1. କୃଷି ଖବର

ସିଟ୍‌ ବେଲ୍ଟ ନ ବାନ୍ଧିଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ । ନ ହେଲେ ଗଣିବେ 1,000 ଟଙ୍କା ଫାଇନ୍‌ ।

Sudesna Nayak
Sudesna Nayak
seat belts are mandatory in cars in odisha

seat belts are mandatory in cars in odisha

ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ (seat belts)। ନ ହେଲେ ଗଣିବେ 1,000 ଟଙ୍କା ଫାଇନ୍‌ ।

ସୂଚନା ଅନୁଯାୟୀ, ଓଡ଼ିଶାରେ କାର୍‌ (cars) ପଛ ସିଟ୍‌ରେ ବସୁଥିବା ଲୋକଙ୍କ ପାଇଁ ସିଟ୍‌ ବେଲ୍‌ଟ (seat belts) ପିନ୍ଧିବା ବାଧ୍ୟତାମୂଳକ ହେବ । କାର୍‌ (cars)ପଛ ସିଟ୍‌ରେ ବସିଲେ ବି ପିନ୍ଧିବାକୁ ପଡ଼ିବ ସିଟ୍ ବେଲ୍ଟ (seat belts)। ନ ହେଲେ ଫାଇନ୍ ଦେବାକୁ ପଡ଼ିବ । ଓଡ଼ିଶାରେ ବି ଏହି ନିୟମ ବାଧ୍ୟତାମୂଳକ ହେବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି ।

2 ଚକିଆ, 3ଚକିଆ ଯାନ ବାଦ ଯେଉଁ ଗାଡ଼ିରେ 8 ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ (seat belts)ପିନ୍ଧିବା ହିଁ ବାଧ୍ୟତାମୂଳକ । ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ (seat belts)ପିନ୍ଧିବା ବାଧ୍ୟତାମୂଳକ ଅଟେ ।

ପ୍ରକାଶ ଥାଉ ଯେ, ଯେଉଁମାନେ କାର୍‌ (cars)ରେ ପଛରେ ବସିଥିବେ ଓ ସିଟ୍‌ ବେଲ୍ଟ (seat belts) ପିନ୍ଧି ନଥିବେ ଚେକିଂ ବେଳେ ଧରାପଡ଼ିଲେ ଡ୍ରାଇଭରଙ୍କ ଠାରୁ 1,000ଟଙ୍କା ଜରିମାନା ଆଦାୟ ହେବ। ସେହିପରି ଗାଡ଼ି ପଛ ସିଟ୍ କଭର ଯେପରି ସିଟ୍ ବେଲ୍ଟ (seat belts) ପିନ୍ଧିବାରେ ବାଧକ ନ ସାଜେ ତାହାକୁ ଫିଟ୍‌ନେସ୍‌ ବେଳେ ହିଁ ଯାଞ୍ଚ କରିବାକୁ କୁହାଯାଇଛି ।

ଆଜି ଠୁ ରାଜ୍ୟରେ ବର୍ଷା, 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଉପଭୋକ୍ତାଙ୍କ ପାଇଁ ବଡ ଖୁସିଖବର,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments