
weateher report today heavy rainfall warning over odisha during 2nd to 5th october
ବର୍ଷାରେ ଭିଜିବ ପାର୍ବଣ । ଆଜି ଶନିବାର (Saturday) ଠୁ 4 ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ହେବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ଆଜି ଶନିବାର (Saturday) ପାଇଁ 4 ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ।
ଆସନ୍ତାକାଲି ମଧ୍ୟ ବର୍ଷା (Rain) ନେଇ ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
2 ବର୍ଷ ପରେ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା (Dussehra) ମଉଜରେ ଅନ୍ତରାୟ ହେବ ବର୍ଷା (Rain)। ଷଷ୍ଠୀ ରୁ ଦଶମୀ ପର୍ଯ୍ୟନ୍ତ ବର୍ଷା (Rain) ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ ।
ପ୍ରକାଶ ଥାଉ ଯେ, ଦୀର୍ଘ 2 ବର୍ଷ ପରେ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା (Dussehra)। କିନ୍ତୁ ଏଥରର ପୂଜାକୁ ଫିକା କରିଦେଇପାରେ ବର୍ଷା (Rain) ।
Share your comments