
Pratap Nana's role in the Prime Minister's Adarsh Gram Yojana
ନୀଳଗିରିରରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ପରେ ପ୍ରତାପ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ତାଙ୍କ ନିଆରା ଜୀବନ ଶୈଳୀକୁ ନେଇ ଅନେକ ଥର ଜାତୀୟ ଏବଂ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ ନିର୍ବାଚନରେ ପ୍ରତାପଙ୍କୁ ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ମିଳିଥିଲା ଓ ନିଜ ଚେଷ୍ଟା ବଳରେ ବାଜି ମାରି ନେଇଥିଲେ ସେ । ଏହି ବିଜୟ ପରେ ସେ ଲାଗିପଡ଼ିଥିଲେ ନିଜ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ପାଇଁ l
ନିଜର ଏହି କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବାଧାର ସମ୍ମୁଖୀନ ହୋଇ ମଧ୍ୟ କେବେ ହାର ମାନି ନାହାନ୍ତି l କରୋନା ମହାମାରୀ ପ୍ରତିକୂଳ ପରିସ୍ଥିତି ପାଇଁ ୨୦୨୦ - ୨୧ , ୨୦୨୧-୨୨ ଆର୍ଥିକ ବର୍ଷର ସାଂସଦ ପାଣ୍ଠି ସ୍ଥଗିତ ଥିବା ସତ୍ତ୍ୱେ ବାଲେଶ୍ୱର ସାଂସଦ ପ୍ରତାପଙ୍କ ପ୍ରଚେଷ୍ଟାରେ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ୨୦୧୯ - ୨୪ ବର୍ଷରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି l ବାଲେଶ୍ୱରବାସୀଙ୍କୁ ଏକ ନୂଆ ପରିବେଶ ଦେଇଛନ୍ତି ସେ l ଆଜି ଗାଁ ଗାଁ ରେ ସୁବିଧା ରହିଛି ରାସ୍ତା , ଜଳ , ଘର , ଅଙ୍ଗନବାଡ଼ି ଭଳି ଅନ୍ୟାନ୍ୟ ସୁବିଧା l
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ନୂଆ ପ୍ରୟlସ । ୫୦ ପ୍ରତିଶତରୁ ଊର୍ଦ୍ଧ୍ଵ ଏସସି ଏସଟି ଜନସଂଖ୍ୟl ବିଶିଷ୍ଟ ଗାଁରେ ଏହି ସମନ୍ୱିତ ବିକାଶ ପାଇଁ ପ୍ରକଳ୍ପଟି ମାର୍ଚ୍ଚ ୨୦୧୦ରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା କେନ୍ଦ୍ର ଦ୍ୱାରା । ଏହି ଗାଁ ଗୁଡିକରେ ମର୍ଯ୍ୟାଦାର ସହିତ ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ପ୍ରଦାନ କରିବା ସହ ଉଦ୍ଦେଶ୍ୟ ରହିଥିଲା ନୂଆ ପରିବେଶ ତିଆରି କରିବା ଦରକାର ଯାହା ଦ୍ଵାରା ସମସ୍ତ ନାଗରିକ ମାନେ ସେମାନଙ୍କର ସାମର୍ଥର ସର୍ବାଧିକ ବ୍ୟବହାର ଯେପରି କରି ପାରିବେ । ଆଦର୍ଶ ଗ୍ରାମ ହେଉଛି ଏପରି ଗ୍ରାମ ଯେଉଁଥିରେ ସବୁ ବର୍ଗର ଲୋକ ମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇ ପାରିବ l ପର୍ଯ୍ୟାପ୍ତ ପରିମାଣରେ ଫିଜିକାଲ ଓ ସଂସ୍ଥାଗତ ଭିତ୍ତିଭୂମି ସୁବିଧା ରହିବ ଯାହା ଲୋକଙ୍କୁ ସହାୟତା ପ୍ରଦାନ କରିବ l
କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ମାଧ୍ୟମରେ ବାଲେଶ୍ୱର ସାଂସଦ ପ୍ରତାପ ବାଲେଶ୍ୱର ବାସୀଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ l କରୋନା ସମୟରେ ସାଂସଦ ପାଣ୍ଠି ସ୍ଥଗିତ ଥିବା ସମୟରେ ମଧ୍ୟ ପ୍ରତାପ ଅନେକ ଗ୍ରାମକୁ ଏଥିରେ ସଂଯୋଗ କରିଥିଲେ l ତେବେ ଆସନ୍ତୁ ଜାଣିବା କିପରି ନିଜର କର୍ତ୍ତବ୍ୟ କରିଥିଲେ ପ୍ରତାପ ଯାହା ଜିଲ୍ଲାବାସୀଙ୍କୁ ଅନେକ ସହାୟତା ପ୍ରଦାନ କରିଛି l
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ନୀଳଗିରି ନିର୍ବାଚନ ମଣ୍ଡଳୀର ନୀଳଗିରି ବ୍ଲକ ପାଇଁ ୪୦ ଲକ୍ଷ , ଔପଦା ବ୍ଲକ ପାଇଁ ୨ କୋଟି ୪୦ ଲକ୍ଷ , ବାହାନଗା ବ୍ଲକ ପାଇଁ ୬ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ତାଙ୍କ ଏହି ନିର୍ବାଚନୀ କାର୍ଯ୍ୟକାଳ( ୨୦୧୯- ୨୦୨୪ ) ମଧ୍ୟରେ l ରେମୁଣା ନିର୍ବାଚନ ମଣ୍ଡଳୀର ରେମୁଣା ବ୍ଲକ ପାଇଁ ୪ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ସଦର ନିର୍ବାଚନ ମଣ୍ଡଳୀ ପାଇଁ ୨୭ ଟି ଗ୍ରାମ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର ହୋଇଛି l ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଜଳେଶ୍ୱର ବ୍ଲକ ପାଇଁ ୮ଟି ଗ୍ରାମର ବିକାଶ ପାଇଁ ୩ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ଭୋଗରାଇ ନିର୍ବାଚନ ମଣ୍ଡଳୀର ଭୋଗରାଇ ବ୍ଲକର ୨୨ଟି ଗ୍ରାମର ବିକାଶ ପାଇଁ ୮ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ବସ୍ତା ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମର ବିକାଶ ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକର ୧୭ ଟି ଗ୍ରାମର ବିକାଶ ପାଇଁ ୫ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l
ଅଧିକ ପଢ଼ନ୍ତୁ
Share your comments