
pm modi instructed mission mode recruitment of 10 lakh in next 18 months in govt departments and ministries
ଯୁବପିଢିଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଖୁବଶୀଘ୍ର ଦେଶର ବେକାରୀ ସମସ୍ୟା ଦୂର ହେବ । ଲୋକଙ୍କୁ ଚାକିରି ଦେବା ଦିଗରେ ମୋଦି ସରକାର (Modi Government)ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କଥା ସରକାର ନିଜେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ବିଟ କରି ଏହା କୁହାଯାଇଛି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମୋଦି ସରକାର ୧୦ ଲକ୍ଷ ଚାକିରି ଦେବେ ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)ସମସ୍ତ ବିଭାଗ ଓ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି ଓ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପିଏମଓ ଇଣ୍ଡିଆ ଏକ ଟୁଇଟ୍ରେ କହିଛି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ ବର୍ଷ ମଧ୍ୟରେ ହିଁ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଅନୁରାଗ ଠାକୁର କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ଭାରତ ପାଇଁ ଆଉ ଏକ ବଡ ପଦକ୍ଷେପ ।
ଏଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକର PMO ତରଫରୁ ଚାକିରି ଘୋଷଣା ଉପରେ ଟ୍ୱିଟ୍ କରି ଏହାକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସମୟ ସହିତ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ଅଧିକ ଦାୟିତ୍ବ ଦେଇଛନ୍ତି ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ବର୍ତ୍ତମାନ ଲୋକଙ୍କ ଆଡକୁ ଆସିଛି ।
ପ୍ରକାଶ ଥାଉ ଯେ, କୋରୋନା (CORONA)ମହାମାରୀ ହେତୁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ହୋଇନାହିଁ । ଏଭଳି ପରିସ୍ଥିତିରେ ପିଏମ ମୋଦି(PM Modi)ଙ୍କ ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି ।
ଦେଢ ବର୍ଷରେ 10 ଲକ୍ଷ ଚାକିରି ଦେବେ ସରକାର ! PM ମୋଦି ଦେଲେ ନିର୍ଦ୍ଦେଶ
Share your comments