
Startup makes lightweight Ganesha idols from agriculture waste
କୃଷି ବର୍ଜ୍ୟବସ୍ତୁ(agriculture waste) ଚାଷୀମାନଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି ଏବଂ ନଡ଼ା ଜଳିବା କାରଣରୁ ଉତ୍ତର ଭାରତରେ ବାୟୁ ପ୍ରଦୂଷଣରେ ମଧ୍ୟ ଏହା ଏକ ପ୍ରମୁଖ କାରଣ । ଭଦୋଦରା ସହରରୁ ଏକ ଷ୍ଟାର୍ଟଅପ୍(Startup) କୃଷି ବର୍ଜ୍ୟବସ୍ତୁ ସହ କବକ ବ୍ୟବହାର କରି ବିଭିନ୍ନ ବସ୍ତୁ ତିଆରି କରିବାର ଉପାୟ ଖୋଜୁଛି । ଏହା କୃଷି ବର୍ଜ୍ୟବସ୍ତୁ (agriculture waste) ଏବଂ ଛତୁ ବ୍ୟବହାର କରି ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ସଫଳତାର ସହିତ ଗଢିବାରେ ସକ୍ଷମ ହୋଇଛି ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ବ୍ୟକ୍ତି ଜଣକ ଏହି ମୂର୍ତ୍ତିକୁ କୌତୁହଳପ୍ରଦ ଭାବରେ ଗଢିଛନ୍ତି, ତାଙ୍କର ଜୀବ ବିଜ୍ଞାନରେ କୌଣସି ପୃଷ୍ଠଭୂମି ନାହିଁ ଏବଂ ସେ ମୁଖ୍ୟ ବିଷୟ ଭାବରେ ଗଣିତ ଏବଂ ପରିସଂଖ୍ୟାନରେ ସ୍ନାତକୋତ୍ତର କରିଛନ୍ତି । MASABA Agritech ଷ୍ଟାର୍ଟଅପର ପ୍ରତିଷ୍ଠାତା ଅନିଲ ଶତପଥି କହିଛନ୍ତି ଯେ ଛତୁ ଉପରେ କାମ କରିବା ସମୟରେ mycelium(ଚେର ଭଳି ଗଠନ) ପାଇଥଇଲେ । ପରେ ସେ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ ।
ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଦିବାସୀ ଅଞ୍ଚଳରେ ଛତୁ ଚାଷକୁ ପ୍ରୋତ୍ସାହିତ କରୁଥିଲେ ଅନିଲ ଏବଂ ଏହା ବିଷୟରେ ଜାଣିଥିଲେ । ଛତୁ ମଧ୍ୟ କବକ ଅଟେ ଏବଂ ସେଗୁଡିକ ବିଷୟରେ ଅଧ୍ୟୟନ କରିବା ସମୟରେ ସେ ଏଥିମଧ୍ୟରୁ ମଧ୍ୟରୁ myceliumର ବନ୍ଧନ ଗୁଣ ବିଷୟରେ ଜାଣିବାକୁ ପାଇଥିଲେ ବୋଲି ଶତପଥି କହିଛନ୍ତି ।
ମାଇସେଲିଅମର ବନ୍ଧନ ଗୁଣ ରହିଛି । ଅନିଲ ଏହାକୁ ବ୍ୟବହାର କରି ମୂର୍ତ୍ତି ପ୍ରସ୍ତୁତ କରିବାକୁ ପରୀକ୍ଷଣ କରିଥିଲେ । ସେ କହିଛନ୍ତି ଯେ ଏହି ଉତ୍ପାଦଗୁଡିକ କେବଳ ଜୈବବିଘଟନ ନୁହେଁ, ବରଂ ଖତ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଅନିଲ ଏପର୍ଯ୍ୟନ୍ତ କୃଷି ବର୍ଜ୍ୟବସ୍ତୁ ସହିତ ମାଇସେଲିୟମ୍ ବ୍ୟବହାର କରି ମୂର୍ତ୍ତି ଏବଂ ଅନ୍ୟାନ୍ୟ ବସ୍ତୁ ତିଆରି କରିସାରିଛନ୍ତି ।
ଅନିଲଙ୍କ ଅନୁଯାୟୀ, କୃଷି ବର୍ଜ୍ୟବସ୍ତୁ ଏବଂ ମାଇସେଲିୟମରୁ ନିର୍ମିତ ଗଣେଶ ମୂର୍ତ୍ତିର ଓଜନ ଏକ ମାଟି ମୂର୍ତ୍ତି ଓଜନର ଏକ ଦଶମାଂଶରୁ କମ୍ ଅଟେ । ଏହା ଅତି ହାଲୁକା ଏବଂ ପରିବହନ ସହଜ ।
Share your comments