
Tension of sugarcane farmers for hiking Sugarcane SAP
ଆଖୁର ବିକ୍ରି ମୂଲ୍ୟ ବୃଦ୍ଧି ପାଇଁ ରାଜରାସ୍ତାରେ କୃଷକ । ରାଜ୍ୟରେ ଆଖୁର ମୂଲ୍ୟ ବୃଦ୍ଧି ପାଇଁ ଭାରତୀୟ କିଷାନ ସଙ୍ଗଠନ(BKU) ତରଫରୁ ଦାବି ଓ ପ୍ରତିବାଦ ଆରମ୍ଭ ହୋଇଯାଇଛି । ଚିନି କଳ ସାମ୍ନାରେ ଏକତ୍ର ହୋଇ ପ୍ରତିବାଦ କରିଛି କୃଷକ(Farmers) ସଙ୍ଗଠନ। ବାରମ୍ବାର ଅଭିଯୋଗ ଓ ପ୍ରତିବାଦ ସତ୍ତ୍ୱେ ନିଦାବିଷ୍ଣୁ ପାଲଟିଛି ସରକାର । ଏନେଇ କୃଷକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ଆଖୁ(Sugarcane) ମୂଲ୍ୟ କ୍ୱିଣ୍ଟାଲ ପିଛା ୩୬୨ରୁ ୪୫୦କୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରି ଚିନି କଳ ସାମ୍ନାରେ ପ୍ରତିବାଦ(Protest) କରିଛନ୍ତି । ଘଣ୍ଟା ଘଣ୍ଟା ଧରି ଚାଷୀଙ୍କ ପ୍ରତିବାଦ ଫଳରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ସାଧାରଣ ଲୋକେ । ରାଜ ରାସ୍ତା ଜାମ ଯୋଗୁ ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିବା ଦେଖିବାକୁ ମିଳିଛି। ହରିଆନାରର କର୍ଣ୍ଣାଲରେ ବିକେୟୁ ଚାଷୀମାନେ ଟ୍ରାକ୍ଟର ଜରିଆରେ ରାସ୍ତା ବନ୍ଦ କରି ଚିନି କଳ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା । ବି.କେ.ୟୁ ରାଜ୍ୟ ସଭାପତି ରତନ ମାନ କହିଛନ୍ତି ଯେ “ଯେହେତୁ ଆଖୁର ଇନପୁଟ ମୂଲ୍ୟ ବୃଦ୍ଧି ପାଇଛି ଏବଂ ଏହାର ଅମଳ ୫୦% ପର୍ଯ୍ୟନ୍ତ ହ୍ରାସ ଘଟିଛି, ତେଣୁ କୃଷକମାନେ ସରକାରଙ୍କଠାରୁ ସାମାନ୍ୟ ଆଶ୍ୱସ୍ତି ଆଶା କରୁଥିଲେ ମାତ୍ର ବାରମ୍ବାର ପ୍ରତିବାଦ ସତ୍ତ୍ୱେ ଆଖୁର ବିକ୍ରି ମୂଲ୍ୟ (SAP) ବୃଦ୍ଧିକୁ ସରକାର ମନା କରିଦେଲେ”।
ସେ କହିଛନ୍ତି , ‘SAP ୪୫୦ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାରଙ୍କୁ ତାଙ୍କ ସଙ୍ଗଠନ ଏକ ସପ୍ତାହର ଅଲ୍ଟିମେଟମ ଦେବାକୁ ନିଷ୍ପତ୍ତି ନେଇଛି, ଯଦି ତାହା ବିଫଳ ହୁଏ ତେବେ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯିବ’ ।କୃଷକମାନେ ଅଭିଯୋଗ କରିଛନ୍ତି ଯେ ଆଖୁର ବିକ୍ରି ମୂଲ୍ୟ ସ୍ଥିର ହେବା ବିଳମ୍ବ ହେଉଥିବା ହେତୁ ଶ୍ରମିକମାନଙ୍କୁ ମଜୁରୀ ଦେବା ମଧ୍ୟ ବିଳମ୍ବ ହେଉଛି ।୧୫% ସୁଧ ଥିବା ଚାଷୀଙ୍କୁ ତୁରନ୍ତ ଦେୟ ପ୍ରଦାନ କରିବାକୁ ମାନ୍ ଦାବି କରିଛନ୍ତି । ସେପଟେ ରାସ୍ତା ଅବରୋଧ ହେତୁ ଯାତ୍ରୀମାନେ ବିଭିନ୍ନ ଅସୁବିଧା ସାମ୍ନା କରୁଥିବା ଦେଖାଦେଇଛି ।
କୃଷକ ସଙ୍ଗଠନର ବାରମ୍ବାର ଅଭିଯୋଗ ଓ ପ୍ରତିବାଦ ସତ୍ତ୍ୱେ ସରକାର ଆଖୁର ବିକ୍ରି ମୂଲ୍ୟ ବୃଦ୍ଧି କରିବାକୁ ମନ ବଳାଉ ନଥିବାରୁ ଆସନ୍ତା ଡିସେମ୍ବର ୨୯ରେ ବିଧାୟକଙ୍କ ବସଭବନ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି । ଏକ ଭିଡିଓ ମାଧ୍ୟମରେ ସଙ୍ଗଠନ ତରଫରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଏହି ପ୍ରତିବାଦକୁ ସମର୍ଥନ କରିବା ପାଇଁ ଅଧିକ ମାତ୍ରାରେ ସାମିଲ ହେବାକୁ ଚାଷୀଙ୍କ ଅନୁରୋଧ କରାଯାଇଛି । ଡିସେମ୍ବର ୨୯ରେ କର୍ଣ୍ଣଲ ସମେତ ଜିଲ୍ଲାର ତିନୋଟି ଚିନି କଳ ଘେରାଉ ଓ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ସଙ୍ଗଠନ ।
ଏଥି ସହିତ ଜାନୁଆରୀ ୫ ତାରିଖରେ ସମସ୍ତ ଚିନିକଳ ଚିନି ଘଣ୍ଟା ପାଇଁ ବନ୍ଦ ରହିବ ଏବଂ ଜାନୁଆରୀ ୧୨ରୁ ରାଜ୍ୟର ସମସ୍ତ ଚିନି କଳରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ନେଇ ଚେତାବନୀ ଦିଆଯାଇଛି ।ତେବେ ଆଖୁ ବ୍ୟବସାୟୀଙ୍କ ସମସ୍ୟା ସରକାରଙ୍କ ଦ୍ୱାରା ଅଣଦେଖା କରାଯାଉଥିବାର ଏବେ ଚାଷୀକୂଳର ଚିନ୍ତା ବଢିବାରେ ଲାଗିଛି ।
Share your comments