1. କୃଷି ଖବର

ସତର୍କ ଘଣ୍ଟି : ୪୮ ଘଣ୍ଟା ଢାଙ୍କିବ କୁହୁଡି ଚାଦର, ପୁଣି ଫେରିବ ବର୍ଷା

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ଘନ କୁହୁଡି (Fog)ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Sudesna Nayak
Sudesna Nayak
Weather update in odisha light rain from 21st january

Weather update in odisha light rain from 21st january

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ଘନ କୁହୁଡି (Fog) ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁଯାୟୀ, ଆସନ୍ତକାଲି ସକାଳ ୮ ଟା ୩୦ ସମୟ ମଧ୍ୟରେ ୧୧ ଜିଲ୍ଲା ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ନୟାଗଡ ଜିଲ୍ଲା, କଟକ ଜିଲ୍ଲା, ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି (Fog)ନେଇ ୟେଲୋ ଆଲର୍ଟ (Yellow Alert) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା (Odisha) ସହ ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି (Fog) ସମ୍ଭାବନା ମଧ୍ଯ ରହିଛି ।

ସେହିପରି ଆସନ୍ତାକାଲି ୬ ଜିଲ୍ଲା ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି (Fog)ନେଇ ୟେଲୋ ଆଲର୍ଟ (Yellow Alert) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାପରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ମଧ୍ଯ ରହିଛି ।

ପ୍ରକାଶ ଥାଉ ଯେ, ଏହସହ ୨୧ ତାରିଖରୁ ଉତ୍ତର-ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାର କିଛି ଜିଲ୍ଲାରେ ହାଲୁକା ବର୍ଷା (light rain) ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Metrological Department) । ସେପଟେ ଅଦିନିଆ ବର୍ଷା (Rain) ଯୋଗୁଁ ଚାଷୀମାନଙ୍କ (Framers) ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ୯ ଟି ସ୍ଥାନରେ ୧୧ ଡ଼ିଗ୍ରୀରୁ କମ ତାପମାତ୍ରା ରେକର୍ଡ ହୋଇଛି ।

କୁହୁଡିକୁ ସାବଧାନ : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୨୩ ରୁ ବର୍ଷା

ଆଜି ବି ବର୍ଷିବ ; ୧୭ ରେ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments