1. କୃଷି ଖବର

ରାଜ୍ୟରେ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା, ରବିବାର ଠୁ ପୁଣି ବଢିବ ତାତି

ରାଜ୍ୟରେ ଦୁଇ ଦିନ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ।

Sudesna Nayak
Sudesna Nayak
Weather news 2 days Rain in Odisha

Weather news 2 days Rain in Odisha

ରାଜ୍ୟରେ ଦୁଇ ଦିନ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା (RAIN)ହେବ ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଖସିଛି । ଆଭ୍ୟନ୍ତରୀଣ ଓଡିଶା (Odisha)ର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ତଳେ ରହିଛି । ଆସନ୍ତା ତିନି ଦିନ ଏଭଳି ପାଗ ରହିବ । କିନ୍ତୁ ଏହା ପରେ ତାପମାତ୍ରା ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୩ ରୁ ୪ଡିଗ୍ରୀ ବଢ଼ିଯିବ । ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବନୁମାନ କରିଛି ।

ରାଜ୍ୟର ଅଧିକ ସ୍ଥାନରେ ବୁଧବାର (Wednesday)ତାପମାତ୍ରା ଖସିଛି । କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା (RAIN)ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।

ପ୍ରକାଶ ଥାଉ ଯେ, ଖୁବ ଶୀଘ୍ର ତାତିରୁ ମିଳିବ ତ୍ରାହି । ଏଥର ଆଗୁଆ ଆସିପାରେ ମୌସୁମୀ (Monsoon)। ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଦକ୍ଷିଣ -ପଶ୍ଚିମ ମୌସୁମୀ ଆଗମନର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭାରତୀୟ ତଥା ଚାଷୀକୂଳ ପାଇଁ ଖୁସି ଖବର । ଗରମରୁ ଖୁବଶୀଘ୍ର ମିଳିବ ଆଶ୍ବସ୍ତି । କାରଣ ଏଥର ସଅଳ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ବାୟୁ ।

ଏଥର କମ ରହିବ ମୌସୁମୀ ବର୍ଷା: ପାଣିପାଗ ବିଶେଷଜ୍ଞଙ୍କ ସୂଚନା

୨୦ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments