
rayagada district level krushi mahostav 2023
ସଫଳତାର ସହ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ (DISTRICT LEVEL KRUSHI MAHOSTAV AND FARM MECHANISATION MELA)। ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ । ଏହି ମଞ୍ଚରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିନରେ ମଧ୍ଯ ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ଯେଉଁମାନେ ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି । ଏହି ତଥ୍ୟ ସେମାନଙ୍କ ଚାଷ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବ ।
ସୂଚନା ଥାଉ କି, ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ୟବର କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା ଯୋଗ ଦେଇଥିଲେ । ଏଥିସହିତ ସଭାପତି ସିଡିଏଓ ରାୟଗଡ ଏବଂ ସମ୍ମାନୀତ ଅତିଥି ଚେୟାରମ୍ୟାନ କଲ୍ୟାଣସିଂହପୁର ଶ୍ରୀମତି ଅମ୍ରିତାଙ୍କ ସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ ।
ଦ୍ବିତୀୟ ଦିନରେ ତଥା ଆଜି ଏହି ମେଳା ଜରିଆରେ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ଯେଉଁଥିରେ ଚାଷୀ, କୃଷି ଉପକରଣ ଏବଂ କୃଷି ସମ୍ପକରେ ଆଲୋଚନା ହୋଇଥିଲା । ଆଜି ଏହି ଆଲୋଚନା ଚକ୍ରର ମୁଖ୍ୟ ଭାବରେ ଡ. ଚିନ୍ତାମଣି ପଣ୍ତା ,ପ୍ରଫେସର ଉଦ୍ୟାନ କୃଷି,ସ୍କୁଲ ଅଫ ଏଗ୍ରିକଲ୍ଚର,ଜିଆଇଇଟିୟୁ , ଗୁଣୁପୁର ଏବଂ ଡ.କୈଳାସ ବିହାରି ମହାପାତ୍ର , ପ୍ରଫେସର ପ୍ଲାଣ୍ଟ ପାଥୋଲୋଜି, ସ୍କୁଲ ଅଫ ଏଗ୍ରିକଲ୍ଚର,ଜିଆଇଇଟିୟୁ , ଗୁଣୁପୁର ଯୋଗ ଦେଇ କୃଷି ସମ୍ପକରେ ଆଲୋଚନା କରିଥିଲେ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ସଫଳ କରିବାରେ ସାହାଯ୍ୟ କରିଛି ।
ପ୍ରକାଶ ଥାଉ କି, ଚାଷୀଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଏହି ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଏବଂ ଚାଷ ଉପରେ ଆଲୋଚନା କରାଯାଇଥିଲା ଯାହା ଚାଷୀଙ୍କୁ ସାହାଯ୍ୟ କରିବ । ଏହି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ । ଏହି ମେଗା କୃଷି ଯନ୍ତ୍ରପାତି ମେଳା ଦ୍ବାରା କୃଷକ ତାଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତାରେ ପାଇ ପାରିବେ । ଚାଷୀ ନିଜ ଚାଷ ଜମି ପାଇଁ ସବସିଡିରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଇବେ ।
ଆଜି ଠୁ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ
ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩ : ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି
Share your comments