1. କୃଷି ଖବର

ଲଘୁଚାପ ପ୍ରଭାବରେ ୨୬ ରୁ ୨୯ ଯାଏଁ ପ୍ରବଳ ଛେଚିବ

ପୂଜାରେ ବର୍ଷା ହେବା ଆଶଙ୍କା ଘନେଇଲାଣି । ଅକ୍ଟୋବର 4 ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
today weather report rainfall alert in odisha for next 4 days

today weather report rainfall alert in odisha for next 4 days

ପୂଜାରେ ବର୍ଷା (Rain)ହେବା ଆଶଙ୍କା ଘନେଇଲାଣି । ଅକ୍ଟୋବର 4 ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ (low pressure) ହୋଇପାରେ । ଏହାର ପ୍ରଭାବରେ ପ୍ରବଳ ବର୍ଷା (Rain) ହେବ । ଦଶହରା (Dussehra) ରେ ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା (Rain)ହୋଇପାରେ । ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ଦଶହରା (Dussehra) ଆଗରୁ ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ୨୯ ତାରିଖ ଯାଏଁ ଓଡିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିପାରେ । ଏହା ପ୍ରଭାବରେ ୨୬ ରୁ ୨୯ ଯାଏଁ ରାଜ୍ୟରେ ବର୍ଷା (Rain) ହେବ ।

2 ବର୍ଷ ପରେ କଟକଣାମୁକ୍ତ ପୂଜା ହେବ । ଯାହାକୁ ନେଇ ପୂଜାକୁ ଧୂମ୍‌ଧାମରେ ପାଳିବାକୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ସାରା ରାଜ୍ୟ ପୂଜାକୁ ଅପେକ୍ଷା କରି ରହିଛି । ଠିକ୍‌ ସେତିକି ବେଳେ ଲୋକଙ୍କୁ ବର୍ଷା (Rain)ଭୟ ଘାରିଲାଣି । ତେବେ କିଛି ସ୍ଥାନରେ ବର୍ଷା (Rain) ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ । ୨୮ ଓ ୨୯ ତାରିଖ ବେଳକୁ କିଛି ସ୍ଥାନରେ ପ୍ରବଳ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ଆସୁଛି ଲଘୁଚାପ (low pressure)। ଲୋକଙ୍କୁ ବର୍ଷା (Rain)ଭୟ ଘାରିଲାଣି । ପୂଜାକୁ ବର୍ଷା ଭିଜାଇବା ଆଶଙ୍କା ଆସିଲାଣି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ଆସୁଛି ଲଘୁଚାପ, ପୂଜାରେ ଭିଜିବ ଓଡିଶା

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 3 ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments