1. କୃଷି ଖବର

Modi launches Kisan Drone:ଚାଷୀଙ୍କ ପାଇଁ ଖୁସି ଖବର,ଏଣିକି ସହଜ ହେବ କୃଷି କାର୍ଯ୍ୟ

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଫସଲ ଆକଳନ, ଜମି ରେକର୍ଡ ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ (kisan drones) ।

Sudesna Nayak
Sudesna Nayak
PM Modi launches Kisan Drone market in india

PM Modi launches Kisan Drone market in india

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଫସଲ ଆକଳନ, ଜମି ରେକର୍ଡ ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ (kisan drones) ।

ସହଜ ହେବ କୃଷି କାମ, ସ୍ମାର୍ଟ କୃଷି ପ୍ରକ୍ରିୟା ପାଇଁ 100 କିଷାନ ଡ୍ରୋନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM MODI)। ଏହି କିଷାନ ଡ୍ରୋନ (kisan drones) କ୍ଷେତରେ କୀଟନାଶକ ଛିଞ୍ଚିବା କାର୍ଯ୍ୟରେ ନିୟୋଜିତ ହେବ ।

ବାସ୍ତବରେ, କୃଷକମାନ (Farmers)ଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ବିଭିନ୍ନ ସହର ଏବଂ ସହରରେ କ୍ଷେତରେ କୀଟନାଶକ ସ୍ପ୍ରେ କରିବା ପାଇଁ 100ଟି kisan drones ଉଦଘାଟନ କରିଛନ୍ତି ।

ଉଦଘାଟି ପରେ ପ୍ରଧାନମନ୍ତ୍ରୀ (PM MODI) କହିଛନ୍ତି ଯେ, ଏହା ପୂର୍ବରୁ ଡ୍ରୋନ୍ ନାମ ଶୁଣିଲେ ଲାଗୁଥିଲା ଯେ ଏହା ସେନା ସହ ଜଡିତ କିମ୍ବା ଶତ୍ରୁମାନଙ୍କ ମୁକାବିଲା ପାଇଁ ବ୍ୟବହୃତ ହେଉଥିବା ଜିନିଷ, କିନ୍ତୁ ବର୍ତ୍ତମାନ ଏହା ଆଧୁନିକ କୃଷି ପ୍ରଣାଳୀର ଏକ ନୂଆ ଦିଗ । ମୁଁ ନିଶ୍ଚିତ ଯେ ଏହି ଉନ୍ମୋଚନ କେବଳ ଡ୍ରୋନ୍ ସେକ୍ଟରର ବିକାଶରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣ କରିବ ନାହିଁ, ବରଂ ଅସୀମ ସମ୍ଭାବନାର ଏହା ପଥ ପ୍ରଦର୍ଶକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗାରୁଡା ଏରୋସ୍ପେସ୍ ଆସନ୍ତା 2 ବର୍ଷ ମଧ୍ୟରେ ଏହି ଡ୍ରୋନ୍ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛି । ଯାହା ଦେଶର ଯୁବକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।

ସୂଚନାନୁଯାୟୀ, ଫେବୃଆରୀ 1 ରେ ସଂସଦରେ ବର୍ଷ 2022-23 Budget ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) । ବଜେଟରେ କୃଷିକୁ ଗୁରୁତ୍ବ ଦେଇ ଦେଶର କୃଷକଙ୍କ ପାଇଁ ସ୍ମାର୍ଟ କୃଷି ପ୍ରକ୍ରିୟା ପାଇଁ କିଷାନ ଡ୍ରୋନ ସରକାର ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଯାହା ଫଳରେ ଫସଲ ଆକଳନ, ଜମି ରେକର୍ଡ ଏବଂ କୀଟନାଶକ ସ୍ପ୍ରେ ପାଇଁ ଏହି ଡ୍ରୋନ୍ ନିୟୋଜିତ ହୋଇପାରିବ । ଯାହା ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଙ୍କ ବଜେଟ (Budget) ପେଡିରେ ସ୍ମାର୍ଟ କୃଷି ପାଇଁ ବ୍ୟୟବରାଦ । ସ୍ମାର୍ଟ କୃଷି ପ୍ରକ୍ରିୟା ପାଇଁ ସରକାର ଆରମ୍ଭ କରିବେ କିଶାନ ଡ୍ରୋନ (kisan drones) । ଫସଲ ଆକଳନ, ଜମି ରେକର୍ଡ ଏବଂ କୀଟନାଶକ ସ୍ପ୍ରେ ପାଇଁ ଏହି ଡ୍ରୋନ୍ ନିୟୋଜିତ ହୋଇପାରିବ । ଯାହା ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ପ୍ରକାଶ ଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଆହୁରି ମଧ୍ୟ କହିଛନ୍ତି 9 ଲକ୍ଷ ହେକ୍ଟରରୁ ଅଧିକ ଚାଷୀ (Farmer)ଙ୍କ ଜମିକୁ ଜଳସେଚନ ଯୋଗାଇବା ପାଇଁ 44,605 ​​କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments