1. କୃଷି ଖବର

କୃଷି ଖବର । ସ୍ବାସ୍ଥ୍ୟ । ପାଣିପାଗ । Weather। kharif। Budget

ଖରିଫ ଚାଷୀ ସାବଧାନ! 31 ଜୁଲାଇ ସୁଦ୍ଧା କରନ୍ତୁ ଫସଲ ବୀମା

Sudesna Nayak
Sudesna Nayak

ଖରିଫ ଚାଷୀ ସାବଧାନ! 31 ଜୁଲାଇ ସୁଦ୍ଧା କରନ୍ତୁ ଫସଲ ବୀମା 

ମୌସୁମୀ ଆରମ୍ଭ ହୋଇସାରିଛି । ହେଲେ କେତେକ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ, ଏବଂ କେତେକ କ୍ଷେତ୍ରରେ ଦୁର୍ବଳ ବର୍ଷା ଦେଖାଯାଉଛି, ଯାହା କୃଷିରେ ଅସନ୍ତୁଳନ ସୃଷ୍ଟି କରୁଛି । ଚାଷୀଙ୍କୁ ଏଭଳି ପରିସ୍ଥିତିରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଖରିଫ ଫସଲ ପାଇଁ ଫସଲ ବୀମା କରାଇବାକୁ ସପ୍ତାହ ପାଇଁ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି, ଯାହାଫଳରେ ଅଧିକରୁ ଅଧିକ ଚାଷୀ ଫସଲ ବୀମା ପାଇବାକୁ ସଚେତନ ହେବେ । 
 

କୃଷି କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ...

ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି । ଏଭଳିସ୍ଥଳେ ଆପଣ ମଧ୍ୟ କୃଷିକୁ ନିଜ କ୍ୟାରିଅର ଭାବରେ ଚୟନ କରିପାରିବେ । ଦ୍ୱାଦଶ ପାସ୍ କରିଥିବା ଛାତ୍ରମାନେ କୃଷି କ୍ଷେତ୍ରରେ ନିଜର କ୍ୟାରିଅର୍ କରନ୍ତୁ । ଏହି କ୍ଷେତ୍ରରେ ସେମାନଙ୍କ ପାଇଁ ଅପାର ସମ୍ଭାବନା ଅଛି । ଏହା ଏକ ଉତ୍ତମ ବିକଳ୍ପ ବୋଲି ମଧ୍ୟ ପ୍ରମାଣିତ ହୋଇପାରେ । ଯଦି ଆପଣ ଏହି କୃଷିକ୍ଷେତ୍ରରେ କ୍ୟାରିଅର ଗଢିବାକୁ ଚିନ୍ତା କରୁଛନ୍ତି, ତେବେ ଦ୍ବାଦଶ ପରେ ଆପଣ ସ୍ନାତକ, ସ୍ନାତକୋତ୍ତର, ପିଏଚଡି କିମ୍ବା କୃଷି କ୍ଷେତ୍ରରେ ଡିପ୍ଲୋମା କରିପାରିବେ । ଅଧ୍ୟୟନ ପରେ ଅନେକ ସୁଯୋଗ ପାଇବେ ।
 

ବଜେଟ 2022-2023: ଚାଷୀଙ୍କୁ ମିଳିବ 50 ହଜାର ଋଣ 

ଚଳିତ ମୌସୁମୀ ଅଧିବେଶନରେ ୨୦୨୨- ୨୦୨୩ ପାଇଁ ୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ଫୋକସରେ ରହିଛି ମିଶନ ଶକ୍ତି । ଏହାସହିତ ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । 22 ବର୍ଷରେ ବଜେଟ 17 ଗୁଣ ବଢିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି କୃଷି ବଜେଟରେ ମୋଟ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ ହୋଇଛି । ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖିଛନ୍ତି ସରକାର । ସେହିପରି କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ ଦିଆଯିବାକୁ ଘୋଷଣା କରିଛନ୍ତି ସରକାର ।

ଆଜିର ପନିପରିବା ଦର,ନଜର ପକାନ୍ତୁ

ହାଣ୍ଡିଶାଳକୁ ମହଙ୍ଗା ମାଡ । ଆକାଶଛୁଆଁ ହୋଇଛି ପନିପରିବା ଦର । ସବୁ ପରିବା ଦର କିଲୋ ପିଛା 50 ପାର ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ପକେଟ ଜାଳୁଛି ଦରଦାମ । ଆଗରୁ ଯେଉଁଠି ୧୦୦ ଟଙ୍କାରେ ପୁରା ବ୍ୟାଗ ପୁରୁଥିଲା, ଏବେ ତାହା ପୁରିବା ମଧ୍ୟ କଷ୍ଟକର । ଲେମ୍ବୁ ଦର ବଜେଟକୁ ଖଟା କରିଥିବା ବେଳେ ଟମାଟୋ 80 । ରାଜ୍ୟର ପ୍ରମୁଖ ସହରରେ ସବୁଠୁ ଅଧିକ ସଜନା ଛୁଇଁର ମୂଲ୍ୟ 90 ଟଙ୍କା ରହିଥିବା ଦେଖିବାକୁ ମିଳିଛି । 
 

ନୀଳାଚଳ ଇସ୍ପାତ ନିଗମରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟ ସମାପ୍ତ 

ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଏ ବାବଦରେ ସମ୍ପୃକ୍ତ ଟାଟା କମ୍ପାନୀ ନୀଳାଚଳ ଇସ୍ପାତ ନିଗମର ଅଂଶୀଦାରମାନଙ୍କୁ ଏଣ୍ଟରପ୍ରାଇଜ ଭ୍ୟାଲୁଭାବେ ମୋଟ ୧୨, ୧୦୦ କୋଟି ଟଙ୍କା ପ୍ରଦାନ କରିଛି ।
 

ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା: ଭିଜିବ ଏହି ସବୁ ଜିଲ୍ଲା...

ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ସକାଳେ ଏକ ଲଘୁଚାପ  ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି  । କନ୍ଧମାଳର ଜି.ଉଦୟଗିରିରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଛି । ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments