1. କୃଷି ଖବର

ଆଡ଼ପ ମନ୍ଦିରରେ ଦର୍ଶନ ଦେବେ ଶ୍ରୀଜିଉ

ଥରୁ ଓହ୍ଲାଇ ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ଶେଷରେ କାଳିଆ ଠାକୁର ରଥରୁ ଓହ୍ଲାଇ ଜନ୍ମବେଦୀରେ ବିଜେ କରିଛନ୍ତି |

Rajashree
Rajashree

ଆଜିଠୁ ଆଡ଼ପ ମନ୍ଦିରରେ ଦର୍ଶନ ଦେବେ ଶ୍ରୀଜିଉ | ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ(Adapa darshan) ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି | ଚକ୍ରରାଜ ସୁଦର୍ଶନଙ୍କ ସହ ତିନି ଠାକୁର ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିରାଜମାନ କରିଛନ୍ତି | ରଥରୁ ଓହ୍ଲାଇ ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ଶେଷରେ କାଳିଆ ଠାକୁର ରଥରୁ ଓହ୍ଲାଇ ଜନ୍ମବେଦୀରେ ବିଜେ କରିଛନ୍ତି |

ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ସମୟରେ ଶରଧା ବାଲିରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା , ହୁଳହୁଳି ଓ ହରିବୋଲ ଧ୍ଵନିରେ ପ୍ରକମ୍ପିତ ହେଉଥିଲା ଶରଧାବାଲି | ଭକ୍ତି ଭାବରେ ଗଦଗଦ ହେଉଥିଲେ ଭକ୍ତ |

ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଆଜିଠୁ ଭକ୍ତମାନେ ମହାପ୍ରଭୁଙ୍କୁ ଆଡପ ଦର୍ଶନ (Adapa darshan)କରିବେ | ଏହା ସହ ଆଜିଠୁ ମିଳିବ ଆଡପ ଅବଢା | ବାହୁଡା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ । ଆଡ଼ପ ଅବଢ଼ା ପାଇଁ ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି |

ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି | ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ(Adapa darshan) ବଂଚିତ ହୋଇଥିବାରୁ ଆଜି ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଆଜି ପାଇଁ ଶ୍ରୀମନ୍ଦିର (Shreemandir) ପ୍ରଶାସନ ସ୍ୱତନ୍ତ୍ର ନୀତି ଚୂଡାନ୍ତ କରିଛି |

ଗତକାଲି ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତି | ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଥିଲେ କାଳିଆ ଠାକୁର | ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଥିଲେ | ମହାପ୍ରଭୁଙ୍କୁ ପାଖରୁ ଦେଖିବା ପାଇଁ, ମହାବାହୁଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ ଶରଧାବାଲିରେ ଜମିଥିଲା | ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଶ୍ରୀଗୁଣ୍ଡିଚା ମନ୍ଦିର |

ଓଡିଶାରେ ଉପରମୁହାଁ କୋରୋନା, ଜାଣନ୍ତୁ କେତେ ରହିଛି ସଂକ୍ରମଣ

ବଜେଟ 2022-23: ଚାଷୀଙ୍କୁ ମିଳିବ 50 ହଜାର ଋଣ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments