
pm modi to inaugurate pm kisan samman sammelan in delhi today
ଆଜି ସୋମବାର (MONDAY)ପିଏମ କିଷାନ ସମ୍ମାନ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରାୟ 13 ହଜାର 500ରୁ ଅଧିକ ଚାଷୀ ଏବଂ 15ଶହ କୃଷି ଷ୍ଟାର୍ଟଅପ ମାନେ ଅଂଶଗ୍ରହଣ କରିବେ ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି (pm modi) ଆଜି ସୋମବାର (MONDAY)2ଦିନିଆ ‘‘ପିଏମ କିଷାନ ସମ୍ମାନ ସମ୍ମିଳନୀ ୨୦୨୨’’ (pm kisan samman sammelan)କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ 11 ଟା 30 ରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।
ବିଭିନ୍ନ ପ୍ରତିଷ୍ଠାନ ଜରିଆରେ ସାରା ଦେଶରୁ 1 କୋଟିରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ 600 ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ।
କହିବାକୁ ଗଲେ, ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭାରତୀୟ ଜନ ଉର୍ବରକ ପରିଯୋଜନା ଏକ ରାଷ୍ଟ୍ର ଏକ ସାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏହି ଯୋଜନା ଅଧୀନରେ, ଭାରତ ୟୁରିଆ ବ୍ୟାଗକୁ ପ୍ରଧାନମନ୍ତ୍ରୀ (pm modi)ଉନ୍ମୋଚନ କରିବେ ।
ଏହାସହିତ ବରିଷ୍ଠ ବୈଜ୍ଞାନିକ, କୃଷି ବିଶେଷଜ୍ଞ, ନୀତି ନିର୍ମାତା, ସରକାରୀ ଅଧିକାରୀ ସମ୍ମିଳନୀରେ ଯୋଗ ଦେଇ ଦେଶର କୋଣ ଅନୁକୋଣରେ ଥିବା ଚାଷୀଙ୍କୁ ନିଜର ଅଭିଜ୍ଞତା ବାଣ୍ଟିବେ । ପ୍ରଦର୍ଶନୀରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପଗୁଡିକର 300 ଷ୍ଟଲ ଲାଗିବ ।
ପ୍ରକାଶ ଥାଉ ଯେ, ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ବାଦଶ କିସ୍ତି ଆକାରରେ 16 ହଜାର କୋଟି ଟଙ୍କା ଜାରି କରିବେ । ଏହି ଅର୍ଥ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଚାଷୀଙ୍କୁ ଯୋଗାଇ ଦିଆଯିବ ।
Share your comments