
The temperature will increase in odisha
ବଢ଼ିବ ଦିନର ତାପମାତ୍ରା । ଏଥିସହ ଖରାର ପ୍ରକୋପ ବୃଦ୍ଧି ପାଇବ । ଏବେ ଠାରୁ ତ କଲବଲ କଲାଣି ଖରା । ଆସନ୍ତା ସପ୍ତାହ ବେଳକୁ ଆହୁରି ବଢିବ ତାତି (Hot)। ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ (IMD)।
ସୂଚନା ଅନୁୟାୟୀ, ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛନ୍ତି ।
୧୪ ତାରିଖ ବେଳକୁ ଭୁବନେଶ୍ୱର (Bhubaneswar) ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍ ପାର୍ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ଏହାପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛନ୍ତି ।
ଖରାଟିଆ ପାଗ ହେବା ସହିତ ତାପମାତ୍ରା ମଧ୍ଯ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍ ରହିବ ।
ଅପରପକ୍ଷେ, ବୁଧବାର (Wednesday) ରାଜ୍ୟର ୧୫ ଟି ସହରର ତାତି (Hot)୩୭ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।
ପ୍ରକାଶ ଥାଉ ଯେ, ୧୨ ତାରିଖ ବେଳକୁ ବାଷ୍ପୀକରଣର ଦ୍ରୁତ ବୃଦ୍ଧି ହେତୁ ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢିବ । ତେଣୁ ପନିପରିବା ଓ ରବି ଫସଲ ଆବଶ୍ୟକ ମତେ ଜଳସେଚନ କରିବାକୁ ପାଣିପାଗ ବିଭାଗ (IMD) ପରାମର୍ଶ ଦେଇଛନ୍ତି ।
Share your comments