୧୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା (Rain)ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (Rain) ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ଆଜି ତଥା ୧୫ ତାରିଖ ଦିନ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପରେ ୧୬ ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା (Rain)ହୋଇପାରେ । ରାଜ୍ୟର ବାଲେଶ୍ୱର ଜିଲ୍ଲା ,ଭଦ୍ରକ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ବର୍ଷା (Rain) ସମ୍ଭାବନା ରହିଥିବାର ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସହ ୟେଲୋ ୱାର୍ଣ୍ଣିଂ ଜାରି (Yellow Warning) କରାଯାଇଛି । ଏହାସହ ରାଜ୍ୟର କିଛି ଜିଲ୍ଲାରେ କୁଆପଥର ସହ ମଧ୍ୟ ବର୍ଷା (Rain)ହେବାର ଆଶଙ୍କା ରହିଛି ।
ଏଥିସହିତ ଅନ୍ୟପଟେ ଟିଟିଲାଗଡ଼ (Titilagarh)ଓ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୧୬ ତାରିଖ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ୧୬ ତାରିଖରେ କାଁ ଭାଁ କିଛି ସ୍ଥାନରେ ବର୍ଷା (Rain) ହୋଇପାରେ । ୨୧ ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୨୧ ତାରିଖରେ ଭୁବନେଶ୍ୱର (Bhubaneswar)ସମେତ ଉପକୂଳ ଓଡ଼ିଶାର ସର୍ବାଧିକ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ରହିବ ବୋଲି ସେ ଆକଳନ କରି କହିଛନ୍ତି ।
ପ୍ରକାଶ ଥାଉ ଯେ, ଅନ୍ୟପକ୍ଷେ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଶୀତୁଆ ପାଗ ସହ କୁହୁଡି (Fog)ଦେଖିବାକୁ ମିଳିଥିଲା । ସେହିପରି ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି (Fog)ର ଆସ୍ତରଣ ଦେଖିବାକୁ ମିଳିଥିଲା । ଘନ କୁହୁଡ଼ି (Fog) ଫଳରେ ରାସ୍ତା ଦୃଶ୍ୟମାନ ହେଉନଥିଲା ଫଳରେ ଗାଡିଚଳାଚଳରେ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ।
୧୬ ତାରିଖରୁ ଘଡଘଡ଼ି ସହ ଛେଚିବ ବର୍ଷା, ପାଣିପାଗ କେନ୍ଦ୍ର ଦେଲା ଏହି ଚେତାବନୀ
Share your comments