
Ration card electronic weighing scales will not be able to do a reduction
ଏବେ ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ ଖୁସି ଖବର । କିଛି ଦିନ ତଥା କିଛି ବର୍ଷ ପୂର୍ବରୁ ମୋଦି ସରକାରଙ୍କ ଦ୍ୱାରା ୱାନ ନେସନ ୱାନ ରାସନ କାର୍ଡ଼ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି । ଯାହାର ଲାଭ ଉଠାଉଛନ୍ତି ଗରିବ ଲୋକେ l ଏଥିପାଇଁ ସମସ୍ତ ଦୋକାନରେ ଅନଲାଇନ ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍ ମେସିନ ବାଧ୍ୟତାମୂଳକ କରାଯାଇଛି। ସୂଚନା ଅନୁଯାୟୀ , ବର୍ତ୍ତମାନ ସରକାରଙ୍କ ଏକ ନିଷ୍ପତ୍ତିର ପ୍ରଭାବ ଦେଖିବାକୁ ମିଳିଛି ।
ବାସ୍ତବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Law / NFSL) ଅନୁଯାୟୀ, ହିତାଧିକାରୀ ମାନଙ୍କୁ ଯେପରି ସମ୍ପୂର୍ଣ୍ଣ ଭାବେ ଏବଂ ସଠିକ ସମୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇ ପାରିବ , ସେଥିପାଇଁ କେନ୍ଦ୍ର ସରକାର ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍ ମେସିନ ଗୁଡ଼ିକୁ ରାସନ ଦୋକାନରେ ଓଜନ ମେସିନ୍ ସହିତ ଯୋଡ଼ି ଏକ ସହିତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେବା ସହ ଏହି ନିୟମରେ ସଂଶୋଧନ ମଧ୍ୟ କରିଛନ୍ତି । ଯାହା ପାଇଁ ଠକେଇ ର ଶିକାର ହେବେ ନାହିଁ କେହି l
ବର୍ତ୍ତମାନ ଦେଖିବାକୁ ଗଲେ ଦେଶରେ ସମସ୍ତ ସରକାରୀ ବିକ୍ରୟ କେନ୍ଦ୍ର ଗୁଡିକୁ ଅନଲାଇନ ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍ ଉପକରଣ ସହ ସଂଯୋଗ କରାଯାଇଥିବା ଦେଖିବାକୁ ମିଳିଛି , ଅର୍ଥାତ୍ ଏବେ ରାସନ ମାପିବାରେ କୌଣସି ତ୍ରୁଟି ହେବ ନାହିଁ କି କୌଣସି ବ୍ୟକ୍ତି ହଇରାଣ ହରକତର ସମ୍ମୁଖୀନ ହେବେ ନାହିଁ । ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ତଥା PDSର ହିତାଧିକାରୀ ମାନଙ୍କୁ ଯେପରି ରାସନ ନେବାରେ କୌଣସି ବାଧା ସୃଷ୍ଚି ନ ହୁଏ ସେଥିପାଇଁ ଡ଼ିଲର ମାନଙ୍କୁ ହାଇବ୍ରିଡ଼ ମଡ଼େଲର ପଏଣ୍ଟ ଅଫ ସେଲ୍ ମେସିନ ଗୁଡିକ ଯୋଗାଇ ଦିଆଯାଇଛି । ସୂଚନା ଅନୁଯାୟୀ ଏହି ମେସିନ ଉଭୟ ଅନଲାଇନ ଓ ଅଫଲାଇନ ମୋଡ଼ରେ କାମ କରିବ । ଏଥିରେ ହିତାଧିକାରୀମାନେ ସେମାନଙ୍କର ଆବଶ୍ୟକୀୟ ଡ଼ିଜିଟାଲ ରାସନ କାର୍ଡ଼ ଜରିଆରେ ଦେଶର ଯେ କୌଣସି ଦୋକାନରୁ ତଥା ଯେ କୌଣସି ସ୍ଥାନର ଦୋକାନରୁ ଖାଦ୍ୟ ସାମଗ୍ରୀ ଆଇନ ଅନୁଯାୟୀ ଉଚିତ୍ ମୂଲ୍ୟରେ କ୍ରୟ କରିପାରିବେ । କୌଣସି ତ୍ରୁଟି ରହିବ ନାହିଁ ଏହି ସୁବିଧାରେ l
ଏ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ, ଏହି ସଂଶୋଧନ ଦ୍ୱାରା NFSA ଅଧୀନରେ ଟାର୍ଗେଟ୍ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ତଥା TPDS କାର୍ଯ୍ୟର ସ୍ବଚ୍ଛତାକୁ ସୁଦୃଢ କରିବା ପାଇଁ ଧାରା ୧୨ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଓଜନ ପ୍ରକ୍ରିୟାକୁ ଆହୁରି ଆଗକୁ ବଢାଇବା ପାଇଁ ଏହା ହେଉଛି ଏକ ମାତ୍ର ପ୍ରୟାସ । ଜାତୀୟ ଖାଦ୍ୟ ସୁରକ୍ଷା ଅଧି ନିୟମ କିମ୍ବା NFSA ଅନୁଯାୟୀ ସରକାର ପ୍ରତି ମାସରେ ପାଖାପାଖି ୫ କିଲୋଗ୍ରାମ ଗହମ ଓ ଚାଉଳ ଦେଶର ୮୦ କୋଟି ଲୋକଙ୍କୁ ଯଥାକ୍ରମେ ୨ ରୁ ୩ କିଲୋଗ୍ରାମ ସବସିଡ଼ି ହାରରେ ଯୋଗାଇ ଦେଉଛନ୍ତି । ଯାହାର ଫାଇଦା ନେଉଛନ୍ତି ଗରିବ ସୀମା ରେଖା ତଳେ ବଞ୍ଚୁଥିବା ଲୋକେ l
କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, EPOS ମେସିନକୁ ସଠିକ୍ ଭାବରେ ବ୍ୟବହାର କରୁଥିବା ରାଜ୍ୟମାନଙ୍କୁ ଉତ୍ସାହିତ କରିବା ସହ କ୍ୱିଣ୍ଟାଲ ପ୍ରତି ୧୭.୦୦ ଟଙ୍କା ଅତିରିକ୍ତ ଲାଭକୁ ପ୍ରୋତ୍ସାହିତ କରିବା ପାଇଁ ଖାଦ୍ୟ ନିରାପତ୍ତା ଆଇନ ୨୦୧୫ର ଉପନିୟମ ୭ରେ ସଂଶୋଧନ କରାଯାଇଛି ଏଥିପାଇଁ । ଏହା ଅଧୀନରେ ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ବିକ୍ରୟ ଉପକରଣ ଦ୍ୱାରା କ୍ରୟ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ମୂଲ୍ୟ ପାଇଁ ପ୍ରଦାନ କରାଯାଇଥିବା ଅତିରିକ୍ତ ଟଙ୍କା ଯୋଗୁଁ ସଞ୍ଚୟ ହେଉଥିବା ଅର୍ଥକୁ ଇଲେକ୍ଟ୍ରୋନିକ୍ ୱେଟ୍ ମେସିନର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଉପଯୋଗ କରାଯାଉଛି । କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ‘ୱାନ ନେସନ ୱାନ ରାସନ କାର୍ଡ’ ଦ୍ୱାରା ଓଡ଼ିଶାରେ ପାଖପାଖି ୧.୧୦ଲକ୍ଷ ପରିବାର ଉପକୃତ ହେଉଛନ୍ତି । ଏହି ଯୋଜନାରେ ଅଧିକ ରୁ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଯେପରି ଏଥିରୁ କେହି ବଞ୍ଚିତ ନ ରୁହନ୍ତୁ ଏଥିପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାର ସବୁବେଳେ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି l
Share your comments