1. କୃଷି ଖବର

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ କଟିଯିବ ଆପଣଙ୍କ ନାଁ, ଜାଣନ୍ତୁ କାହିଁକି ।

ବଡ଼ ଦିନରେ କୃଷକଙ୍କ ପାଇଁ ବଡ଼ ଅଫର । ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ସାଜି କୃଷକଙ୍କୁ ଉପହାର ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ ଆସନ୍ତା କାଲି ଅର୍ଥାତ ବଡ଼ ଦିନରେ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ମିଳିପାରେ ।

Priyambada Rana
Priyambada Rana
PM Kishan Samman Nidhi Scheme

PM Kishan Samman Nidhi Scheme

ବଡ଼ ଦିନରେ କୃଷକଙ୍କ ପାଇଁ ବଡ଼ ଅଫର । ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ସାଜି କୃଷକଙ୍କୁ ଉପହାର ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ ଆସନ୍ତା କାଲି ଅର୍ଥାତ ବଡ଼ ଦିନରେ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର(PM Kisan samman yojana) ୧୭ତମ କିସ୍ତି ମିଳିପାରେ । ଆସନ୍ତା କାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ (Atal bihari Vajpayee)ବାଜପେୟୀଙ୍କୁ ଜନ୍ମଜୟନ୍ତୀ ଅବସରରେ ସରକାର ଏହି କିସ୍ତି ପ୍ରଦାନ କରିବାକୁ ଯାଉଥିବା ସୂଚନା ମିଳିଛି ।

୨୦୨୦ ଡିସେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନୀଧି ଯୋଜନାରେ ଦେଶର କୃଷକ(Farmers)ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଲେଖାଏଁ ଟଙ୍କା ପଠାଇଥିଲେ ସରକାର । ତେଣୁ ଚଳିତ ଥର ମଧ୍ୟ ବଡ଼ ଦିନ ଅବସରରେ ସରକାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଥିବା ନେଇ ଅନୁମାନ କରାଯାଉଛି । ଯଦିଓ ଏ ନେଇ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ ତଥାପି ଟଙ୍କା ମିଳିବା ନେଇ ସାମାନ୍ୟ ଆଶା ରଖିଛନ୍ତି କୃଷକ । ତେବେ ଡିସେମ୍ବର ୨୫ରେ ସରକାରଙ୍କ ଦ୍ୱାରା ଯଦି ଏହି ରାଶି ମିଳି ନପାରେ ତେବେ ଏହା ୨୦୨୩ ପ୍ରଥମ ସପ୍ତାହ ସୁଦ୍ଧା ମିଳିଯିବା ନେଇ ଅନୁମାନ କରାଯାଉଛି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଯଦି କୌଣସି କୃଷକ ନିଜର e-KYC ଅପଡେଟ କରି ନଥିବେ ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ୧୩ତମ କିଷାନ ସମ୍ମାନ ନିଧି ଯୋଜନାରେ ଆସିବାକୁ ଥିବା ରାଶି ଆସି ପାରିବ ନାହିଁ । ଏ ନେଇ ସରକାର ବାରମ୍ବାର କହିଆସୁଛନ୍ତି ଯେ e-KYC ଅପଡେଟ୍ କରିବା ନିହାତି ଆବଶ୍ୟକ । ନଚେତ୍ ଉକ୍ତ କୃଷକମାନଙ୍କ ନାଁ କିଷାନ ସମ୍ମାନ ନିଧି ଯୋଜନାରୁ ହଟାଇ ଦିଆଯିବ । ତେବେ e-KYC ଅପଡେଟ କରିବା ପାଇଁ ନିକଟସ୍ଥ କୃଷି ବିଭାଗ ଅଥବା ସାଧାରଣ ଲୋକ ସେବା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ ।ତେବେ ଗତ କିଛି ଦିନ ଧରି ବାରମ୍ବାର ଏହି ଯୋଜନାରେ ଚାଲିଥିବା ଠକେଇ ଏବଂ ଘୋଟାଲାକୁ ରୋକିବା ପାଇଁ ସରକାର e-KYC ଅପଡେଟ ବାଧ୍ୟତାମୂଳକ କରିଛନ୍ତି ।

କେମିତି ଅପଡେଟ କରିବେ e-KYC-

e-KYC କୁ ଅପଡେଟ କରିବା ପାଇଁ ୨ଟି ମାଧ୍ୟମ ରହିଛି, ପ୍ରଥଟି ହେଲା ଅଫଲାଇନ୍ ଓ ଦ୍ୱିତୀୟଟି ହେଲା ଅନଲାଇନ୍ । ଏହାକୁ ଅପଡେଟ କରିବାର ପ୍ରଣାଳୀ ହେଉଛି:-

ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅଫିସିଆଲ ୱେବସାଇଟକୁ ଗସ୍ତ କରନ୍ତୁ । ତା ପରେ ୱେବସାଇଟର ଡାହାଣ ପାଖରେ ଫାର୍ମର କର୍ଣ୍ଣର ସେକ୍ସନକୁ ଯାଇ e-KYC ଉପରେ କ୍ଲିକ୍ କରନ୍ତୁ । ପରେ ସେଠାରେ ଆଧାର ନମ୍ବର ଦିଅନ୍ତୁ ।ତା ପରେ ଆଧାର ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି(OTP) ଆସିବ, ସଠିକ ଭାବରେ ସେହି ଓଟିପିକୁ ନିର୍ଦ୍ଧାରିତ ବକ୍ସରେ ଭରନ୍ତୁ । ତାପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ KYC ସମ୍ପର୍ଣ୍ଣ ହୋଇଯିବ ।

ନୂଆ ବର୍ଷରେ ସରକାର ଦେଲେ Good News, ଜାଣନ୍ତୁ ପୂରା ଖବର....

ରାଜ୍ୟ ର କୃଷି ଏବେ ଦେଶର ଆଦର୍ଶ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments