1. କୃଷି ଖବର

୨୧ ତାରିଖରୁ ରାଜ୍ୟରେ ବଦଳିବ ପାଣିପାଗ, ସୂଚନା ଦେଲା ପାଣିପାଗ ବିଭାଗ..

୨୧ ତାରିଖ ପରେ ଏହି ତାପମାତ୍ରାରେ ଧିରେ ଧିରେ ହ୍ରାସ ପାଇବ ବୋଲି କୁହାଯାଇଛି। ଓଡିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ। ଏହା ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ହୋଇପାରେ।

Priyambada Rana
Priyambada Rana
୨୧ରୁ ବଦଳିବ ପାଣିପାଗ

୨୧ରୁ ବଦଳିବ ପାଣିପାଗ

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କମିବ ।

ବର୍ତ୍ତମାନ ସୁଦ୍ଧା ବାରିପଦା ପ୍ରତିଦିନ ତାତିରେ ନୂଆ ରେକର୍ଡ ସୃଷ୍ଟି କରୁଛି । ଲଗାତାର ୫ ଦିନରୁ ୪୪ ଡିଗ୍ରୀ ଉପରେ ରହିଛି ବାରିପଦାର ତାପମାତ୍ରା । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ଆହୁରି ହନ୍ତସନ୍ତ କରିବ ।ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କ ପାଇଁ ଆହୁରି ୪ ଦିନ ଯାଏଁ କନ୍ଦାଇବ ବୋଲି ଅନୁମାନ କରାଯାଉଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ତେବେ ଅପରାହ୍ନରେ କାଳବେଶାଖୀର ପ୍ରଭାବରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ବର୍ଷାର ପରିମାଣ ସେତେଟା ଅଧିକ ରହିବ ନାହିଁ, ଯେଉଁଥିପାଇଁ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହୋଇନପାରେ । ତେବେ ୨୧ ତାରିଖ ପରେ ଏହି ତାପମାତ୍ରାରେ ଧିରେ ଧିରେ ହ୍ରାସ ପାଇବ ବୋଲି କୁହାଯାଇଛି। ଓଡିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ। ଏହା ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ହୋଇପାରେ।

ବର୍ତ୍ତମାନ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରୁ ପବନ ଓଡିଶାକୁ ପ୍ରବେଶ କରୁଥିବାରୁ ରାଜ୍ୟର ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳୁଛି । ଏହାସହିତ ଉପକୂଳରେ ଅର୍ଦ୍ରତାର ପରିମାଣ ୪୦% ରହିଛି । ଏହି କାରଣରୁ ଗରମ ସହ ଗୁଳୁଗୁଳି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିଛି । ତେବେ ଏହି ପରିସ୍ଥିତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଏହାବ୍ୟତୀତ ମଙ୍ଗଳବାର ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ଠୁ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣି ଜାରି

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ