ୍ତାରେ ଚାଷୀମାନଙ୍କର ନିଦ ହଜିଯାଇଛି । କଟନିଛଟନିକୁ ନେଇ ଚିନ୍ତାରେ ଚାଷୀ ଏବେ ଭିଜା ଧାନକୁ ଧରି ବସିଛି ।

ପ୍ରକାଶ ଥାଉ ଯେ, ତେବେ ୨୧ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rains) ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ଚାଷୀ (Framers) କଣ କରିବ ତାର ମୁଣ୍ଡରେ ବୁଦ୍ଧି ମଧ୍ଯ ପସୁନାହିଁ ।

ସତର୍କ ଘଣ୍ଟି : ୪୮ ଘଣ୍ଟା ଢାଙ୍କିବ କୁହୁଡି ଚାଦର, ପୁଣି ଫେରିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments