1. କୃଷି ଖବର

ଆସନ୍ତା ୫ଦିନ ରାଜ୍ୟରେ ଟାଣ ଖରା, ବଢିବନି ତାପମାତ୍ରା

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ‌ରେ ପାଗ ଶୁଖିଲା ରହିବ । ଟାଣ ଖରା ହେଲେ ହେଁ ତାପମାତ୍ରା ବଢ଼ିବନି, ସ୍ଥିର ରହିବ । ବିଶେଷ ଗରମ କି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Sudesna Nayak
Sudesna Nayak
The weather will be dry in the state for the next 5 days

The weather will be dry in the state for the next 5 days

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ‌ରେ ପାଗ ଶୁଖିଲା ରହିବ । ଟାଣ ଖରା (Hot) ହେଲେ ହେଁ ତାପମାତ୍ରା ବଢ଼ିବନି, ସ୍ଥିର ରହିବ । ବିଶେଷ ଗରମ କି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା । ଅନୁଗୁଳଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ଏବେ ବି ରାଜ୍ୟର ଥଣ୍ଡା ସହର ଭାବେ ରେକର୍ଡ କାଏମ୍‌ ରଖିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ହିଁ ରେକର୍ଡ ହୋଇଛି ।

ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ ଭଦ୍ରକ ଜିଲ୍ଲା, କଟକ ଜିଲ୍ଲା ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି (FOG) ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରାରେ ହ୍ରାସ ଘଟିଛି । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ସାରା ଓଡ଼ିଶାରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସ୍ବାଭାବିକ ରହିଛି ।

୧୪ ତାରିଖ ବେଳକୁ ଭୁବନେଶ୍ୱର (Bhubaneswar) ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛନ୍ତି ।

ପ୍ରକାଶ ଥାଉ ଯେ, ଆସନ୍ତାକାଲି ସକାଳେ ରାଜ୍ୟର କିଛି ଅଞ୍ଚଳରେ ପାଗ କୁହୁଡ଼ିଆ (FOG) ରହିପାରେ । ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ସକାଳ କୁହୁଡ଼ିଆ ରହିବ । ଦିନରେ ଆକାଶ ନିର୍ମଳ ଯୋଗୁଁ ଖରା ଟାଣ ହେବ । ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ (IMD) କେନ୍ଦ୍ର କହିଛି ।

ଆସନ୍ତା ସପ୍ତାହ ବେଳକୁ ଆହୁରି ବଢିବ ତାତି ; ୧୪ ରୁ ନିଆଁବର୍ଷା

ବଢିବ ତାତି, କେବେ ଠୁ ଜାଣନ୍ତୁ ; ସୂଚନା ଦେଲା ପାଣିପାଗ ବିଭାଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments