1. କୃଷି ଖବର

ଶସ୍ତା ହେବ ଖାଇବା ତେଲ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ଉପରୁ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । 25 ମେ(ବୁଧବାର)ଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ ।

Shuvanshu Kar
Shuvanshu Kar
Tax relief on edible oils

Tax relief on edible oils

ଦେଶରେ ମହଙ୍ଗା ମାଡ ମଧ୍ୟରେ ଖାଉଟିଙ୍କୁ ବଡ ଆଶ୍ବସ୍ତି । ଖାଇବା ତେଲ(edible oils) ଉପରୁ ଆମଦାନୀ ଶୁଳ୍କ ଛାଡ କରିଛନ୍ତି ସରକାର । ଫଳରେ ବଜାରରେ ଶସ୍ତା ହୋଇଛି ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ।

ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ଉପରୁ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । 25 ମେ(ବୁଧବାର)ଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ । ଖାଇବା ତେଲ(edible oils)ର ଆକାଶ ଛୁଆଁ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୋୟାବିନ୍ ଓ ସନଫ୍ଲାୱାର ତେଲ ଆମଦାନୀ ଉପରେ ଶୁଳ୍କ, କୃଷି ଓ ଭିତ୍ତିଭୂମି ବିକାଶ ଶେସ୍ ଲାଗୁ କରାଯିବ ନାହିଁ । ୨ ବର୍ଷ ପାଇଁ ସରକାର ତେଲ ଉପରୁ ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି। ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ଆମଦାନୀ ଶୁଳ୍କ ସମାପ୍ତ କରାଯାଇଛି । କୃଷି ଉପରେ ଲାଗୁଥିବା ଶୁଳ୍କ ଏବଂ ବିକାଶ ଉପରକୁ ମଧ୍ୟ ହଟାଇଛନ୍ତି କେନ୍ଦ୍ର ସରକାର।

ଭାରତ ନିଜ ଚାହିଦାର ୬୦ ପ୍ରତିଶତ ଖାଇବା ତେଲ ଆମଦାନୀ କରିଥାଏ । ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରଠାରୁ ଏହି ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ।

ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍ ଉପରୁ ଏକ୍ସାଇଜ୍ ଡ୍ୟୁଟି କମାଇଥିଲେ କେନ୍ଦ୍ର ସରକାର । ଡିଜେଲ ଉପରୁ ୬ଟଙ୍କା ଏକ୍ସସାଇଜ ଡ୍ୟୁଟି ଓ ପେଟ୍ରୋଲ ଉପରୁ ୮ଟଙ୍କା ଏକ୍ସସାଇଜ ଡ୍ୟୁଟି କମ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥଇଲେ । ଫଳରେ ପେଟ୍ରୋଲ ୯ଟଙ୍କା ୫୦ପଇସା ଓ ଡିଜେଲ ୭ଟଙ୍କା କମିଛି ।

ସେପଟେ କିଛଇ ଦିନ ପୂର୍ବରୁ ଉଜ୍ଜଳା ଯୋଜନା ଆଧାରରେ ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କା ସବସିଡି ମିଳିବା ନେଇ ସରକାର ଘୋଷଣା କରିଥିଲେ । ଉଜ୍ଜ୍ୱଳା ଯୋଜନାରେ ବର୍ଷକୁ ୧୨ଟି ଏଲପିଜି ସିଲିଣ୍ଡରରେ ମିଳିବ ୨ଶହ ଟଙ୍କାର ସବସିଡି । ଯାହାଦ୍ୱାରା ୯କୋଟିରୁ ଅଧିକ ଲୋକେ ଲାଭବାନ ହେବେ ।

ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକଇବ: ପ୍ରଧାନମନ୍ତ୍ରୀ

କେନ୍ଦ୍ରର ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG,ଜାଣନ୍ତୁ କେତେ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ