1. କୃଷି ଖବର

ରେକର୍ଡ ଭାଙ୍ଗୁଛି ତୈଳ ଦର

ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ଆନାଲିସିସ୍ ସେଲ୍ ତଥ୍ୟ ଅନୁଯାୟୀ, ଜୁନ୍ ୯ରେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୨୧.୨୮ ଡଲାରକୁ ଛୁଇଁଛି | ଏହି ଦର ଶେଷଥର ପାଇଁ ୨୦୧୨ ଫେବୃଆରୀ/ମାର୍ଚ୍ଚରେ ଦେଖିବାକୁ ମିଳିଥିଲା |

Rajashree
Rajashree
Petrol disel price hike

Petrol disel price hike

ଆଗକୁ ବଢିପାରେ ତେଲ ଦର | ଭାରତ କିଣୁଥିବା ଅଶୋଧିତ ତେଲ (cruid oil) ବ୍ୟାରେଲ ପିଛା ବୃଦ୍ଧି ପାଇ ୧୨୧ ଡଲାରରେ ପହଞ୍ଚିଛି | ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ ପୂର୍ବ ପରି ସ୍ଥିର ହୋଇ ରହିଛି | ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ଆନାଲିସିସ୍ ସେଲ୍ (PPAC)ର ତଥ୍ୟ ଅନୁଯାୟୀ, ଜୁନ୍ ୯ରେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୨୧.୨୮ ଡଲାରକୁ ଛୁଇଁଛି | ଏହି ଦର ଶେଷଥର ପାଇଁ ୨୦୧୨ ଫେବୃଆରୀ/ମାର୍ଚ୍ଚରେ ଦେଖିବାକୁ ମିଳିଥିଲା |

ଅଶୋଧିତ ତୈଳ(petrol diesel price) ଫେବୃଆରୀ ୨୫ରୁ ମାର୍ଚ୍ଚ ୨୯ ମଧ୍ୟରେ ବ୍ୟାରେଲ ପିଛା ହାରାହାରି ୧୧୧.୮୬ ଡଲାର ଥିଲା ମାତ୍ର ୟୁକ୍ରେନ ଉପରେ ଋଷର ଆକ୍ରମଣର ପରେ ତେଲ ଦର ଥମିବାର ନାଁ ନାହିଁ | ମାର୍ଚ୍ଚ ୩୦ରୁ ଏପ୍ରିଲ ୨୭ ମଧ୍ୟରେ ଏହା ଏକ ବ୍ୟାରେଲ ହାରାହାରି ୧୦୩.୪୪ ଡଲାର ଥିଲା | ଆଗକୁ ଏହା ବ୍ୟାରେଲ ପିଛି ୧୫୦ ଡଲାର ହେବ ବୋଲି ଆଶଙ୍କା କରାଯାଉଛି।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ କ୍ରୁଡ (cruid oil)ଅଏଲର ଦର ପ୍ରତି ବ୍ୟାରେଲ ୧୨୧.୨୮ ଡଲାର ରହିଛି | ଯାହା ୨୦୧୨ ପରେ ରେକର୍ଡ ଦର ବୃଦ୍ଧି ବୋଲି କୁହାଯାଉଛି | ତେବେ ମେ’ ୨୧ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ | ଯାହାଫଳରେ ରାଷ୍ଟ୍ରିୟ ବଜାରରେ ତେଲ ଦର ବର୍ତ୍ତମାନ ସ୍ଥିର ରହିଛି |

କେନ୍ଦ୍ର ସରକାର ତୈଳ ଦର ଉପରୁ ଏକ୍ସାଇଜ୍ ଡ୍ୟୁଟି ହଟାଇବା ପରେ ସାଧାରଣ ଜନତାଙ୍କୁ ସାମାନ୍ୟ ଆସ୍ୱସ୍ଥି ମିଳିଛି ସତ କିନ୍ତୁ ତେଲ କମ୍ପାନୀଗୁଡିକଙ୍କ ଉପରେ ବୋଝ ବଢିଯାଇଛି | ଅଶୋଧିତ ତୈଳର ଦର ଲଗାତାର ବୃଦ୍ଧି ହେଉଥିବାରୁ ସରକାରୀ ତେଲ କମ୍ପାନୀ ଗୁଡିକ କ୍ଷତି ସହୁଛନ୍ତି | ତେଣୁ ଆଶଙ୍କା କରାଯାଉଛି ଆଗକୁ ପୁଣି ତେଲ (petrol diesel price) ମହଙ୍ଗା ହୋଇପାରେ ।

ବର୍ତମାନ, ଦିଲ୍ଲୀରେ ପେଟ୍ରୋଲ ଲିଟର ୯୬.୭୨ପଇସା ରହିଛି ସେହିପରି ଡିଜେଲ ଦର(petrol diesel price) ୮୯.୬୨ ପଇସା ରହିଛି | ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଦର ଅନ୍ୟ ରାଜ୍ୟଗୁଡିକ ତୁଳନାରେ କମ୍ ରହିଛି । ଅନ୍ୟପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୧.୩୫, ଡିଜେଲ ୯୭.୨୮ ପଇସା ରହିଛି |

ସେହିପରି ଚେନ୍ନାଇରେ ପେଟ୍ରୋଲ ୧୦୨.୬୩, ଡିଜେଲ ୯୪.୨୪ ପଇସା | କୋଲକତାରେ ପେଟ୍ରୋଲ ୧୦୬.୦୩ ଡିଜେଲ ୯୨.୨୭ ପାଇସା ରହିଥିବା ବେଳେ | ଓଡିଶାରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର |

Fuel Price Hike:ମୁଦ୍ରାସ୍ଫୀତିର ବଡ଼ ଝଟକା; ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର,ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏଁ ବଢ଼ିବ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments