
utkal krishi mela odisha 10th to 11th march 2022
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇ ଦିନ ପାଇଁ ଉତ୍କଳ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି ।
ଆଜି (ଗୁରୁବାର) ଆରମ୍ଭ ହେଲା ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଏବଂ ସେମିନାର ଉତ୍କଳ କୃଷି ମେଳା-୨୦୨୨ । ମାର୍ଚ୍ଚ ୧୦ ରୁ ୧୧ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ।
ସୂଚନା ଅନୁଯାୟୀ, ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଏମ୍ ଦେବେନ୍ଦ୍ର ରେଡ୍ଡି ଡୀନ ଏମ୍ ଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟ ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଏମ୍ ସି ଡୋମିନିକ କୃଷି ଜାଗରଣ ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଭାଇସ ଚାନସେଲର ମୋହଦୟା ପ୍ରଫେସର ଡକ୍ଟର ସୁପ୍ରିୟା ପଟ୍ଟନାୟକ ଏବଂ ରେଜିଷ୍ଟାର ଡକ୍ଟର ଅନିତା ପାତ୍ର ଉପସ୍ଥିତ ଥିଲେ ।
ଉତ୍କଳ କୃଷି ମେଳା-୨୦୨୨ (Utkal krishi mela-2022) ଏକ ବୃହତ୍ତ କୃଷକ ସମ୍ମିଳନୀ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ । ଯେଉଁଥିରେ କି କୃଷକମାନେ ସେମାନଙ୍କ ସୁବିଧା ଅନୁସାରେ କୃଷି ଉପକରଣ ସାମଗ୍ରୀ ପାଇପାରିବେ । ଫଳରେ ସହଜ ଏବଂ ସୁବିଧାରେ ଚାଷ କରିପାରିବେ । କାରଣ ଉତ୍କଳ କୃଷି ମେଳା କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ ।
ପ୍ରାୟ ୫୦୦ ରୁ ଅଧିକ ସ୍ଥାନୀୟ କୃଷକ ଭାଇ ଭଉଣୀ ଏହି ସଭାରେ ସାମିଲ ହୋଇଥିଲେ ।ମୁଖ୍ୟ ଅତିଥି ଚନ୍ଦ୍ର ଶେଖର ସାହୁ କୃଷି ଏବଂ କୃଷିର ମହତ୍ତ୍ୱ ବିଷୟରେ ଅଭିଭାଷଣ ଦେଇଥିଲେ । ଡକ୍ଟର ସୁପ୍ରିୟା ପଟ୍ଟନାୟକ କୃଷକ ମାନଙ୍କର ଉନ୍ନତି ଏବଂ ଆୟ ଦୁଇ ଗୁଣା କରିବା ଉପରେ ଅଭିଭାଷଣ ଦେଇଥିଲେ।ସମ୍ମାନନୀୟ ଶ୍ରୀ ଏମ୍ ସି ଡୋମିନିକ କୃଷକ ମାନଙ୍କୁ ଉଦ୍ୟୋଗୀ କରାଇବା ତାଙ୍କ ମୂଳ ଲକ୍ଷ୍ୟ ବୋଲି ଭାଷଣରେ କହିଥିଲେ ।
ଏହି ସଭାରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର 2 ଜଣ ପ୍ରଗତି ଶୀଳ ଚାଷୀଙ୍କୁ IFFCO ଇଫକୋ ମେନେଜର ଶ୍ରୀ ଏସ କେ ଚାଟାର୍ଜୀ ଦ୍ବାରା ସମ୍ମାନୀତ କରାଗଲା । ରେଜିଷ୍ଟାର ଡକ୍ଟର ଅନିତା ପାତ୍ର ଉପସ୍ଥିତ ସମସ୍ତ ବ୍ୟକ୍ତି ଵିଶେଷଙ୍କୁ କୃତଜ୍ଞତା ଜଣାଇଥିଲେ।ବିଶ୍ୱ ବିଦ୍ୟାଳୟ ତରଫରୁ କୃଷି ଉତ୍କର୍ଷ ପୁସ୍ତିକା ଉନ୍ମୋଚନ କରା ଯାଇଥିଲା।ସମସ୍ତ ଅତିଥି ଡକ୍ଟର ଏସ ପି ନନ୍ଦ,ଡୀନ ଏମ୍ ଏସ କୃଷି ବିଦ୍ୟାଳୟ ଏବଂ ଡକ୍ଟର ସୌରଭ ବରବନ ଙ୍କ ନିର୍ଦ୍ଦେଶ ରେ ଆୟୋଜିତ ହୋଇଥିବା 60 ଟି ଷ୍ଟଲ ପରିଦର୍ଶନ କରିଥିଲେ ।
ପ୍ରକାଶ ଥାଉ କି, ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଚିତ୍ରସେନ ପାଢ଼ୀ, ଡକ୍ଟର ସିଦ୍ଧାର୍ଥ ଶର୍ମା, ସମସ୍ତ ପ୍ରଫେସର କୃଷକ ଏବଂ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଉତ୍କଳ କୃଷି ମେଳା୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ,ଗୋଟିଏ ମଞ୍ଚରେ ବହୁ କୃଷକଙ୍କୁ ଯୋଡିବାର ଏକ ବଡ ସୁଯୋଗ
ଖୁସି ଖବର ; ରାଜ୍ୟ ସରକାର ଏହି ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା,ନିହାତି ଜାଣନ୍ତୁ...
Share your comments